Posted inଖେଳ

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ୍‌, ୧୫ା୧୨ (ଏପି): ସ୍ଥାନୀୟ ବେସିନ୍‌ ରିଜର୍ଭଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୧୨ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହିତ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରଥିବାବେଳେ ବିଶ୍ୱ କ୍ରିକେଟ ଟେଷ୍ଟ ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ସହ ଯୋଗଦେଇଛି। ମ୍ୟାଚ୍‌ରେ ଫଲୋଅନ୍‌ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ସୋମବାର ଚତୁର୍ଥ ଦିବସରେ ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୪୪/୬ରୁ ଖେଳ ଆରମ୍ଭ କରିଥିଲା। ଦଳ ୩୧୭ ରନରେ ଅଲଆଉଟ ହୋଇଯାଇଥିଲା। ସିରିଜରେ ଦଳର ଗୋଟିଏ ଇନିଂସରେ ସର୍ବୋଚ୍ଚ ସ୍କୋର। ତଥାପି ଓ୍ବେଷ୍ଟଇଣ୍ଡିଜ ଘରୋଇ ଦଳର ପ୍ରଥମ ଇନିଂସ ସ୍କୋରଠାରୁ ଆହୁରି ୧୨ରନ ପଛରେ ପଡ଼ିଯାଇଥିଲା।
ସୋମବାର ବର୍ଷାଯୋଗୁ ଖେଳ ଆରମ୍ଭରେ ବିଳମ୍ବ ଘଟିଥିଲା। ଭ୍ରମଣକାରୀ ଦଳ ସକାରାତ୍ମକ ମନୋଭାବ ନେଇ ଖେଳ ଆରମ୍ଭ କରିଥିଲା। ଦିନର ଚତୁର୍ଥ ଓଭରରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ବ୍ୟକ୍ତିଗତ ୬୧ରନ କରି ଆଉଟ ହୋଇଥିଲେ। ଏଥିସହିତ ଜୋସୁଆ ଡା’ ସିଲ୍‌ଭାଙ୍କ ସହ ତାଙ୍କର ୮୨ରନର ପାର୍ଟନରଶିପ୍‌ର ଅନ୍ତଃ ଘଟିଥିଲା। ହୋଲ୍ଡରଙ୍କୁ ଟିମ୍‌ ସୌଦି ବୋଲ୍ଡ କରିଦେଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଭାବେ ଅଲ୍‌ଜାରି ଯୋଶେଫ୍‌ ଆଉଟ ହୋଇଥିଲେ। ସୌଦିଙ୍କ ବୋଲିଂରେ ଲେଗ୍‌ ସାଇଡ୍‌ରେ ଉଇକେଟକିପର ବି.ଜେ. ଓ୍ବାଟଲିଂଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହେବା ପୂର୍ବରୁ ସେ ୨ ଛକା ଓ ୩ ଚୌକା ସହ ଦ୍ରୁତ ୨୪ ରନ କରିଥିଲେ। ମ୍ୟାଚ୍‌ରେ ସୌଦିଙ୍କର ଏହା ଥିଲା ୭ମ ଉଇକେଟ। ଏହି ସଫଳତା ଦ୍ୱାରା ଟେଷ୍ଟରେ ସୌଦିଙ୍କ ଉଇକେଟ ସଂଖ୍ୟା ୨୯୬ରେ ପହଞ୍ଚତ୍ଲା। ରିଚାର୍ଡ ହାର୍ଡଲୀ ଓ ଡାନିଏଲ ଭିଟୋରୀଙ୍କ ପରେ ନ୍ୟୁଜିଲାଣ୍ଡର ତୃତୀୟ ଖେଳାଳି ଭାବେ ୩୦୦ ଉଇକେଟ ସଫଳତା ହାସଲ କରିବା ଦିଗରେ ଅଗ୍ରସର ହେଉଛନ୍ତି। ନିଲ୍‌ ଓ୍ବାଗ୍‌ନରଙ୍କ ଦ୍ୱାରା ଏଲବି ଡବଲ୍‌ୟୁ ହେବା ପୂର୍ବରୁ ଉଇକେଟକିପର ଡା’ ସିଲ୍‌ଭା ତାଙ୍କ ଟେଷ୍ଟ ପଦାର୍ପଣରେ ୭୭ ବଲ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ଶେଷ ବ୍ୟାଟ୍ସମ୍ୟାନ ଭାବେ ଶାନନ ଗାବ୍ରିଲ କୌଣସି ରନ ନ କରି ଓ୍ବାଗ୍‌ନରଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ୨-୦ରେ ସିରିଜ ବିଜୟ ଦ୍ୱାରା ଆଇସିସି ବିଶ୍ୱ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ (୧୧୬) ସହ ଏହାର ପଏଣ୍ଟ ସଂଖ୍ୟା ସମାନ ହୋଇପାରିଛି। ନ୍ୟୁଜିଲାଣ୍ଡ ଆହୁରି ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ଇଂଲଣ୍ଡକୁ ହଟାଇ ତୃତୀୟ ସ୍ଥାନ ଅଧିକାର କରିନେଇଛି।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୪୬୦
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୩୧
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୩୧୭ (ଜନ୍‌ କ୍ୟାମ୍ପବେଲ୍‌-୬୮, ଜାସନ ହୋଲ୍ଡର-୬୧, ଯୋଶୁଆ ଡା’ ସିଲ୍‌ଭା-୫୭, ନିଲ୍‌ ଓ୍ବାଗନର-୩/୫୪, ଟ୍ରେଣ୍ଟ ବୋଲ୍ଟ-୩/୯୬, କାଇଲ ଜେମିସନ-୨/୪୩, ଟିମ୍‌ ସୌଦି-୨/୯୬)।
ପ୍ଲେୟର ଅଫ୍‌ ଦି ମ୍ୟାଚ- ହେନ୍‌ରୀ ନିକୋଲ୍ସ, ପ୍ଲେୟର ଅଫ୍‌ ସି ସିରିଜ- କାଇଲ ଜେମିସନ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri