ଖବରକାଗଜ ବିକ୍ରେତାରୁ ଗବେଷକ

କୋରେଇ,୨୨ା୧୨(ସ୍ବ.ପ୍ର.): କଥାରେ ଅଛି ଇଚ୍ଛା ଥିଲେ ଉପାୟ ଅଛି। ଯାହାର ଜୀବନରେ କିଛି ହେବା ପାଇଁ ଜିଜ୍ଞାସା ଥିବ, ନିଜକୁ ଗଢି ତୋଳିବାର ସଂକଳ୍ପ ଯାହା ମନରେ ଥିବ, ତା ପାଇଁ ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି ତା ମଧ୍ୟରେ ଥିବା ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ପାଖରେ ସବୁ କିଛି ହାର ମାନିବ। ଏଭଳି ଏକ ଉଦାହାରଣ ସୃଷ୍ଟି କରିଛନ୍ତି ଯାଜପୁର ଜିଲା କୋରେଇ ବ୍ଲକ କାଚରାସାହି ଗ୍ରାମର ଶୁକଦେବ ସାହୁଙ୍କ ପୁଅ ଚନ୍ଦ୍ରଶେଖର ସାହୁ। ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ପିଏଚ୍‌ଡି ପ୍ରବେଶିକା ପରୀକ୍ଷାରେ ସେ କୃତିତ୍ୱ ଅର୍ଜନ କରିଛନ୍ତି। ଦିନେ ରଗଡ଼ି ଅଞ୍ଚଳରେ ଜଣେ ଖବରକାଗଜ ବିକ୍ରେତା ଭାବେ କାର୍ଯ୍ୟ କରି ନିଜର ଶିକ୍ଷାକୁ ଆଗକୁ ନେବାରେ ସଫଳ ହୋଇଥିଲେ। ଘରେ ଏକ ମାତ୍ର ରୋଜଗାର କ୍ଷମ ଭାବେ ପିତାଙ୍କ ଅସୁସ୍ଥତା କାରଣରୁ ପରିବାର ଚଳାଇବାର ବୋଝ ତାଙ୍କ ଉପରେ ଥିଲା। ଅନ୍ୟ ପଟେ ପାଠ ପଢିବା ପ୍ରତି ଥିଲା ପ୍ରବଳ ଆଗ୍ରହ। କ’ଣ କଲେ ଘର ଚଳିବ ଓ ସେ ମଧ୍ୟ ପାଠ ପଢି ପାରିବେ ଏହା ଭାବି ଖବରକାଗଜ ବିକ୍ରି ବୃତ୍ତିକୁ ଆପଣାଇଥିଲେ। ସକାଳୁ ଖବରକାଗଜ ବିକ୍ରି କାମରେ ଲାଗି ପରେ ନିତ୍ୟ କର୍ମ ସାରି ନିକଟସ୍ଥ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ। ଏବେ ଗବେଷଣା କ୍ଷେତ୍ରରେ ନିଶ୍ଚିତ ଆଗକୁ ଯିବେ ବୋଲି ଚନ୍ଦ୍ରଶେଖର ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ସଂଘର୍ଷମୟ ଯାତ୍ରାର ସଫଳତା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଲହରି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?