‘ଅବତାର: ଦ ୱେ ଅଫ ୱାଟର’ର ନୂଆ ଟ୍ରେଲର ରିଲିଜ୍‌, ଡିସେମ୍ବରରେ ରିଲିଜ୍ ହେବ ଫିଲ୍ମ

ମୁମ୍ବାଇ: ଜେମ୍ସ କ୍ୟାମରୁନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ‘ଅବତାର’ ସାରା ବିଶ୍ୱରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ଜଣାଶୁଣା । ଏହା ୨୦୦୯ରେ ରିଲିଜ୍ ହୋଇଥିଲା । ପ୍ରଥମ ଭାଗ ପରେ ସାରା ବିଶ୍ୱର ଦର୍ଶକେ ଏହାର ସିକ୍ୱିଏଲକୁ ଅପେକ୍ଷା କରିଥିଲେ । ଏବେ ଦର୍ଶକଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି । ମେକର୍ସ ଏହାର ଦ୍ୱିତୀୟ ଭାଗ ‘ଅବତାର: ଦ ୱେ ଅଫ ୱାଟର’ର ଏକ ନୂଆ ଟ୍ରେଲର ଜାରି କରିଛନ୍ତି ।
‘ଅବତାର’ ରିଲିଜ୍ ହେବାର ଦୀର୍ଘ ୧୩ ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ଅର୍ଥାତ୍ ‘ଅବତାର: ଦ ୱେ ଅଫ ୱାଟର’ ରିଲିଜ୍ ହେବାକୁ ଯାଉଛି । ଦେଖିବାକୁ ମିଳିବ ‘ସୁଲି ପରିବାର’ (ଜ୍ୟାକ, ନେୟତିରି ଓ ତାଙ୍କ ପିଲାମାନେ)ଙ୍କର ଜୀବନରେ ଯେଉଁସବୁ ଅସୁବିଧା ଆସୁଛି ସେମାନେ ଏଥିରୁ ନିଜକୁ କିପରି ସୁରକ୍ଷିତ ରଖୁଛନ୍ତି ଓ ନିଜକୁ ବଞ୍ଚାଇବାକୁ ଏହି ପରିବାର କ’ଣ କ’ଣ କରୁଛନ୍ତି ।
ନଭେମ୍ବର ୨ରେ ୟୁଟ୍ୟୁବରେ ‘ଅବତାର: ଦ ୱେ ଅଫ ୱାଟର’ର ନୂଆ ଟ୍ରେଲର ରିଲିଜ୍ କରାଯାଇଛି । ଆଉ ଏଥିରେ ଦର୍ଶାଯାଇଥିବା ବିଏଫଏକ୍ସ ଖୁବ୍ ସୁନ୍ଦର ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଟ୍ରେଲରକୁ ଦେଖିବା ପରେ ଅନୁମାନ କରାଯାଉଛି କି ପ୍ରଥମ ଭାଗଠାରୁ ଦ୍ୱୀତିୟ ଭାଗବି ଆହୁରି ଭଲ ହୋଇଥିବ ।
ଜେମ୍ସ କ୍ୟାମରୁନଙ୍କ ଏହି ଫିଲ୍ମ ‘ଅବତାର: ଦ ୱେ ଅଫ ୱାଟର’ର ଦ୍ୱିତୀୟ ଭାଗକୁ ବେଶ କିଛି ବର୍ଷ ହେବ ଦର୍ଶକେ ଅପେକ୍ଷା ରଖିଥିବା ବେଳେ ଏବେ ଏହାର ଟ୍ରେଲର ଦେଖି ସମସ୍ତେ ଉତ୍ସାହିତ ହୋଇପଡିଛନ୍ତି । ଡିସେମ୍ବର ୧୬ରେ ଏହା ରିଲିଜ୍ ହେବ ବୋଲି ଜଣାପଡିଛି ।
‘ଅବତାର: ଦ ୱେ ଅଫ ୱାଟର’ ଭାରତରେ ଇଂରାଜୀ ଓ ହିନ୍ଦୀ ସହିତ ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ବି ରିଲିଜ୍ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?