ମୁଣ୍ଡରେ ସିନ୍ଦୁର, ଖାଲି ପାଦରେ ମନ୍ଦିର ଯାଇ ପୁରୀ, ସୋଲା ତରକାରୀ ଖାଇଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ଅକଲାଣ୍ଡ,୧୦।୮: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅରଡେନ ନିଜ ବେଶଭୂଷାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଅକଲାଣ୍ଡରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଚପଲ ଓହ୍ଲାଇ ମନ୍ଦିରକୁ ଯିବାସହ ମୁଣ୍ଡରେ ସିନ୍ଧୁର ଲଗାଇଥିଲେ। ଭାରତୀୟ ଖାଦ୍ୟ ପୁରୀ, ସୋଲା ତରକାରୀ ଏବଂ ଡାଲି ଖାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସିଆଲ ଟୁଇଟରରେ ଏହାର ଫଟୋ ଶେୟାର କରାଯାଇଛି। ଏହାସହ ନ୍ୟୁଜିଲାଣ୍ଡରେ ଭାରତର ଉଚ୍ଚ କମିଶନର ନିଯୁକ୍ତ ହୋଇଥିବା ମୁକତେଶ ପରଦେଶୀ ମଧ୍ୟ ନିଜ ଟୁଇଟରରେ ଫଟୋ ଶେୟାର କରିଛନ୍ତି। ୪୦ ବର୍ଷୀୟା ଜେସିଣ୍ଡା ସେପ୍ଟେମ୍ବରରେ ଜାତୀୟ ନିର୍ବାଚନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଧାକୃଷ୍ଣ ମନ୍ଦିର ଦର୍ଶନ କରିଥିଲେ। ଭାରତୀୟ ଖାଦ୍ୟ ଖାଇ ଖୁସି ଥିବା ଫଟୋରେ ନଜର ଆସିଥିଲେ ଜେସିଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

‘ଆତଙ୍କବାଦ ରାଜନୈତିକ ହୋଇପାରିବ ନାହିଁ’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧ା୧୦: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ନିକଟରେ ଆମେରିକାରୁ ଫେରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ଥର ଭାରତର ପତାକା ଉତ୍ତୋଳନ...

ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ...

ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ

ଇସଲାମାବାଦ,୨୯।୧୦: ୨୦୧୯ରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟଭୀତ ହୋଇଯାଇଥିଲା ପାକିସ୍ତାନ। ସଂସଦରେ ଏକଥା ଖୁଲାସା କରିଛନ୍ତି ପାକିସ୍ତାନର ବିରୋଧୀ ଦଳ ପାକିସ୍ତାନ...

ଚାଇନାର ଚାଲାକି: ପଡୋଶୀ ଦେଶକୁ ସାହାଯ୍ୟ କରି ଭାରତକୁ ଘେରିବାକୁ କରୁଛି ଚେଷ୍ଟା

ବେଜିଂ,୯।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ, ଅବଶିଷ୍ଟ ବିଶ୍ୱ ଅପେକ୍ଷା ନୀତି ଆପଣାଇଛି। କିନ୍ତୁ ଚାଇନା ଆଫଗାନିସ୍ତାନର ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ...

ଆମେରିକାରେ ଥମୁନି ଗୁଳି ବର୍ଷଣ

ଓ୍ବାଶିଂଟନ,୧୭ା୪: ଆମେରିକାରେ ଗୁଳି ବିନିମୟ ଥମୁନାହିଁ। ରବିବାର ପୂର୍ବାହ୍ନରେ ଆମେରିକାର ପିଟସବର୍ଗ ସହରରେ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ...

ତିବ୍ବତରେ କରୋନା ଦ୍ୱାରା ନରସଂହାର ପାଇଁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ/ଲାସା,୨୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କଠୋର ଜିରୋ କୋଭିଡ ନୀତି ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନର ଚାପରେ କଟକଣାକୁ ଉଠାଇ ନେଇଛନ୍ତି।...

ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା...

ପୁଟିନ୍‌ଙ୍କ ଆଧିପତ୍ୟ ବଢ଼ିବ

ଓ୍ବାଶିଂଟନ,୩ା୩: ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ତାହା ବୁଲଗେରିଆର ଜଣେ ଅନ୍ଧ ମହିଳା ପୂର୍ବାନୁମାନ କରିପାରୁଥିଲେ। ସେ ଜଣେ ଭବିଷ୍ୟବକ୍ତା ଥିଲେ ବୋଲି ତାଙ୍କ...

Advertisement
Archives

Model This Week