ଦେଢ଼ବର୍ଷରେ ଭାଙ୍ଗିଗଲା ସୁନାର ସଂସାର, ଫ୍ୟାନରେ ଶାଢ଼ୀ ଲଗାଇ ଝୁଲି ପଡିଲେ ନବବିବାହିତା

ଉମରକୋଟ,୪।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ଏକ ପରିବାରର ସ୍ୱପ୍ନକୁ ଚୂରମାର୍‌ କରିଦେଇଛି। ଦେଢ଼ ବର୍ଷ ତଳେ ବହୁ ଆଡମ୍ବର ରେ ବାହା ହୋଇଥିଲା, କାନ୍ଥରେ ଲେଖା ହୋଇଥିବା ନା ନଲିଭିବା ପୂର୍ବରୁ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଝିଅର ପରିବାର। ଶଶୁର ଘରେ ଝିଅର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପାଘର ଲୋକେ ।

ଝିଅର ବାପା ପ୍ରଭାସ କୁମାର ମିସ୍ତ୍ରୀଙ୍କ ଅନୁସାରେ, ତାଙ୍କ ଝିଅ ସଞ୍ଜନା ମିସ୍ତ୍ରୀ (୨୫)ଙ୍କୁ ଶଶୁରଘର ଲୋକେ ଯୌତୁକ ନିମନ୍ତେ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। କିନ୍ତୁ ଶଶୁରଘର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି, ଏବଂ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ରାଇଘର ନିକଟସ୍ଥ ପାରୁଆ ଗ୍ରାମପଞ୍ଚାୟତର ଛତାବେଡା ଗ୍ରାମର ପ୍ରଭାସ କୁମାର ମିସ୍ତ୍ରୀଙ୍କ ଝିଅ ସଞ୍ଜନା, ଯିଏ ପେସାରେ ଜଣେ ଶିକ୍ଷୟତ୍ରୀ ଥିଲେ, ତାଙ୍କର ବିବାହ ୧୫ ଜୁଲାଇ ୨୦୨୪ରେ ଉମରକୋଟ ଡିଏନକେର କାବୁଲ ଚାନ୍ଦଙ୍କ ସାନପୁଅ ଅନୁପମ ଚାନ୍ଦଙ୍କ ସହ ବଙ୍ଗୀୟ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ବାହାଘରର ଦଶ ଦିନ ପରେ ହିଁ ଶଶୁରଘରର ସମସ୍ତ ସଦସ୍ୟ ଓ ମାଉସୀ ସଞ୍ଜନାଙ୍କୁ ଯୌତୁକ ବାବଦରେ କାର ମାଗି ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ। ସଞ୍ଜନା ଏହା ନିଜ ପରିବାରକୁ ଜଣାଇଥିଲେ ମଧ୍ୟ ସହ୍ୟ କରି ରହିଥିଲେ।

କିନ୍ତୁ ଶନିବାର ରାତିରେ ସଞ୍ଜନା ନିଜ ଦାଦାଙ୍କୁ ଫୋନ୍‌ କରି କହିଥିଲେ, “ଶଶୁରଘର ଲୋକେ ମୋତେ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି ଓ ଜୀବନରେ ମାରିଦେବେ। ମୋତେ ଏଠାରୁ ନେଇଯାଅ।” ଝିଅର କଥା ଶୁଣି ବାପାଘର ଲୋକେ ରବିବାର ସକାଳେ ଘଟଣାର ସମାଧାନ ପାଇଁ ଯିବାକୁ ଯୋଜନା କରିଥିଲେ। ହେଲେ ସକାଳ ୬ଟା ୩୦ ମିନିଟ୍‌ରେ ଶଶୁରଘରରୁ ଖବର ଆସିଲା ଯେ ସଞ୍ଜନା ନିଜ ରୁମ୍‌ର ଫ୍ୟାନ୍‌ରେ ଶାଢ଼ୀ ଲଗାଇ ଝୁଲି ପଡ଼ିଛନ୍ତି। ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ, ଝିଅର ବାପା କହିଛନ୍ତି, “ଆମ ଝିଅ ଆତ୍ମହତ୍ୟା କରି ନାହାଁନ୍ତି। ଶଶୁରଘର ଲୋକେ ମିଶିକି ନିର୍ଯାତନା ଦେଇ ତାଙ୍କୁ ହତ୍ୟା କରିଛନ୍ତି। କାନ୍ଥରେ ଲେଖା ହୋଇଥିବା ନାମଟିଏ ନଲିଭିବା ପୂର୍ବରୁ ଝିଅର ଚାଲିଯିବା ଆମକୁ ଭାଙ୍ଗି ଦେଇଛି।”

ଅନ୍ୟପକ୍ଷରେ, ମୃତକଙ୍କ ଶଶୁର କାବୁଲ ଚାନ୍ଦ କହିଛନ୍ତି, “ଆମେ ତାଙ୍କୁ ନିଜ ଝିଅ ଭଳି ରଖିଥିଲୁ। ଯୌତୁକ ନିର୍ଯାତନାର କଥା ମିଛ। ଆମ ଘରେ କାର ଅଛି, ତାହାର ଆବଶ୍ୟକତା ନଥିଲା। ପୁଅ ଓ ବୋହୂ ଭିତରେ ସମ୍ପର୍କ ଭଲ ଥିଲା, କିନ୍ତୁ କେଉଁ କାରଣରୁ ସେ ଏପରି ପଦକ୍ଷେପ ନେଲେ ଆମେ ଜାଣିନାହୁଁ।”

ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ପରେ ପୋଲିସ କେସ୍‌ ନମ୍ବର ୦୨/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ସ୍ୱାମୀ ଅନୁପମଙ୍କୁ ଥାନାରେ ଅଟକ ରଖାଯାଇଛି। ନବରଙ୍ଗପୁରର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷଣ କରୁଛନ୍ତି। ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ଡିଏନକେ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଘଟଣା ଯୌତୁକ ନିର୍ଯାତନାର ବିରୁଦ୍ଧରେ ସମାଜକୁ ଆହ୍ୱାନ ଦେଉଛି, ଯେଉଁଥିରେ ଏକ ଯୁବତୀଙ୍କ ଜୀବନ ହାରିବା ପରି ଦୁଃଖଦ ପରିଣାମ ହୋଇଛି। ତଦନ୍ତର ଫଳାଫଳ ଏବେ ଅପେକ୍ଷାର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri