ଦୋଷ ଲୁଚାଇବା ପାଇଁ ନୂଆ ଫନ୍ଦି

ଯାଜପୁର ଅଫିସ,୧୮।୧: ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ସିହା ଗ୍ରାମପଞ୍ଚାୟତରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାମରେ ଅନିୟମିତତା ଓ ଆର୍ଥିକ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଧରିତ୍ରୀରେ ନିୟମିତ ଖବର ପ୍ରକାଶ ପାଇବା ପରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ମଧ୍ୟ ସାନି ତଦନ୍ତ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ଏହି ଦୁର୍ନୀତିକୁ ଚାପି ଦେବା ପାଇଁ ଏକ ନୂଆ ଫନ୍ଦିକୁ ଗ୍ରହଣ କରାଯାଇଛି। ନିର୍ମାଣ ସ୍ଥଳରେ ଏକ ନୂତନ ଫଳକ ଲଗାଯାଇଛି। ସେହି ଫଳକରେ ମେଶିନ ବ୍ୟବହୃତ ହୋଇପାରୁଥିବା ପଞ୍ଚାୟତିରାଜ ବିଭାଗର ଯୋଜନା-୧୫ତମ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ବୋଲି ଉଲ୍ଲେଖ ରହିଛି। ପୂର୍ବରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଏହି ଖେଳପଡିଆ ନିର୍ମାଣରେ କେତେକ ସ୍ବଚ୍ଛଳ ବର୍ଗର ବ୍ୟକ୍ତିଙ୍କୁ ଶ୍ରମିକ ସଜାଇ ମେଶିନ ଲଗାଇ ୬୦ ହଜାର ଟଙ୍କା ବିଲ୍‌ ହୋଇ ସାରିଛି। ତେଣୁ ଗୋଟିଏ କାମ ପାଇଁ ଦୁଇ ଦୁଇଟି ଫଳକ ଲଗାଇବା ପଛରେ କାହାର ମନ୍ଦ ଉଦ୍ଦେଶ୍ୟ ରହିଛି ସେ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଗ୍ରାମାଞ୍ଚଳରେ କେହି କାମ ନ ପାଇ ଭୋକିଲା ରହିବେ ନାହିଁ, ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ ହୋଇଛି। ଏହି ଯୋଜନାରେ ଆବେଦନକାରୀ ଶ୍ରମିକଙ୍କୁ ସରକାର ୧୦୦ ଦିନର କାମ ଯୋଗାଇବେ। କାମ ଯୋଗାଇ ନ ପାରିଲେ ଶ୍ରମିକଙ୍କୁ ଭତ୍ତା ଦେବାକୁ ସରକାର ବାଧ୍ୟ ବୋଲି ଏହି ଯୋଜନାରେ ନିୟମ ରହିଛି। ଏଥିରେ ଜିଲାର ପ୍ରଗତି ତଥା ଗରିବଙ୍କ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆଣିବା ସୁନିଶ୍ଚିତ ହୋଇଛି। ମାତ୍ର ପ୍ରକଳ୍ପଗୁଡିକ କାର୍ଯ୍ୟକାରିତାରେ ଦୁର୍ନୀତି ଭରି ରହିଥିବାରୁ ବିକାଶମୁଖୀ ଜିଲା ଭାବେ ପରିଚିତ ଯାଜପୁରର ମଧ୍ୟ ଦାରିଦ୍ର୍ୟର ଚିତ୍ର ବଦଳୁ ନାହିଁ ବୋଲି ଅଭିଯୋଗ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସିହା ଗ୍ରାମ ଖେଳପଡ଼ିଆ ନିର୍ମାଣକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ଏହି ଗ୍ରାମରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ଖେଳ ପଡିଆ ନିର୍ମାଣ ହେଉଛି। ହେଲେ ଯୋଜନାର ତଥ୍ୟ ସୂଚନା ଫଳକରେ ଦର୍ଶାଯାଇନାହିଁ। ଏନେଇ ଅଭିଯୋଗ ହେବା ପରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତୁରନ୍ତ ତଦନ୍ତ ନିମନ୍ତେ ବଡଚଣା ବିଡିଓ ଅଜିତ ପ୍ରସାଦ ଗିରିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଡିଓ ସରଜମିନ ତଦନ୍ତ ନିମନ୍ତେ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଖେଳପଡିଆର ନିର୍ମାଣ କାମ ଜବ୍‌ କାର୍ଡଧାରୀଙ୍କ ଦ୍ୱାରା ହେଉଥିବା ରିପୋର୍ଟ ପ୍ରଦାନ କରିଥିଲେ। ତେବେ ସେହି ରିପୋର୍ଟରେ କୌଣସି ଠିକ୍‌ ତଥ୍ୟ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଏ ସଂକ୍ରାନ୍ତରେ ଧରିତ୍ରୀରେ ସେହି ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନିକ) ଗୋପୀନାଥ କୁଅଁର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ଅମୀୟ କୁମାର ପରିଡ଼ା, ଏଷ୍ଟିମେଟର ଦୀପକ କୁମାର ଆଚାର୍ଯ୍ୟ ଏବଂ ଜିଲା ସାମାଜିକ ଲେଖା ପରୀକ୍ଷକ (ଅଡିଟର) ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ବ୍ଲକ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଧରି ଖେଳପଡ଼ିଆ ନିର୍ମାଣ କାର୍ଯ୍ୟର ପୁନଃ ତଦନ୍ତ କରିଥିଲେ। ତେବେ କେତେକ ଅଯୋଗ୍ୟ ହିତାଧିକାରୀଙ୍କ ମାଧ୍ୟମରେ ଅର୍ଥ ହଡ଼ପ କରିଥିବା ସରପଞ୍ଚ, ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ଏହି ପ୍ରକଳ୍ପ ପାଇଁଁ ଆହୁରି ୨ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି। ଏ ସଂକ୍ରାନ୍ତରେ ବଡ଼ଚଣା ବିଡିଓ ଗିରିଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ମୋବାଇଲକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ ରିସିଭ ନ କରିବାରୁ ମତମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri