ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

କଟକ,୨୬ା୯ (କାର୍ତ୍ତିକ ସାହୁ):ଭୁବନେଶ୍ବର ମଧ୍ୟଦେଇ ଯାଇଥିବା ଗଙ୍ଗୁଆ ନାଳକୁ ପ୍ରଦୂଷଣମୁକ୍ତ କରିବାରେ ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଧିକରଣର ବିଚାରପତି ବି. ଅମିତ ସ୍ଥାଲେକର ଏବଂ ଡ. ଅରୁଣ କୁମାର ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ଗଙ୍ଗୁଆ ନାଳ ପ୍ରଦୂଷଣ ମାମଲା ଅନ୍ତ ଘଟାଇଛନ୍ତି।
ବର୍ଜ୍ୟଜଳ ଯୋଗୁ ଚନ୍ଦକା ସଂରକ୍ଷିତ ବନାଞ୍ଚଳରୁ ବାହାରିଥିବା ଗଙ୍ଗୁଆ ନାଳ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇରହିଛି। ୪୫ କିଲୋମିଟର ଅତିକ୍ରମ କରିଥିବା ଏହି ନାଳର ପ୍ରଦୂଷିତ ଜଳ ଦ୍ୱାରା ଦୟା ନଦୀ ଓ ଚିଲିକା ହ୍ରଦ ପ୍ରଦୂଷିତ ହେଉଛି। ଗଙ୍ଗୁଆ ନାଳ, ଦୟା ନଦୀ ଓ କୁଆଖାଇ ନଦୀକୁ ପ୍ରଦୂଷଣମୁକ୍ତ କରିବା ଉପରେ ଏନ୍‌ଜିଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ବର ସହରରେ ନର୍ଦ୍ଦମା ଜଳ ନିୟନ୍ତ୍ରଣ ପାଇଁ ସ୍ବେରେଜ ପ୍ରକଳ୍ପ ହୋଇ ନ ଥିବାରୁ ୧୦ଟି ଡ୍ରେନ ଜରିଆରେ ସିଧାସଳଖ ଗଙ୍ଗୁଆ ନାଳରେ ମିଶୁଛି। ଗଙ୍ଗୁଆର ପ୍ରଦୂଷିତ ଜଳ ଦୟା ନଦୀରେ ମିଶି ଚିଲିକା ମଧ୍ୟରେ ପ୍ରବେଶ କରି ତାକୁ ମଧ୍ୟ ପ୍ରଦୂଷିତ କରୁଛି। ତେଣୁ ଗଙ୍ଗୁଆ ନାଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ କାର୍ଯ୍ୟ କରିବ। ଏହି ଟାସ୍କଫୋର୍ସ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏହି ଟାକ୍ସଫୋର୍ସ ଗଠନ କରାଯିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍‌ଜିଟିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲାପାଳ, କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ବୈଜ୍ଞାନିକଙ୍କୁ ଏହି କମିଟିରେ ସ୍ଥାନିତ କରାଯାଇଛି। ଏହି କମିଟି ଦ୍ବାରା ଗଙ୍ଗୁଆକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ନର୍ଦ୍ଦମା ଜଳକୁ ପ୍ରଦୂଷଣମୁକ୍ତ କରିବା ଲାଗି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର କାର୍ଯ୍ୟ ନଭେମ୍ବର ମାସ ସୁଦ୍ଧା ଶେଷ ହେବ। କୁଆଖାଇ, ଗଙ୍ଗୁଆ ନାଳ ଓ ଦୟାନଦୀକୁ ପ୍ରଦୂଷଣମୁକ୍ତ ଲାଗି ସ୍ବତନ୍ତ୍ର ଟାସ୍କ ଫୋର୍ସ କାର୍ଯ୍ୟ କରିବ। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଜାରି ରହିଥିବା ବେଳେ ଏନ୍‌ଜିଟିଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଥିବା ସ୍ବତନ୍ତ୍ର ଟାସ୍କଫୋର୍ସ ଗଙ୍ଗୁଆ, ଦୟାନଦୀ ଓ କୁଆଖାଇ ନଦୀକୁ ପ୍ରଦୂଷଣମୁକ୍ତ ରଖିବା ନିମନ୍ତେ କାର୍ଯ୍ୟ କରିବା ନେଇ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷ ବର୍ଷ ଧରି ଗଙ୍ଗୁଆ ନାଳର ଏପରି ଅବସ୍ଥା ଲାଗି ରହିଥିବା ବେଳେ ଦୟା ଓ ଚିଲିକାକୁ ପ୍ରଦୂଷଣମୁକ୍ତ କରିବାକୁ ହେଲେ ପ୍ରଥମେ ଗଙ୍ଗୁଆ କେନାଲକୁ ପ୍ରଦୂଷଣମୁକ୍ତ ରଖିବାକୁ ହେବ ବୋଲି ଆବେଦନ କରି ସାମାଜିକ କର୍ମୀ ବୃନ୍ଦାବନ ଦାସ ଆଜାଦ ଏନ୍‌ଜିଟିରେ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଫ୍ରାଜ ସୁହେଲେ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?