ବିରଜା କ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଆଶା ମଉଳିଲା

ଯାଜପୁର ଅଫିସ,୫।୨: ଚଳିତ ରେଳ ବଜେଟ ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି । ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେଉଁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ବିରଜାକ୍ଷେତ୍ର ପ୍ରସ୍ତାବିତ ନୂତନ ରେଳଲାଇନ ସଂଯୋଗ ପାଇଁ ଦୀର୍ଘବର୍ଷର ଦାବି ଚଳିତ ବଜେଟରେ ମଧ୍ୟ ଉପେକ୍ଷିତ ହୋଇଛି। ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବିକୁ ମଧ୍ୟ ଅଗ୍ରାହ୍ୟ କରି ଦିଆଯାଇଛି। ଯାଜପୁର-କେଉଁଝରରୋଡ ଷ୍ଟେଶନର ପଶ୍ଚିମ ପଟ ସାଇମନ୍ଦିର ନିକଟରେ ଗତ ବଜେଟରେ ଘୋଷିତ ଓଭରବ୍ରିଜ ନିର୍ମାଣ କାମ ଏ ଯାଏ ଆରମ୍ଭ ହୋଇନାହିଁ। ଆଧୁନିକୀକରଣ ତାଲିକାରେ ଗୋଟିଏ ହେଲେ ଷ୍ଟେଶନ ସ୍ଥାନ ପାଇନାହିଁ। ଏହାସହ ଯାଜପୁରରୋଡ ଷ୍ଟେଶନର ମଝିରେ ଥିବା ମାଲଗୋଦାମ ସ୍ଥାନାନ୍ତରଣ ପ୍ରସ୍ତାବକୁ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ। ରେଳ ଭିତ୍ତିଭୂମିର ବିକାଶ ପ୍ରତି ଅବହେଳା କରାଯାଇଥିବାରୁ ଏହି ବଜେଟକୁ ନେଇ ନିରାଶା ପ୍ରକାଶ ପାଇଛି । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଲୋକପ୍ରତିନିଧିଙ୍କ ସ୍ବର ଶାଣିତ ହୋଇପାରୁ ନ ଥିବାରୁ ରେଳ ବଜେଟରେ ଯାଜପୁରକୁ ଏଭଳି ଅବହେଳା କରାଯାଇଥିବା ମତପ୍ରକାଶ ପାଇଛି।
ଗତ ପ୍ରାୟ ୧୦ ବର୍ଷ ହେଲା ରାଜନୈତିକ ନେତୃବର୍ଗ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି, ଦସ୍ତଖତ ସଂଗ୍ରହ ଅଭିଯାନ, ଆନ୍ଦୋଳନ ଜରିଆରେ ଯାଜପୁରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ଦେବାର ଦାବି ଜୋର ଧରିଥିଲା। ହେଲେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏଥର ବି ନୀରବ ରହିଛି। ଏପରି କି ରେଳ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ଥିବା ସଦସ୍ୟମାନେ ମଧ୍ୟ ଏହି ଦାବିକୁ ଜୋରଦେଇ ପାରିନାହାନ୍ତି। ଗତ ଅକ୍ଟୋବରରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଓ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଯଥାକ୍ରମେ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଏବଂ ଭଦ୍ରକ-ଚାନ୍ଦବାଲି-ଆଖଣ୍ଡଳମଣି-ଯାଜପୁରକୁ ନୂତନ ରେଳପଥ ସଂଯୋଗ କରିବାକୁ ଦାବି କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଦାବି ଉପରେ ଅଧିକ ଅନୁସରଣ କରାଯାଇ ନ ଥିବାରୁ ଚଳିତ ବଜେଟରେ ଜିଲାବାସୀଙ୍କ ଆଶା ମଉଳି ଯାଇଛି।
ଏ ସଂକ୍ରାନ୍ତରେ ଆଇନଜୀବୀ ସତ୍ୟପ୍ରକାଶ ବେହୁରିଆ କୁହନ୍ତି, ରେଳ ବଜେଟରେ ବିରଜାକ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଦାବିକୁ ଅଣଦେଖା କରାଯାଇଛି। ଏହି ନୂତନ ରେଳପଥ ସଂଯୋଗ ହେଲେ ବର୍ଷକୁ ପ୍ରାୟ ୩୧୫ କୋଟି ଲାଭାଂଶ ମିଳିବ ବୋଲି ଗତ ସର୍ଭେରେ ଦର୍ଶାଯାଇଛି। ତଥାପି ରେଳ ବିଭାଗର ବୈମାତୃକ ମନୋଭାବ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଉସୁକାଉଛି। ଏହାସହ ବିରଜାକ୍ଷେତ୍ରକୁ ନୂତନ ରେଳପଥ ସଂଯୋଗକୁ ନେଇ ଲୋକପ୍ରତିନିଧିଙ୍କ ସ୍ବର ଶାଣିତ ହୋଇପାରୁନି। ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ କହିଛନ୍ତି, ଯାଜପୁରରୋଡ ରେଳ ଷ୍ଟେଶନ ହେଉଛି ଯାଜପୁର ଜିଲାର ପ୍ରାଣକେନ୍ଦ୍ର। ଏହା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। ମୁଖ୍ୟମନ୍ତ୍ରୀ ରାଉରକେଲା ଓ ଯାଜପୁରରୋଡ ରେଳ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦେବାକୁ କେନ୍ଦ୍ରକୁ ପତ୍ର ଲେଖିଛନ୍ତି। କିନ୍ତୁ ବଜେଟରେ ଏହାକୁ ବିଚାରକୁ ନିଆଯାଇ ନାହିଁ। ଏଠାରେ ସମସ୍ତ ପ୍ରକାର ଡିଭିଜନ ମାନ୍ୟତା ପାଇଁ ସୁସ୍ଥ ଭିତ୍ତିଭୂମି ରହିଛି। ଜିଲାବାସୀଙ୍କ ପ୍ରମୁଖ ଦାବି ହେଉଛି ଯାଜପୁରରୋଡ ଷ୍ଟେଶନକୁ ଡିଭିଜନାଲ ମାନ୍ୟତା ମିଳିବା । କିନ୍ତୁ ରେଳ ବିଭାଗ ଏଥିପ୍ରତି ଅବହେଳା କରୁଛି।
ଆଇନଜୀବୀ(ଟ୍ୟାକ୍ସ) ବିବେକାନନ୍ଦ ମହାନ୍ତି କୁହନ୍ତି, ବିଗତ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଯାଜପୁରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳିବାକୁ ଦାବି ହୋଇ ଆସୁଛି। କିନ୍ତୁ ଏହାକୁ ଅଣଦେଖା କରାଯାଉଛି। ଯାଜପୁରରୋଡ ଷ୍ଟେଶନରୁ ମଧ୍ୟ କୌଣସି ନୂତନ ରେଳ ଚଳାଚଳ ପାଇଁ ବଜେଟରେ ସ୍ଥାନ ନାହିଁ। ଏହି କ୍ରମରେ ଚଳିତ ରେଳ ବଜେଟ ନୈରାଶ୍ୟଜନକ ହୋଇଛି। ଯାଜପୁର-ଧାମରା ରେଳପଥ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସ କୁହନ୍ତି, ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ ପାଇଁ ନିଷ୍ପତ୍ତି ହେଲା ନାହିଁ । ଯାଜପୁର ଓ ଭଦ୍ରକ ଜିଲାବାସୀଙ୍କୁ ଏହା ନିରାଶ କରିଛି । ସମ୍ପ୍ରତି ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ରେଳପଥ ରହିଛି । ଆଦାନୀ କମ୍ପାନୀ ହେଉଛି ଏହାର ମାଲିକ । ଧାମରା ବନ୍ଦରରୁ ଓ ଅନ୍ୟ ସ୍ଥାନରୁ ବନ୍ଦର ପର୍ଯ୍ୟନ୍ତ ମାଲ ପରିବହନ କ୍ଷେତ୍ରରେ ଆଦାନୀ କମ୍ପାନୀର ଏକଚାଟିଆ ମାଲିକାନା ରହିଛି। ଅନ୍ୟ ଏକ ରେଳପଥ ନିର୍ମାଣ କରି ସରକାର ଆଦାନୀଙ୍କ ବ୍ୟବସାୟକୁ ସଙ୍କୁଚିତ କରିବାକୁ ଚାହୁଁ ନାହାନ୍ତି। ଦୁଇଟି ଜିଲାର ୩୦ ଲକ୍ଷ ଲୋକଙ୍କ ଅପେକ୍ଷା ଗୋଟିଏ କମ୍ପାନୀର ସ୍ବାଥର୍ର୍ ସରକାରଙ୍କ ପାଇଁ ବଡ ହୋଇଛି। ବିଭିନ୍ନ ସମୟରେ ଅନେକ ପ୍ରତିଶ୍ରୁତି ମିଳିଛି ଓ ଶେଷରେ ସବୁ ପ୍ରତାରଣାରେ ପରିଣତ ହୋଇଛି। ଜିଲାରେ ଦଳମତ ନିର୍ବିଶେଷରେ ଯଦି ଏକ ଜନ ଆନ୍ଦୋଳନ ଗଢିପାରିବା, ତାହା ହିଁ କେବଳ ଦାବି ହାସଲ ପାଇଁ ସମ୍ଭାବନା ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri