Posted inଖେଳ

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳକୁ ଧମକ

ଲଣ୍ଡନ,୨୧।୯: ଇଂଲଣ୍ଡ ଗସ୍ତରେ ଯାଇଥିବା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। କିଓ୍ବି ଦଳକୁ ବୋମା ଧମକ ମିଳିଛି। ଏହା ସତ୍ତ୍ୱେ ଆଜି ଲିସେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କାର୍ଯ୍ୟସୂଚୀ ଏବଂ ସମୟ ଅନୁଯାୟୀ ଖେଳାଯିବ। ଗୁପ୍ତଚର ସଂସ୍ଥାଗୁଡ଼ିକର ଅନୁସନ୍ଧାନ ପରେ ନ୍ୟୁଜିଲାଣ୍ଡ କ୍ରିକେଟ ଏହି ବିପଦକୁ ବିଶ୍ୱାସଯୋଗ୍ୟ ବୋଲି ବିବେଚନା କରି ନାହିଁ। ତଥାପି, ନ୍ୟୁଜିଲାଣ୍ଡ ମହିଳା ଦଳର ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ନ୍ୟୁଜିଲାଣ୍ଡର ପୁରୁଷ କ୍ରିକେଟ ଦଳ ସୁରକ୍ଷା କାରଣରୁ ଦର୍ଶାଇ ପାକିସ୍ତାନ ଗସ୍ତକୁ ହଠାତ୍‌ ବାତିଲ କରିଦେଇଥିଲେ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡର ଟିମ ମ୍ୟାନେଜମେଣ୍ଟର ଜଣେ ସଦସ୍ୟଙ୍କୁ ଦଳର ହୋଟେଲରେ ବୋମା ରଖାଯିବ ବୋଲି ଧମକ ଦିଆଯାଇଥିଲା। କେବଳ ଏତିକି ନୁହେଁ, ନ୍ୟୁଜିଲାଣ୍ଡକୁ ଫେରୁଥିବାବେଳେ ଏହି ଦଳକୁ ବିମାନରେ ବୋମା ଲଗାଇବା ବିଷୟରେ ମଧ୍ୟ ଚେତାବନୀ ଦିଆଯାଇଥିଲା। ଫଳସ୍ବରୂପ, ସୋମବାରଠାରୁ ନ୍ୟୁଜିଲାଣ୍ଡ ମହିଳା ଦଳ ହୋଟେଲ ଭିତରେ ରଖଶଯାଇଥିଲା। ଏହା ପରେ ଆତଙ୍କବାଦ ମୁକାବିଲା ସହ ଜଡିତ ପୋଲିସ ଏବଂ ଏଜେନ୍ସିଗୁଡ଼ିକୁ ଡକାଯାଇଥିଲା। କିଛି ଘଣ୍ଟା ପାଇଁ ଏହା ଆଲୋଚନା ହେଉଥିଲା ଯେ ତୃତୀୟ ଦିନିକିଆ ବାତିଲ ହେବ। କାରଣ ନ୍ୟୁଜିଲାଣ୍ଡ ଦଳ ଅଭ୍ୟାସ ମଧ୍ୟ କରି ନ ଥିଲା। ନ୍ୟୁଜିଲାଣ୍ଡ କ୍ରିକେଟ ମୁଖପାତ୍ର କହିଛନ୍ତି ଯେ, ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ସମ୍ପର୍କରେ ଏକ ମିଥ୍ୟା ଇ-ମେଲ ପାଇଛି। ଅବଶ୍ୟ, ଏହି ଇ-ମେଲ ବିଶେଷ ଭାବରେ ନ୍ୟୁଜିଲାଣ୍ଡ ଦଳକୁ ଦର୍ଶାଇ ନ ଥିଲା। ତଥାପି ଏହାକୁ ଗମ୍ଭୀରତାର ସହ ନିଆଯାଇଥିଲା ଏବଂ ଯାଞ୍ଚ କରାଯାଇଥିଲା ଏବଂ ଅବିଶ୍ୱାସନୀୟ ବୋଲି ବିବେଚନା କରାଯାଇଥିଲା। ତୃତୀୟ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡର ଦଳ ଲିସେଷ୍ଟରରେ ପହଞ୍ଚିଛି। ସତର୍କତାମୂଳକ ପଦକ୍ଷେପ ଭାବରେ ଟିମ ହୋଟେଲ ଚାରିପାଖରେ ସୁରକ୍ଷା ବୃଦ୍ଧି କରାଯାଇଛି। ତେବେ କିଛି ଖେଳାଳି ତଥାପି ଭୟଭୀତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri