ଭାରତୀ ଆକ୍ସାର ନୂତନ ଉତ୍ପାଦ

ଭୁବନେଶ୍ୱର,୨୬।୫: ପ୍ଲସ୍‌’ସ୍କିମ (ଯୋଜନା)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ହେଉଛି, ଏକ ୟୁନିଟ୍‌ ଲିଙ୍କଡ୍‌ ବୀମା ଯୋଜନା। ଯାହାକୁ ବଜାର ଲିଙ୍କ୍‌ ସହିତ ବାର୍ଷିକ ପ୍ରିମିୟମ୍‌ର ୧୦୦ଗୁଣା ପର୍ଯ୍ୟନ୍ତ ବୀମା ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହା ଗ୍ରାହକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ନିବେଶ ଲକ୍ଷ୍ୟ ଏବଂ ବଜାର ବିପଦ ଗ୍ରହଣ କରିବାର ଶକ୍ତି ଅନୁସାରେ ବିବିଧ ବିକଳ୍ପ ମଧ୍ୟରୁ ନିବେଶ ରଣନୀତି ଚୟନ କରିବାର ନମନୀୟତା ପ୍ରଦାନ କରୁଛି।

ଏପରିକି ବଢୁଥିବା ଅଭିଳାଷ ଏବଂ ବ୍ୟକ୍ତିଗତ ଓ ବୃତ୍ତିଗତ ଲକ୍ଷ୍ୟ ହାସଲ ପାଇଁ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ନିବେଶ ମାଧ୍ୟମରେ ଲୋକମାନଙ୍କୁ ସମ୍ପତ୍ତି ହାସଲ କରିବାରେ ସହାୟକ ହେବ। ଭାରତୀ ଆକ୍ସା ଲାଇଫ୍‌ ଗ୍ରୋଥ୍‌ ସିଲ୍ଡ ପ୍ଲସ୍‌ ମଧ୍ୟ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛି, ଯେପରିକି ଚାର୍ଜ ଫେରସ୍ତ ଏବଂ ପାଣ୍ଠି ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ଲୟାଲ୍‌ଟି ଲାଭ ଇତ୍ୟାଦି ସାମିଲ ରହିଛି। ଏହି ପ୍ଲାନ ଚୟନ କରିଥିବା ବ୍ୟକ୍ତିଙ୍କୁ ପ୍ରିମିୟମ ଆବଣ୍ଟନ ଚାର୍ଜର ଦୁଇ ଗୁଣ ଏବଂ ମୋର୍ଟାଲିଟି ଚାର୍ଜର ତିନି ଗୁଣ ପର୍ଯ୍ୟନ୍ତ ରିଟର୍ନ ମିଳିବ।

ଏହାବ୍ୟତୀତ ଗ୍ରାହକମାନେ ଆୟକର ଆଇନ ୧୯୬୧ ଅଧୀନରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରଦାନ କରାଯାଇଥିବା ପ୍ରିମିୟମ ଉପରେ ଟିକସ ସୁବିଧା ମଧ୍ୟ ପାଇପାରିବେ। ଭାରତୀ ଆକ୍ସା ଲାଇଫ୍‌ ଇନସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ମୁରଲୀ ଜାଲାନ କହିଛନ୍ତ, ଭାରତୀ ଆକ୍ସା ଲାଇଫ୍‌ ଗ୍ରୋଥ୍‌ ସିଲ୍ଡ ପ୍ଲସ୍‌ ସ୍କିମର ଶୁଭାରମ୍ଭ କରି ଆମେ ବେଶ ଉତ୍ସାହିତ ଅଛୁ। ଏହି ନୂତନ ପ୍ଲାନ୍‌ ହେଉଛି, ଆମର ଏକ ଅନନ୍ୟ ପ୍ରସ୍ତାବ, ଯାହା ଗ୍ରାହକମାନଙ୍କୁ ଟର୍ମ ପ୍ଲାନ୍‌ ଏବଂ ୟୁଲିପିର ମିଳିତ ଲାଭ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ନୂତନ ଉତ୍ପାଦ ଆରମ୍ଭ କରିବା ପଛରେ ଆମର ଉଦ୍ଦେଶ୍ୟ ହେଉଛି,ଲୋକମାନଙ୍କୁ ସେମାନଙ୍କ ପରିବାର ପାଇଁ ଆର୍ଥତ୍କ ନିରାପତ୍ତା ସୃଷ୍ଟି କରିବାରେ ସକ୍ଷମ କରିବା ଏବଂ ସେମାନଙ୍କୁ ଦୀର୍ଘକାଳୀନ ଭାବେ ସମ୍ପତ୍ତି ବୃଦ୍ଧି କରିବାକୁ ସଶକ୍ତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri