Posted inଖେଳ

ନେମାର ଦୋଷମୁକ୍ତ

ବାର୍ସିଲୋନା,୧୪।୧୨(ଏପି): ସ୍ପାନିଶ କୋର୍ଟ ଏକ ଜାଲିଆତି ମାମଲାରେ ଫୁଟ୍‌ବଲ ଷ୍ଟାର ନେମାର ଏବଂ ତାଙ୍କ ସହଯୋଗୀମାନଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ବ୍ରାଜିଲର ଏହି ଖେଳାଳି ସାଣ୍ଟୋସରୁ ବାର୍ସିଲୋନା ବଦଳି ହୋଇଥିଲେ। ଏଥିରେ ଦୁର୍ନୀତି ଓ ଜାଲିଆତି ହୋଇଥିବା ଦର୍ଶାଇ ବ୍ରାଜିଲର ଡିଆଇଏସ୍‌ ନାମକ ଏକ କମ୍ପାନୀ ତରଫରୁ ନେମାର, ତାଙ୍କ ପିତା ଏବଂ ସାଣ୍ଟୋସ୍‌ ଓ ବାର୍ସିଲୋନାର ପୂର୍ବତନ ସଭାପତିଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏମାନେ ବଦଳିରେ ହୋଇଥିବା ପ୍ରକୃତ କାରବାରକୁ ଜାଣିଶୁଣି ଲୁଚାଇ ରଖିଥିଲେ। କାରଣ ଡିଆଇଏସ୍‌ ଖେଳାଳି ଅଧିକାରର ଆଂଶିକ ମାଲିକାନା ରହିଛି। ତେଣୁ ବଦଳି କାରବାରରୁ କିଛି ଅଂଶ କମ୍ପାନୀକୁ ଦେବାକୁ ପଡ଼ିବ। ତେବେ ବଦଳି କାରବାରରେ କୌଣସି ଜାଲିଆତି ଅବା ଦୁର୍ନୀତି ହୋଇଥିବା ପ୍ରମାଣିତ ହୋଇପାରି ନାହିଁ। ସୂଚନାଯୋଗ୍ୟ, ଡିଆଇଏସ୍‌ ପ୍ରଥମେ ଏହି ମାମଲାରେ ୩୦ବର୍ଷୀୟ ନେମାରଙ୍କୁ ୫ବର୍ଷ ଜେଲ୍‌ ପାଇଁ ନିବେଦନ କରିଥିଲା। ରାଜ୍ୟ ପ୍ରସିକ୍ୟୁଟରମାନେ ଓହରିଯିବାରୁ ଡିଆଇଏସ୍‌ର ଓକିଲମାନେ ସେମାନଙ୍କ ଜେଲଦଣ୍ଡ ଦାବିକୁ ଅଢେଇ ବର୍ଷକୁ ହ୍ରାସ କରିଦେଇଥିଲେ। ସୂଚନାଯୋଗ୍ୟ, ଡିଆଇଏସ୍‌ର ମାଲକାନାରେ ବ୍ରାଜିଲରେ ଅନେକ ସୁପର ମାର୍କେଟ ରହିଛି। ଏହି କମ୍ପାନୀ ୨୦୦୯ରେ ନେମାରଙ୍କ ସତ୍ତ୍ୱାଧିକାର ହାସଲ କରିଛି। ନେମାରଙ୍କ ଯଦି ଗୋଟିଏ ଫୁଟ୍‌ବଲ ଟିମ୍‌କୁ ବଦଳି ହୁଅନ୍ତି ତେବେ ଏ ବାବଦରେ ହୋଇଥିବା ଆର୍ଥିକ କାରବାରର ୪୦ପ୍ରତିଶତ ଏହି କମ୍ପାନୀ ପାଇବା କଥା। ଡିଆଇଏସ୍‌ କହିଛି ବାର୍ସିଲୋନା ଓ ସାଣ୍ଟୋସ ମଧ୍ୟରେ ଖେଳାଳି ବଦଳରେ ୧୭ ନିୟୁତ ୟୁରୋ କାରବାର ହୋଇଥିବା ପ୍ରଥମେ ଘୋଷଣା କରାଯାଇଥିଲା। ତଦନୁସାରେ କମ୍ପାନୀକୁ ତା’ର ଭାଗ ମିଳିଛି। ହେଲେ ପରେ ସେମାନେ ଶୁଣିିବାକୁ ପାଇଥିଲେ ଯେ ପ୍ରକୃତରେ ଟ୍ରାନ୍ସଫର ପରିମାଣ ଫି’ ୮୨ ନିୟୁତ ୟୁରୋ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri