ଉପଯୋଗ ନ କଲେ ଜରିମାନା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶିଳ୍ପାଞ୍ଚଳରୁ ବାହାରୁଥିବା ଗଦା ଗଦା ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରି ଚାଲିଛି। ଶିଳ୍ପାୟନ ବଢୁଥିବାରୁ ଏହା ଜଳ, ଭୂପୃଷ୍ଠ ଓ ବାୟୁମଣ୍ଡଳକୁ ବିପଜ୍ଜନକ ଭାବେ ଆକ୍ରାନ୍ତ କଲାଣି। ଏହାକୁ ଦୃଷ୍ଟିରେ ରଖି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ(ଏମ୍‌ଓଇଏଫ୍‌ ଆଣ୍ଡ ସିସି) ଫ୍ଲାଏ ଆଶ୍‌ ଉପଯୋଗ ନେଇ ନୂଆ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛି। ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ ଶିଳ୍ପାନୁଷ୍ଠାନଗୁଡ଼ିକ ନୂତନ ଗାଇଡ୍‌ଲାଇନ ଅନୁଯାୟୀ ଫ୍ଲାଏ ଆଶ୍‌ ଉପଯୋଗ କରିବେ ନାହିଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କି ଟନ୍‌ ପିଛା ୧ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି।

ଗାଇଡ୍‌ଲାଇନରେ କୁହାଯାଇଛି ଯେ କୋଇଲା ଓ ଇଗ୍‌ନାଇଟ ବ୍ୟବହାର କରୁଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ର (ଟିପିପି), ଇଣ୍ଡିପେଣ୍ଡେଣ୍ଟ ପାଓ୍ବାର ପ୍ଲାଣ୍ଟ(ଆଇପିପି) ଓ ଅନ୍ୟାନ୍ୟ ଶିଳ୍ପଗୁଡ଼ିକ ଉତ୍ପାଦନ କରୁଥିବା ପାଉଁଶକୁ ପରିବେଶକୁ ସୁହାଇଲା ଭଳି ଶତ ପ୍ରତିଶତ ବ୍ୟବହାର କରିବେ। ପାଉଁଶକୁ ଇଟା ତିଆରି, ସିମେଣ୍ଟ, ନଦୀବନ୍ଧ ନିର୍ମାଣ, ଖାଲୁଆ ଅଞ୍ଚଳ ପୋତିବା, ଖଣି ଅଞ୍ଚଳ, ଉପକୂଳବର୍ତ୍ତୀ ଜିଲାଗୁଡିକରେ ସମୁଦ୍ର କୂଳ ପୋତିବା କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ। ୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ୮୦ ପ୍ରତିଶତରୁ କମ୍‌ ଉପଯୋଗ କରାଯାଇପାରିବ ନାହିଁ। ୮୦ ପ୍ରତିଶତ ଫ୍ଲାଏ ଆଶ୍‌ ଉପଯୋଗ କରୁଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକୁ ୧୦୦ ପ୍ରତିଶତ କରିବାକୁ ୩ବର୍ଷ, ୬୦ରୁ ୮୦ ପ୍ରତିଶତ ପାଇଁ ୪ ଓ ୬୦ ପ୍ରତିଶତ ଉପଯୋଗ କରୁଥିବା ୟୁନିଟ୍‌ଗୁଡିକୁ ୫ ବର୍ଷ ସମୟ ଦିଆଯାଇଛି। ଟିପିପିଗୁଡ଼ିକ ୧୦ ବର୍ଷ ମଧ୍ୟରେ ୧୦୦% ଉପଯୋଗ କରିବାକୁ କୁହାଯାଇଛି।

ନୂଆ ଟିପିପିଗୁଡ଼ିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଦାରଖରେ ଆଶ୍‌ ପଣ୍ଡ୍‌ ବ୍ୟବହାର କରିପାରିବେ। ଦୈନିକ କେତେ ପାଉଁଶ ବାହାରୁଛି ସେ ବିଷୟରେ ପାଓ୍ବାର ପ୍ଲାଣ୍ଟଗୁଡ଼ିକ ନିୟମିତ ଭାବେ ଅନ୍‌ଲାଇନ କିମ୍ବା ମୋବାଇଲ ଆପ୍‌ ଜରିଆରେ ସୂଚନା ଦେବେ। ଟିପିପିଗୁଡ଼ିକୁ ୩୦୦ କି.ମି. ପରିଧି ମଧ୍ୟରେ ସରକାରୀ ଉଦ୍ୟୋଗ କିମ୍ବା ଘରୋଇ ସଂସ୍ଥା ଦ୍ୱାରା ଖାଲି ଅଞ୍ଚଳ ଭରଣା, ନଦୀବନ୍ଧ କିମ୍ବା ଫ୍ଲାଏ ଓଭର ରାସ୍ତା ନିର୍ମାଣ ପାଇଁ ମାଗଣାରେ ଫ୍ଲାଏ ଆଶ୍‌ ଯୋଗାଇ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଏହା ୨୫୦ କି.ମି. ପର୍ଯ୍ୟନ୍ତ ଥିଲା। ଫ୍ଲାଏ ଆଶ୍‌ର ବ୍ୟବହାର ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ, ଇଣ୍ଡିଆନ କଂଗ୍ରେସ, ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌, ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସି ଦ୍ୱାରା ଧାର୍ଯ୍ୟ ମାନ ଅନୁଯାୟୀ କରିବାକୁ ପଡ଼ିବ। ସେହିପରି ଖଣିଗୁଡ଼ିକୁ ପୋତିବା ପାଇଁ ଲିଜ୍‌ଧାରୀମାନେ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବେ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ। ଏହା ଖଣି ଭରଣା କାର୍ଯ୍ୟକୁ ତଦାରଖ କରିବ। ପାଓ୍ବାର ପ୍ଲାଣ୍ଟର ୩୦୦ କି.ମି. ମଧ୍ୟରେ କୌଣସି କୋଠାବାଡ଼ି ନିର୍ମାଣ ପାଇଁ ନାଲି ଇଟା ବ୍ୟବହାର କରାଯାଇ ପାରିବ ନାହିଁ। କେବଳ ଫ୍ଲାଏ ଆଶ୍‌ ଇଟାକୁ ବ୍ୟବହାର କରିବାକୁ ଗାଇଡ୍‌ଲାଇନରେ କୁହାଯାଇଛି।

ଫ୍ଲାଏ ଆଶ୍‌ର ଉପଯୁକ୍ତ ଉପଯୋଗ ନ କଲେ ଜରିମାନାର ବ୍ୟବସ୍ଥା କରାଯାଇଛି। ପ୍ରଥମ ୨ ବର୍ଷ ମଧ୍ୟରେ ଟିପିପିଗୁଡ଼ିକ ଯଦି ୮୦ ପ୍ରତିଶତ ଫ୍ଲାଏ ଆଶ୍‌ ଉପଯୋଗ କରିପାରିବେ ନାହିଁ ତେବେ ଟନ୍‌ ପିଛା ୧ ହଜାର ଟଙ୍କା ଜରିମାନା ଦେବାକୁ ହେବ। କୌଣସି ଶିଳ୍ପ ସଂସ୍ଥା ଫ୍ଲାଏ ଆଶ୍‌ ୩୦୦ କି.ମି. ମଧ୍ୟରେ ନ ଯୋଗାଇଲେ ଟନ୍‌ ପିଛା ୧୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଆଦାୟ ଜରିମାନା ରାଶିକୁ ଫ୍ଲାଏ
ଉପଯୋଗ ନ କଲେ …
ଆଶ୍‌ ବ୍ୟବହାର କ୍ଷେତ୍ରରେ ସିପିସିବି ବିନିଯୋଗ କରିବାକୁ କୁହାଯାଇଛି। ଫ୍ଲାଏ ଆଶ୍‌ ଠିକ୍‌ ଭାବେ ବିନିଯୋଗ ହେଉଛି କି ନାହିଁ ସିପିସିବି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟମାନେ ପ୍ରତି ୩ ମାସରେ ଶିଳ୍ପସଂସ୍ଥା ପରିଦର୍ଶନ କରି ଯାଞ୍ଚ କରିବେ। ଶିଳ୍ପ ସଂସ୍ଥାଗୁଡ଼ିକ ପାଉଁଶ ବିନିଯୋଗ ସମ୍ପର୍କରେ ପ୍ରତ୍ୟେକ ବର୍ଷ ଏପ୍ରିଲ ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଫ୍ଲାଏ ଆଶ୍‌ ବ୍ୟବହାରକାରୀ ଓ ଶିଳ୍ପ ସଂସ୍ଥା ମଧ୍ୟରେ ଦେଖାଦେଉଥିବା ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆସନ୍ତା ୩ ମାସ ମଧ୍ୟରେ ଏକ କମିଟି ଗଠନ କରିବାକୁ କୁହାଯାଇଛି। ଫ୍ଲାଏ ଆଶ୍‌ ଉପଯୋଗ ସମ୍ପର୍କରେ ଅଡିଟ୍‌ ରିପୋର୍ଟ ଟିପିପିଗୁଡ଼ିକ ପ୍ରତ୍ୟେକ ବର୍ଷ ସିପିସିବି ନିକଟରେ ଦାଖଲ କରିବେ।
ସୂଚନାଯୋଗ୍ୟ ଯେ ଦିଲ୍ଲୀସ୍ଥିତ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍‌ଭାଇରନମେଣ୍ଟ (ସିଏସ୍‌ଇ) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିିକରେ ୬୨୭ ନିୟୁତ ଟନ୍‌ ପାଉଁଶ ଗଚ୍ଛିତ ହୋଇରହିଛି। ତେବେ ଗତ କିଛିବର୍ଷ ହେବ ଦେଶର ବିଭିନ୍ନ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରୁ ବର୍ଷକୁ ପ୍ରାୟ ୨୦୦ ନିୟୁତ ଟନ୍‌ ପାଉଁଶ ଉତ୍ପାଦିତ ହେଉଛି। ୨୦୦୯-୧୦ରୁ ୨୦୧୮-୧୯ ମଧ୍ୟରେ ପାଓ୍ବାର ପ୍ଲାଣ୍ଟଗୁଡ଼ିକରେ କୋଇଲା ବ୍ୟବହାର ବାର୍ଷିକ ୩୬୭ ନିୟୁତ ଟନ୍‌ରୁ ୬୨୯ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି।
ରାଜ୍ୟରେ ଫ୍ଲାଏ ଆଶ୍‌ ଉତ୍ପାଦନ ଗତ କିଛିବର୍ଷ ହେଲା ବହୁ ମାତ୍ରାରେ ବୃଦ୍ଧି ପାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ ବର୍ଷରେ ୮୦ ନିୟୁତ ଟନ୍‌ ପାଉଁଶ ଉତ୍ପାଦନ ବୃଦ୍ଧି ହୋଇଛି। ରାଜ୍ୟରେ ଥିବା ୧୦ ମେଗାଓ୍ବାଟ୍‌ରୁ ୩ ହଜାର ମେଗାଓ୍ବାଟ୍‌ ୪୦ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରୁ ବାର୍ଷିକ ୩୨.୫୫ ନିୟୁତ ଟନ୍‌ ଫ୍ଲାଏ ଆଶ୍‌ ଉତ୍ପାଦନ ହେଉଛି। ସେଥିରୁ ୨୨ ନିୟୁତ ଟନ୍‌ ବିନିଯୋଗ କରାଯାଉଛି। ଅର୍ଥାତ୍‌ ଉତ୍ପାଦିତ ହେଉଥିବା ଫ୍ଲାଏ ଆଶ୍‌ ମଧ୍ୟରୁ ମାତ୍ର ୬୭.୮୩ ପ୍ରତିଶତ ବ୍ୟବହାର କରାଯାଉଛି। ରାସ୍ତା ନିର୍ମାଣ, ଇଟା ତିଆରି, ଖାଲି ଜାଗା ପୂରଣ କରିବା ଆଦିରେ ଏହାକୁ ବ୍ୟବହାର କରାଯାଉଛି। ୧୦୦ ପ୍ରତିଶତ ବିନିଯୋଗ ପାଇଁ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri