ନୂଆ ପର୍ଯ୍ୟଟନର ଆକର୍ଷଣ ଭୀମଡୁଙ୍ଗୁରି

ବଲାଙ୍ଗୀର ଅଫିସ,୯ା୬: ବଲାଙ୍ଗୀର ଜିଲାର ଏକ ନୂଆ ପର୍ଯ୍ୟଟନ ଆକର୍ଷଣ ହେଉଛି ଭୀମଡୁଙ୍ଗୁରି। ଜିଲା ସଦର ମହକୁମା ବଲାଙ୍ଗୀରଠାରୁ ପ୍ରାୟ ୨୦କିଲୋମିଟର ଦୂର ଦେଓଗଁା ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମପଞ୍ଚାୟତରେ ରହିଛି ଏଇ ପର୍ଯ୍ୟଟନସ୍ଥଳୀ। ଭୀମଡୁଙ୍ଗୁରିର ସବୁଜ ଜଙ୍ଗଲ ସମ୍ପଦ, ପ୍ରାକ୍‌ ଐତିହାସିକକାଳୀନ ଗୁମ୍ଫା, ଶିଳାଚିତ୍ର, ବୋଟିଂ ସୁବିଧା, ନବନିର୍ମିତ ଆକର୍ଷଣୀୟ ପାର୍କ ଓ ମିଶନ୍‌ ଶକ୍ତି କାଫେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଜିଲା ପର୍ଯ୍ୟଟନ ମାନଚିତ୍ରରେ ଏହି ନୂଆ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣସ୍ଥଳୀର ମାନ୍ୟତା ପାଇଛି।
ଐତିହାସିକ ଦୃଷ୍ଟିକୋଣରୁ ଭୀମଡୁଙ୍ଗୁରିର ବିଶେଷ ଗୁରୁତ୍ୱ ରହିଛି। ଭୀମଡୁଙ୍ଗୁରିରୁ ଆବିଷ୍କୃତ ହୋଇଛି ପ୍ରାକ୍‌ ଐତିହାସିକ ଯୁଗର ଶିଳାଚିତ୍ର, ରିଂ-ଷ୍ଟୋନ୍‌ ଓ ଲୌହ ଅସ୍ତ୍ରଶସ୍ତ୍ର। ଏଠାରେ ରହିଛି ୬୩ଟି ପ୍ରାକୃତିକ ଗୁମ୍ଫା। ବଡ ପ୍ରସ୍ତର ଖଣ୍ଡରେ ତିଆରି ହୋଇଥିବା ଏହି ପ୍ରାକୃତିକ ଗୁମ୍ଫା ପ୍ରାକ୍‌ ଐତିହାସିକକାଳୀନ ମାନବର ଆବାସସ୍ଥଳୀ ଥିଲା ବୋଲି ଗବେଷକଙ୍କ ମତ। ପାହାଡର ଅନେକ ଶିଳାରେ ରହିଛି ଆଦିମାନବର ବିରଳ ଶିଳାଚିତ୍ର। ଭୀମଡୁଙ୍ଗୁରିଠୁ ଶୁଲିଆ ଡୁଙ୍ଗୁରି ପର୍ଯ୍ୟନ୍ତ ଲମ୍ବିଛି ପ୍ରାଚୀନ ଆଦିବାସୀ ସାମାଜିକ-ସାଂସ୍କୃତିକ ଜୀବନ ଓ ଧର୍ମଧାରାର ଏକ ନିଆରା ପ୍ରତିବେଦନ। ଏହି ପାହାଡ ସହ ଯୋଡି ହୋଇରହିଛି ଆଦିବାସୀ କନ୍ଧମେଳିର ବ୍ରିଟିଶ ବିଦ୍ରୋହୀ ସଂଘର୍ଷ ଗାଥା। ତେବେ ଏସବୁ ଦିଗରେ ଅଧିକ ଗବେଷଣାର ଅପେକ୍ଷା ରଖେ।
୨୦୧୪ ମସିହା ପରେ ବିଧାୟକ ନରସିଂହ ମିଶ୍ରଙ୍କ ଉଦ୍ୟମକ୍ରମେ ଭୀମଡୁଙ୍ଗୁରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲା। ତତ୍କାଳୀନ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହି କ୍ଷେତ୍ରର ବିକାଶ ଦିଗରେ ଅନୁଦାନ ବ୍ୟବସ୍ଥା କରିଥିଲେ। ଇତିମଧ୍ୟରେ ପାହାଡର ଗୋଟିଏ ପଟରୁ ଚଢ଼ି ଅନ୍ୟପଟରେ ଓହ୍ଳାଇବା ପାଇଁ ୫୧୧ଟି ପାହାଚ ନିର୍ମାଣ ହୋଇଛି। ପାହାଡ ପାଦଦେଶରେ ଏକ ସୁନ୍ଦର ଶିବମନ୍ଦିର ରହିଛି। କିଛି ଦିନ ପୂର୍ବରୁ ପାହାଡ ପାଦଦେଶରେ ଏକ ସୁରମ୍ୟ ପାର୍କ ଉଦ୍‌ଘାଟନ ହୋଇଛି। ଏହି ପାର୍କରେ ଶିଶୁଙ୍କଠାରୁ ଆରମ୍ଭ କରି ବଡ ଲୋକଙ୍କ ପାଇଁ ବସିବା, ବୁଲିବା ସୁବିଧା ରହିଛି। ପାର୍କ ଭିତରେ ଏକ କୃତ୍ରିମ ଗୁମ୍ଫା ତିଆରି କରାଯାଇଛି। ଯାହା ଶିଶୁ, ମହିଳା ଓ ପୁରୁଷଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ଉଦ୍ୟାନ ମଝିରେ ତିଆରି ହୋଇଛି ଏକ ୱାଟର ଫାଉଣ୍ଟେନ୍‌। ତାଭିତରେ ଛୋଟ ଶିଶୁମାନଙ୍କ ପାଇଁ ବୋଟିଂ ସୁବିଧା କରାଯାଇଛି। ପାର୍କ ଭିତରେ ବିଭିନ୍ନ କିସମର ଫୁଲଗଛ ଏବଂ ଛୋଟ ପିଲାଙ୍କ ପାଇଁ ଦୋଳି ଲଗାଯାଇଛି। ପାର୍କକୁ ଲାଗିକରି ରହିଛି ମିଶନ ଶକ୍ତି କାଫେ। ଏଠାରେ ବୁଲିବା ବେଳେ ହାଲୁକା ଖାଦ୍ୟ ମଧ୍ୟ ଖାଇପାରିବେ। ପାହାଡ ପାଦଦେଶରେ ରହିଛି ଭୀମକଟା ଜଳାଶୟ। ଏଥିରେ ରହିଛି ଜିଲାର ପ୍ରଥମ ବୋଟିଂ ସୁବିଧା। ୧୨ଟି ଡଙ୍ଗା ରଖାଯାଇଛି ଯାହା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିଛି। ପର୍ଯ୍ୟଟକମାନେ ଏଠାକୁ ପହଞ୍ଚତ୍ବା ପରେ ପାହାଡ ଚଢ଼ିବା, ଗୁମ୍ଫା ଓ ମନ୍ଦିର ଦର୍ଶନ, ବୋଟିଂ କରିବା ତଥା ପାର୍କ ବୁଲିବା ମଜା ନେଉଛନ୍ତି। ପାହାଡ ଉପରେ କିଛି ଭିଉ ପଏଣ୍ଟ ନିର୍ମାଣ କରାଯାଇଛି। ସେଠାରୁ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ବିଶେଷକରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖିବା ଅନ୍ୟତମ ଆକର୍ଷଣ। ଖୁବ୍‌ କମ୍‌ ଦିନ ମଧ୍ୟରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ପ୍ରାୟ ପ୍ରତିଦିନ ଏଠାକୁ ପର୍ଯ୍ୟଟକମାନେ ଆସି କିଛି ସମୟ ଅତିବାହିତ କରୁଛନ୍ତି। ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନସ୍ଥଳୀର ତଦାରଖ କରାଯିବା ସହ ଅନେକ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି। ବଲାଙ୍ଗୀର ଡିଏଫ୍‌ଓ ନୀତୀଶ କୁମାର କହିଛନ୍ତି ଯେ, ଭୀମଡୁଙ୍ଗୁରି ଏବେ ସାରା ରାଜ୍ୟର ଏକ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଉଛି। ପାର୍କ, ବୋଟିଂ, ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଛି। ଆଗକୁ ୬.୬୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଠାରେ ଦୋକାନ ଘର ସହ ପିକ୍‌ନିକ୍‌ ପିଣ୍ଡି ନିର୍ମାଣ କରାଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ଓ ଆମୋଦ ପ୍ରମୋଦ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri