Posted inଜାତୀୟ

ଶରଦଙ୍କ ପାଇଁ ନୂଆ ଝଟକା: ଅଜିତଙ୍କ ଦଳରେ ଜୟନ୍ତ ସାମିଲ ହେବା ନେଇ ଚର୍ଚ୍ଚା…

ମୁମ୍ବାଇ,୬।୮ : ଅଜିତ ପାୱାର ଶାସକ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେସେନା ସରକାରରେ ଯୋଗଦେବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ବିଧାନସଭା ପାର୍ଟି ନେତା ତଥା ରାଜ୍ୟ ୟୁନିଟ ମୁଖ୍ୟ ଜୟନ୍ତ ପାଟିଲ ମଧ୍ୟ ଶରଦ ପାଓ୍ବାରଙ୍କ ଶିବିର ଛାଡ଼ିବା ନେଇ ଚର୍ଚ୍ଚା ହେଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜୟନ୍ତ ପାଟିଲ ଅଜିତ ପାୱାର ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ତାଙ୍କର ସମ୍ଭାବ୍ୟ ପଦକ୍ଷେପ ସମ୍ପର୍କରେ ବୈଠକ କରିଛନ୍ତି। ତେବେ ଯେତେବେଳେ ପାଟିଲଙ୍କୁ ଏ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଏଭଳି ପଦକ୍ଷେପ ନେବେ ନାହିଁ।

ଯେହେତୁ ଅଜିତ ପାୱାର ଏନସିପିରେ ଏକ ବିଦ୍ରୋହର ନେତୃତ୍ୱ ନେଇଥିଲେ ଏବଂ ତାଙ୍କ ଗୋଷ୍ଠୀ ଏନସିପିର ନାମ ତଥା ନିର୍ବାଚନ ଚିହ୍ନ ନିଜର ବୋଲି ଦାବି କରିଆସୁଥିଲେ, ବିଧାନସଭା ପାର୍ଟି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାରେ ବିଧାନସଭା ଦଳର ନେତାଙ୍କ ପଦବୀ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ଜୟନ୍ତ ପାଟିଲ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଅଜିତ ପାୱାର ଏବଂ ଏନସିପିର ଅନ୍ୟ ୮ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ଦାବି କରି ଏକ ଚିଠି ଲେଖି ସାରିଛନ୍ତି।

ସମ୍ପୃକ୍ତ ବିଦ୍ରୋହୀ ଗୋଷ୍ଠୀ ଉପରେ ଅଯୋଗ୍ୟତା ହେବାର ଆଶଙ୍କା ଥିବାରୁ ଅଧିକାଂଶ ଏନସିପି ବିଧାୟକ ଏନସିପିର କୌଣସି ଦଳ ପ୍ରତି ନିଜର ଆନୁଗତ୍ୟ ଦେଖାଇବାଠାରୁ ଦୂରେଇ ରହିବାକୁ ବିକଳ୍ପ ଭାବେ ବାଛିଛନ୍ତି। ସମଗ୍ର ମୌସୁମୀ ଅଧିବେଶନରେ ସଂସଦରେ ଉପସ୍ଥିତ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ଇସ୍ତଫା ଦେଲେ ୨ ବିଧାୟକ: ରାଗିଗଲେ ମୁଖ୍ୟମନ୍ତ୍ରୀ, ସିଧା କହିଦେଲେ…

ନୂଆଦିଲ୍ଲୀ,୪।୮: କର୍ନାଟକରେ ଡିକେ ଶିବକୁମାରଙ୍କ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍…

ଉଦୟନିଧି ଷ୍ଟାଲିନଙ୍କ ମାମଲାରେ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ପଚରାଉଚରା ପରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିକଟତର ବନ୍ଧୁ ଏବଂ ଅଭିନେତ୍ରୀ ତ୍ରିଷାଙ୍କ ଉପରେ କଥିତ…

ଚୋରିର ୧୫ ଦିନ ପରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ ଚୋର; ଚିଠିରେ ଲେଖିଲେ..

ହାଇଦ୍ରାବାଦ୍‌,୪।୮: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରୁ ଏକ ଅତ୍ୟନ୍ତ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରି କରିଥିବା ଚୋରମାନେ ଅପରାଧର ପ୍ରାୟ ୧୫ ଦିନ ପରେ ଅଧିକାଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri