‘ଖବରକାଗଜ ବ୍ୟକ୍ତିଙ୍କୁ ସୃଜନଶୀଳ କରିଥାଏ’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଆଜିର ସମୟରେ ଗଣମାଧ୍ୟମର ଗୁରୁତ୍ୱ ବଢିଛି। ହେଲେ ଖବରକାଗଜ ଚଳାଇବା ଏକ କଠିନ କାମ ପାଲଟିଛି। ଯେଉଁ ଗଣମାଧ୍ୟମ ବିଭିନ୍ନ ପରିସ୍ଥିତି ଦେଇ ନିଜକୁ ପ୍ରତିଷ୍ଠିତ କରିପାରିବ, ତା’ର ବିଶ୍ବସନୀୟତା ବଢିବ। ଯଦି ଗଣମାଧ୍ୟମ କୌଣସି ବ୍ୟବସାୟିକ ମଡେଲ ଭିତରେ ନିଜକୁ ସୀମିତ ରଖିବ, ତେବେ ଆଜି ନ ହେଲେ କାଲି କେହି ତାହାକୁ କିଣିବା ଲାଗି ଚାଲିଆସିବେ ବୋଲି ବରିଷ୍ଠ ସାମ୍ବାଦିକ ତଥା ରାଜନେତିକ ସମୀକ୍ଷକ ପୁଣ୍ୟ ପ୍ରସୂନ ବାଜପେୟୀ କହିଛନ୍ତି। ମଙ୍ଗଳବାର ରେଳ ଅଡିଟୋରିୟମ୍‌ଠାରେ ସମ୍ବାଦର ୩୮ତମ ଓ କନକ ନ୍ୟୁଜ୍‌ର ତ୍ରୟୋଦଶ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଯୋଗଦେଇ ବାଜପେୟୀ କହିଲେ, ଟେଲିଭିଜନ ଆପଣଙ୍କ ମସ୍ତିଷ୍କକୁ ପ୍ରଭାବିତ କରିଥାଏ। ମାତ୍ର ଖବରକାଗଜରେ ପ୍ରକାଶିତ ହେଉଥିବା ଶବ୍ଦ ଜଣେ ବ୍ୟକ୍ତିକୁ ସୃଜନଶୀଳ କରିଥାଏ। କଂଗ୍ରେସ ସମୟରେ ଗଣମାଧ୍ୟମକୁ ଉପଦେଶାବଳୀ ଆସୁଥିଲା, ଏବେ ସଂମ୍ପାଦକ ହିଁ ନିଜେ ସରକାର ହୋଇଯାଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରୀୟ ହଲ୍‌ରେ ଛିଡା ହୋଇ ସଂସଦରେ ଯେତେ ଦାଗୀ ସାଂସଦ ଓ ନେତା ରହିଛନ୍ତି ସେମାନଙ୍କ ମାମଲା ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ମାତ୍ର ୨୦୧୯ରେ ନିର୍ବାଚିତ ଦାଗୀ ନେତାଙ୍କ ସଂଖ୍ୟା ୨୦୧୪ ତୁଳନାରେ ବଢିଗଲାଣି। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଭାଷଣ ବି ମଜାରେ ପରିଣତ ହୋଇଗଲାଣି। ଏଭଳି ପରିସ୍ଥିତିରେ ଖବରକାଗରେ ପ୍ରକାଶିତ ହେଉଥିବା ସମ୍ପାଦକୀୟ, ସିବିଆଇ, ଇଡିରେ ରେଡ୍‌କୁ ଲୋକେ ମଜାରେ ନେବା ଆରମ୍ଭ କରିଦେବେ ବୋଲି ବାଜପେୟୀ କହିଛନ୍ତି। ଉତ୍ସବରେ ସଭାପତିତ୍ୱ କରି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ବିଜ୍ଞାପନଦାତା ଖବରକାଗଜର ନିୟନ୍ତ୍ରକ ହେବା ଉଚିତ୍‌ ନୁହେଁ, ଗ୍ରାହକମାନେ ଖବରକାଗଜର ମାଲିକ ହେବା ଦରକାର। କାର୍ଯ୍ୟକ୍ରମରେ ନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଉପସ୍ଥିତ ଥିଲେ। ଫିଚର ସମ୍ପାଦକ ଗୌରହରି ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri