ହାତୀ ସୁରକ୍ଷାକୁ ଏନ୍‌ଜିଟି ବଳ

ଯାଜପୁର ଅଫିସ, ୧୯ା୮: ଓଡ଼ିଶାରେ ୧୯୯୦ରୁ ୨୦୦୦ ମଧ୍ୟରେ ବର୍ଷକୁ ହାରାହାରି ହାତୀ ମୃତ୍ୟୁ ହାର ୩୩ ଥିଲା। ୨୦୦୧ରୁ ୨୦୧୦ ମଧ୍ୟରେ ହାରାହାରି ବାର୍ଷିକ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଥିଲା, ଯାହାକି ୨୦୧୦ ପରେ ୭୬ ହୋଇଯାଇଛି। ବିଶେଷକରି ୨୦୧୦ ଏପ୍ରିଲରୁ ୨୦୨୧ ଅଗଷ୍ଟ ମଧ୍ୟରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ୩୮୯ ମୃତ୍ୟୁ ସ୍ବାଭାବିକ ଥିବାବେଳେ ବାକି ହାତୀଙ୍କ ଜୀବନହାନି ଶିକାର, ଦୁର୍ଘଟଣାଜନିତ। ଓ୍ବାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା (ଡବ୍ଲ୍ୟୁଏସ୍‌ଓ) ପକ୍ଷରୁ ମିଳିଥିବା ଏହି ତଥ୍ୟ ଚିନ୍ତାଜନକ ଥିବାବେଳେ ସରକାର ହାତୀ ସୁରକ୍ଷା ଯୋଜନାକୁ ବାସ୍ତବ ରୂପ ଦେବାରେ ପ୍ରାୟ ୧୦ ବର୍ଷ ହେଲା ଅବହେଳା କରିଆସୁଛନ୍ତି। ଏନେଇ ହୋଇଥିବା ଅଭିଯୋଗର ଶୁଣାଣି କରି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାରେ ଥିବା ୧୪ଟି ହାତୀ ଚଲାପଥ (କରିଡର) ସମ୍ପର୍କରେ ୨ ମାସ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଆକ୍ସନ ପ୍ଲାନ ଦାଖଲ କରିବାକୁ ଏନ୍‌ଜିଟିର ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ବି. ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଓ୍ବାଇଲ୍ଡ୍‌ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା (ଡବ୍ଲ୍ୟୁଏସ୍‌ଓ) ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତିଙ୍କ ପକ୍ଷରୁ ଆଡ୍‌ଭୋକେଟ ଶଙ୍କରପ୍ରସାଦ ପାଣି ଗତ ୫ା୯ା୨୦୧୬ରେ ହାତୀ ଚଲାପଥ ଯୋଜନାରେ ସାମ୍ନାକୁ ଆସିଥିବା ବିଭିନ୍ନ ଅନିୟମିତତାକୁ ଭିତ୍ତି କରି ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଅଗଷ୍ଟ ୨୦୧୦ରେ ହାତୀମାନଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ଟାସ୍କଫୋର୍ସ ଗଠନ କରାଯାଇ ‘ଗଜଃ’ ନାମରେ ଏକ ଯୋଜନା ପ୍ରଣୟନ କରାଯାଇଥିଲା। ଏହିକ୍ରମରେ ଓଡ଼ିଶାର ପ୍ରିନ୍ସିପାଲ ଚିଫ୍‌ କନଜରଭେଟର ଅଫ୍‌ ଫରେଷ୍ଟ (ପିସିସିଏଫ୍‌) ରାଜ୍ୟରେ ୮୭୦.୬୧ ବର୍ଗ କିମି ଅଞ୍ଚଳକୁ ନେଇ ୪୨୦.୮ କିମି ଲମ୍ବ ଓ ୦.୦୮ରୁ ୪.୬ କିମି ଓସାର ବିଶିଷ୍ଟ ୧୪ଟି ହାତୀ କରିଡର ସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା। ଏନେଇ ପରିବେଶ ଓ ପ୍ରାଣୀପ୍ରେମୀମାନେ ଦାବି କରି ନିରାଶ ହେବା ପରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ।
ଗତ ମାର୍ଚ୍ଚରେ ବିଧାୟକ ମୋହନଚରଣ ମାଝି ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ମିଳିଥିଲା ଯେ ୧୪ଟି ହାତୀ ଚଲାପଥ ଏବଂ ୩ଟି ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ୧୦ ବର୍ଷରେ ହାତୀ ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟ୍‌ ଯୋଜନାରେ ପ୍ରାୟ ୧୧୫ କୋଟି ଓ କାମ୍ପା ଯୋଜନାରେ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଚିହ୍ନଟ କରିଡରର ପୁନରୁଦ୍ଧାର କାର୍ଯ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କ ତଥ୍ୟ ଅନୁସାରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ବଳ୍ପ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ବଳ୍ପମିଆଦୀ ଯୋଜନାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ପ୍ରତିବର୍ଷ ସ୍ଥାନୀୟ ଲୋକଙ୍କୁ ବନ୍ୟଜନ୍ତୁ ଘଉଡାଇବା, ବନ୍ୟଜନ୍ତୁ ଶିକାର ନିରୋଧକ, ହସ୍ତୀ ସୁରକ୍ଷା ଦଳ ଉପରେ କାର୍ଯ୍ୟ କରାଯାଇଛି। ଏଥପାଇଁ ୧୨୨ ଜଣ ଗଜବନ୍ଧୁମାନଙ୍କୁ ନିୟୋଜିତ କରାଯାଇଛି। ହେଲେ ପୂର୍ବରୁ ଯୋଜନା ଅନୁଯାୟୀ ଆବଣ୍ଟିତ ଅନୁଦାନ ଠିକ୍‌ ଭାବେ ଖର୍ଚ୍ଚ ହେଉ ନ ଥିବାରୁ ହାତୀ ମୃତ୍ୟୁ ଓ ଉପଦ୍ରବ ସଂଖ୍ୟା କମିବାର ନଁା ଧରୁ ନାହିଁ ବୋଲି ଏନ୍‌ଜିଟିରେ ଆବେଦନକାରୀ ଦର୍ଶାଇଥିଲେ। ଏହାବାଦ୍‌ ଗତ ୧୬ା୯ା୨୦୨୦ରେ ଆବେଦନକାରୀ ଏକ ସତ୍ୟପାଠରେ ୧୪ ହାତୀ ଚଲାପଥ ମଧ୍ୟରୁ ୯ଟି କାମକୁ ନୁହେଁ ବୋଲି ଦର୍ଶାଇଥିଲେ। ପରିବେଶ ସୁରକ୍ଷା ଆଇନ-୧୯୮୬ ଅନୁଯାୟୀ ଏଯାଏ ହାତୀ ଚଲାପଥ ଉପରେ ବିଜ୍ଞପ୍ତି ଜାରି କରାଯାଇ ପାରିନାହିଁ ବୋଲି ଆବେଦନକାରୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଗଲେ ଜୈବ ବିବିଧତା ଧ୍ୱଂସ ମୁଖରୁ ରକ୍ଷା ପାଇ ପାରିବ ା ନ ହେଲେ ଆଗାମୀ ଦିନରେ ହାତୀ କେବଳ ପ୍ରତିଛବିରେ ଦେଖିବାକୁ ମିଳିବ ବୋଲି ପରିବେଶପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri