ଭାରତୀ ଆକ୍ସାର ନୂତନ ଉତ୍ପାଦ

ଭୁବନେଶ୍ୱର,୨୬।୫: ପ୍ଲସ୍‌’ସ୍କିମ (ଯୋଜନା)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ହେଉଛି, ଏକ ୟୁନିଟ୍‌ ଲିଙ୍କଡ୍‌ ବୀମା ଯୋଜନା। ଯାହାକୁ ବଜାର ଲିଙ୍କ୍‌ ସହିତ ବାର୍ଷିକ ପ୍ରିମିୟମ୍‌ର ୧୦୦ଗୁଣା ପର୍ଯ୍ୟନ୍ତ ବୀମା ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହା ଗ୍ରାହକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ନିବେଶ ଲକ୍ଷ୍ୟ ଏବଂ ବଜାର ବିପଦ ଗ୍ରହଣ କରିବାର ଶକ୍ତି ଅନୁସାରେ ବିବିଧ ବିକଳ୍ପ ମଧ୍ୟରୁ ନିବେଶ ରଣନୀତି ଚୟନ କରିବାର ନମନୀୟତା ପ୍ରଦାନ କରୁଛି।

ଏପରିକି ବଢୁଥିବା ଅଭିଳାଷ ଏବଂ ବ୍ୟକ୍ତିଗତ ଓ ବୃତ୍ତିଗତ ଲକ୍ଷ୍ୟ ହାସଲ ପାଇଁ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ନିବେଶ ମାଧ୍ୟମରେ ଲୋକମାନଙ୍କୁ ସମ୍ପତ୍ତି ହାସଲ କରିବାରେ ସହାୟକ ହେବ। ଭାରତୀ ଆକ୍ସା ଲାଇଫ୍‌ ଗ୍ରୋଥ୍‌ ସିଲ୍ଡ ପ୍ଲସ୍‌ ମଧ୍ୟ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛି, ଯେପରିକି ଚାର୍ଜ ଫେରସ୍ତ ଏବଂ ପାଣ୍ଠି ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ଲୟାଲ୍‌ଟି ଲାଭ ଇତ୍ୟାଦି ସାମିଲ ରହିଛି। ଏହି ପ୍ଲାନ ଚୟନ କରିଥିବା ବ୍ୟକ୍ତିଙ୍କୁ ପ୍ରିମିୟମ ଆବଣ୍ଟନ ଚାର୍ଜର ଦୁଇ ଗୁଣ ଏବଂ ମୋର୍ଟାଲିଟି ଚାର୍ଜର ତିନି ଗୁଣ ପର୍ଯ୍ୟନ୍ତ ରିଟର୍ନ ମିଳିବ।

ଏହାବ୍ୟତୀତ ଗ୍ରାହକମାନେ ଆୟକର ଆଇନ ୧୯୬୧ ଅଧୀନରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରଦାନ କରାଯାଇଥିବା ପ୍ରିମିୟମ ଉପରେ ଟିକସ ସୁବିଧା ମଧ୍ୟ ପାଇପାରିବେ। ଭାରତୀ ଆକ୍ସା ଲାଇଫ୍‌ ଇନସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ମୁରଲୀ ଜାଲାନ କହିଛନ୍ତ, ଭାରତୀ ଆକ୍ସା ଲାଇଫ୍‌ ଗ୍ରୋଥ୍‌ ସିଲ୍ଡ ପ୍ଲସ୍‌ ସ୍କିମର ଶୁଭାରମ୍ଭ କରି ଆମେ ବେଶ ଉତ୍ସାହିତ ଅଛୁ। ଏହି ନୂତନ ପ୍ଲାନ୍‌ ହେଉଛି, ଆମର ଏକ ଅନନ୍ୟ ପ୍ରସ୍ତାବ, ଯାହା ଗ୍ରାହକମାନଙ୍କୁ ଟର୍ମ ପ୍ଲାନ୍‌ ଏବଂ ୟୁଲିପିର ମିଳିତ ଲାଭ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ନୂତନ ଉତ୍ପାଦ ଆରମ୍ଭ କରିବା ପଛରେ ଆମର ଉଦ୍ଦେଶ୍ୟ ହେଉଛି,ଲୋକମାନଙ୍କୁ ସେମାନଙ୍କ ପରିବାର ପାଇଁ ଆର୍ଥତ୍କ ନିରାପତ୍ତା ସୃଷ୍ଟି କରିବାରେ ସକ୍ଷମ କରିବା ଏବଂ ସେମାନଙ୍କୁ ଦୀର୍ଘକାଳୀନ ଭାବେ ସମ୍ପତ୍ତି ବୃଦ୍ଧି କରିବାକୁ ସଶକ୍ତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଯୁଦ୍ଧ ଭିତରେ ଭାରତରେ ପ୍ରଥମ ଥର ବଢିଲା ପେଟ୍ରୋଲ ରେଟ୍‌, ଲିଟର ପ୍ରତି ଦେବାକୁ ପଡିବ…

ନୂଆଦିଲ୍ଲୀ,୨୦।୩: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri