ନବ ବିବାହିତା ଝିଅଙ୍କ ମିଳିଲା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ବାପା

ଘଣ୍ଟାପଡ଼ା,୩।୬(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା ଘଣ୍ଟାପଡା ଥାନା କୁଳୁତାଜୋର ପଞ୍ଚାୟତ ଅଧୀନ ବରପଦର ଗ୍ରାମର ପୂର୍ଣ୍ଣ ରଣାଙ୍କ ବିବାହିତ ଝିଅ ଜୟନ୍ତୀ(୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା।

ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବଘାପାଲି ଗ୍ରାମର ଗିଲେଶ୍ୱର ରଣା(୨୩)ଙ୍କ ସହିତ ସାମାଜିକ ରୀତିନୀତି ଅନୁଯାୟୀ ଚଳିତବର୍ଷ ଫେବୃଆରୀ ୧୮ତାରିଖରେ ଜୟନ୍ତୀଙ୍କ ବିବାହ ହୋଇଥିଲା। ସୋମବାର ପ୍ରାୟ ୯ଟାରେ ସ୍ବାମୀ, ସ୍ତ୍ରୀ ଦୁହେଁ ବରପଦର ଆସିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ଝିଅର ମା’ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିଲେ ଓ ବାପା ମିସ୍ତ୍ରୀ କାମ ପାଇଁ ବାଲନ୍ଦାପଡା ଯାଇଥିଲେ। ଘରେ କେବଳ ଆଠ ବର୍ଷର ଜଣେ ନାବାଳିକା ଝିଅ ଥିଲେ। ପାଖାପାଖି ୧୧ଟାରେ କୌଣସି କାରଣକୁ ନେଇ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।

ଛୋଟ ଝିଅକୁ ବାହାରକୁ ପଠାଇ ଦେଇ ଘର କବାଟ ଦେଇଥିଲେ l ଯେତେ ଡାକିବାରୁ ଭିତର ପଟରୁ ଉତ୍ତର ଆସି ନ ଥିଲା। ଫଳରେ ପଡୋଶୀମାନେ ଆସି ଛାତ ପଟୁ ଭିତରୁ ଯାଇ ଦେଖିବାରୁ ଛାତର ହୁକରେ ଏକ ଶାଢୀରେ ଜୟନ୍ତୀଙ୍କ ମୃତଦେହ ଝୁଲୁଛି। ଘର ଭିତରେ କିଛି ଭଙ୍ଗା ଚୁଡ଼ି ଓ ଏକ ହାତ ଘଣ୍ଟା ପଡିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ପରିବାର। ଗିଲେଶ୍ୱର ଛାତ ଡେଇଁ ପଳାଇଥିବା ମଧ୍ୟ କିଛି ବ୍ୟକ୍ତି ଦେଖୁଥିବା ଜଣା ପଡିଛି। ଝିଅ ବାପା ଏନେଇ ଘଣ୍ଟାପଡା ଥାନାରେ ଏତଲା ଦେବାପରେ ପୋଲିସ ଓ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି। ଫୋନ ନମ୍ବରକୁ ଟ୍ରାକ କରି ପୋଲିସ ଗିଲେଶ୍ୱରଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ବିନା ଭୁଲ୍‌ରେ ଛାତ୍ରଙ୍କୁ ଜୋରଦାର ଚାପୁଡା ମାରିଲେ ଶିକ୍ଷକ: ଆଉ ତା’ପରେ ଘଟିଲା…

ଅହମ୍ମଦାବାଦ,୩୦।୬:ଗୁଜରାଟର ଅହମ୍ମଦାବାଦରୁ ଶିକ୍ଷକ-ଛାତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକୋଲ ଅଞ୍ଚଳର ଏକ ସ୍କୁଲରେ ଜଣେ ଶିକ୍ଷକ ବିନା ଭୁଲ୍‌ରେ ଜଣେ…

ସ୍ନାନଯାତ୍ରା ପରେ ଜ୍ୱରରେ ପୀଡି଼ତ ମହାପ୍ରଭୁ; ଅଲାନାଥରେ ଚାଲିଛି ଦର୍ଶନ, ଜମୁଛି ଭକ୍ତଙ୍କ ଭିଡ଼

ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର ।…

ଖଣ୍ଡଗିରି ହତ୍ୟାକାଣ୍ଡ: ପୁଅ ପରେ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା

ଭୁବନେଶ୍ୱର,୩୦।୬: ରାଜଧାନୀର ବହୁଚର୍ଚ୍ଚିତ ଖଣ୍ଡଗିରି ହତ୍ୟାକାଣ୍ଡରେ ମୃତକଙ୍କ ପରିବାରକୁ ଆଉ ଏକ ବଡ଼ ଝଟକା ଲାଗିଛି। ହତ୍ୟାକାଣ୍ଡ ସମୟରେ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିବା…

ଜାତୀୟ ରାଜପଥରୁ ମିଳିଲା ଅଚିହ୍ନା ମୃତଶରୀର: ବଢୁଛି ସନ୍ଦେହ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଅମାଠ ଛକଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତଶରୀର ମଙ୍ଗଳବାର ପଡ଼ିଥିବାର…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

କ୍ରିକେଟରଙ୍କ ବିରୋଧରେ ଘରୋଇ ସହାୟକଙ୍କୁ ଆକ୍ରମଣ ଅଭିଯୋଗ, ତାଙ୍କ ବାପା-ଡ୍ରାଇଭରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ

ନୂଆଦିଲ୍ଲୀ,୩୦।୬: ଆଇପିଏଲରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ଶଶାଙ୍କ ସିଂହ ଏବେ ଏକ ଭିନ୍ନ କାରଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ଭୋପାଳରେ ତାଙ୍କ ବିରୋଧରେ ଏକ…

ହୁମ୍ମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସାଇକେଲରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ…

ଗଞ୍ଜାମ,୩୦।୬(ଅନାଥ ତରାଇ): ହୁମ୍ମା ଓଭରବ୍ରିଜ୍ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri