ପିଏମ୍‌ଓକୁ ନୂଆ ଶକ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସବୁଠୁ ଶକ୍ତିଶାଳୀ ବୋଲି କୁହାଯାଏ। ଏବେ ଏଥିରେ ତିନି ଜଣ ଆଇଏଏସ୍‌ ଅଧିକାରୀଙ୍କ ନିଯୁକ୍ତି ଏହାକୁ ଅଧିକ ସଶକ୍ତ କରିବ। ମଧ୍ୟପ୍ରଦେଶ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ରଘୁରାଜ ରାଜେନ୍ଦ୍ରନଙ୍କୁ ନିର୍ଦ୍ଦେଶକ, ଆନ୍ଧ୍ରପ୍ରଦେଶ କ୍ୟାଡର ଅଧିକାରୀ ଆମ୍ରପାଲି କାଟାଙ୍କୁ ଡେପୁଟି ସେକ୍ରେଟାରୀ ଓ ଉତ୍ତରାଖଣ୍ଡ କ୍ୟାଡର ଅଧିକାରୀ ମଙ୍ଗେଶ ଘିଲଡିୟାଲଙ୍କୁ ଅଣ୍ଡର୍‌ ସେକ୍ରେଟାରୀ ଭାବେ ପିଏମ୍‌ଓରେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ରାଜେନ୍ଦ୍ରନ ଇସ୍ପାତ ମନ୍ତ୍ରୀ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୦ ବ୍ୟାଚ୍‌ ଅଧିକାରୀ ଆମ୍ରପାଲି କାଟା କ୍ୟାବିନେଟ ସେକ୍ରେଟାରୀ(ଇଣ୍ଟେଲିଜେନ୍ସ)ରେ ଡେପୁଟି ସେକ୍ରେଟାରୀ ରହିଥିଲେ। ଘିଲଡିୟାଲ ଉତ୍ତରାଖଣ୍ଡ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହି ନିଯୁକ୍ତି ବାବୁ ସାମ୍ରାଜ୍ୟରେ ତିନି ଜଣ ଅଧିକାରୀଙ୍କ ଗୁରୁତ୍ୱ ବଢାଇ ଦେଇଛି। ପୂର୍ବ କାର୍ଯ୍ୟଦକ୍ଷତା ଦେଖି ଏମାନଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଛି। ପିଏମ୍‌ଓରେ ଏମାନେ ଟିମ୍‌ର ସଦସ୍ୟ ଭାବେ ସାମିଲ ହୋଇ ଜଟିଳ ନିଷ୍ପତ୍ତି ନେବା ଏବଂ ସଫଳତା ପାଇବା ଉପରେ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି।
କାର୍ଯ୍ୟାନୁଷ୍ଠାନ କେତେ ବାସ୍ତବ
ଦୁର୍ନୀତିକୁ କଦାପି ସହ୍ୟ କରାଯିବ ନାହିଁ ବୋଲି ଉତ୍ତରପ୍ରଦେଶ ସରକାର ଦାବି କରୁଛନ୍ତି। ହେଲେ ଲୋକମାନେ ଏହାର ବାସ୍ତବତା ବା ସତ୍ୟତାକୁ ଗ୍ରହଣ କରିପାରୁନାହାନ୍ତି। ତଥାପି ସରକାର ଏହା ସପକ୍ଷରେ ତଥ୍ୟ ଉପସ୍ଥାପନ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ତିନି ବର୍ଷ ତଳେ କ୍ଷମତାକୁ ଆସିବାଠାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାୟ ୮୦୦ ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାର ଦୁର୍ନୀତିରେ ଲିପ୍ତ ତଥା ବ୍ୟବସ୍ଥା ପ୍ରତି ଖାମଖିଆଲି ମନୋଭାବ ପୋଷଣ ଯୋଗୁ ଦୁଇଜଣ ଆଇପିଏସ୍‌ ଅଧିକାରୀ ପ୍ରୟାଗରାଜ ଏସ୍‌ଏସ୍‌ପି ଅଭିଷେକ ଦୀକ୍ଷିତ ଓ ମହୋବା ଏସ୍‌ପି ମଣିଲାଲ୍‌ ପଟିଦାରଙ୍କୁ ନିଲମ୍ବନ କରିଛନ୍ତି। ରାଜ୍ୟ ପକ୍ଷରୁ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ଏବେ ସୁଦ୍ଧା ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା କେତେଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ୭୭୫ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ୩୨୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ଏବଂ ୪୫୦ ବାବୁଙ୍କୁ ନିଲମ୍ବିତ ଓ ପଦାବନତି କରିଛନ୍ତି। କିନ୍ତୁ ସୂତ୍ରରୁ ପ୍ରକାଶ ଯେ, ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କେତେଜଣ ନିଲମ୍ବିତ ଅଧିକାରୀ ଭଲ ପ୍ରଶାସନିକ ପଦକୁ ପୁଣି ଫେରିଛନ୍ତି। ଗୋଣ୍ଡା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ(ଡିଏମ୍‌) ଜେ.ବି. ସିଂଙ୍କ ସହ ଫତେପୁର ଡିଏମ୍‌ କୁମାର ପ୍ରଶାନ୍ତଙ୍କୁ ଜୁନ ୨୦୧୮ରେ ନିଲମ୍ବନ କରାଯାଇଥିଲା। ଗହମ କିଣାରେ ଅନିୟମିତତା ଯୋଗୁ ସେମାନଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କିନ୍ତୁ ସିଂଙ୍କ ଅମଲାତାନ୍ତ୍ରିକ ନିର୍ବାସନ ବେଶିଦିନ ରହିଲା ନାହିଁ। ୨୦୧୯ରେ ସେ ଇଟଓ୍ବା ଡିଏମ୍‌ ଭାବେ ନିଯୁକ୍ତି ପାଇଲେ। କୁମାର ପ୍ରଶାନ୍ତ ମଧ୍ୟ ଫତେପୁରଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଜିଲା ବଦାଉନର ଡିଏମ୍‌ ଭାବେ ଅବସ୍ଥାପିତ ହୋଇଥିଲେ। ପଦାବନତି ଓ ନିଲମ୍ବିତ ହୋଇଥିବା ଅଧିକାରୀମାନେ ଖୁବ କମ୍‌ ଦିନରେ ଶୀଘ୍ର ପଦକୁ ଫେରିଥିବାର ଆହୁରି ଅନେକ ଦୃଷ୍ଟାନ୍ତ ରହିଛି ବୋଲି ସୂତ୍ରରୁ ଜଣାପଡ଼ିଛି।
ବିକାଶ ନା ବିନାଶ
ଇଣ୍ଡିଆନ୍‌ ରେଲ୍‌ଓ୍ବେ ବୋର୍ଡ ଆଣ୍ଡ୍‌ ସର୍ଭିସର ପୁନର୍ଗଠନ ପାଇଁ ମୋଦି ସରକାର ଆଗକୁ ବଢିଛନ୍ତି। ନିକଟରେ ଏଥିପାଇଁ କ୍ୟାବିନେଟ୍‌ ସବୁଜ ସଙ୍କେତ ଦେଇଛି। ଏବେ ବୋର୍ଡରେ ୫ ଜଣ ସଦସ୍ୟ ରହିବେ। ଏବକାର ଚେୟାରମ୍ୟାନ ଭି.କେ. ଯାଦବ ବୋର୍ଡର ପ୍ରଥମ ସିଇଓ ହେବେ। ବୋର୍ଡର ସ୍ବାଧୀନ ସଦସ୍ୟମାନେ ବି ରହିବେ। ଏମାନଙ୍କର କିଛି କାର୍ଯ୍ୟକାରୀ ଭୂମିକା ରହିବ ନାହିଁ। ସମସ୍ତ ରେଲଓ୍ବେ ସର୍ଭିସ କ୍ୟାଡରକୁ ଏକାଠି କରି ଗୋଟିଏ ରେଲଓ୍ବେ ମ୍ୟାନେଜମେଣ୍ଟ ସର୍ଭିସ(ଆଇଆର୍‌ଏମ୍‌ଏସ୍‌) ଗଠନ କରିବାକୁ କ୍ୟାବିନେଟ ମଧ୍ୟ ନିଷ୍ପତ୍ତି ନେଇଛି। ଏବକାର ଚେୟାରମ୍ୟାନ ବୋର୍ଡର ସିଇଓ ରହିବାବେଳେ ପ୍ରଦୀପ କୁମାରଙ୍କୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର ସଦସ୍ୟ, ପି.ସି.ଶର୍ମାଙ୍କୁ ଟ୍ରାକସନ ଆଣ୍ଡ୍‌ ରୋଲିଂ ଷ୍ଟକ୍‌ର ସଦସ୍ୟ ଓ ପି.ଏସ୍‌. ମିଶ୍ରଙ୍କୁ ଅପରେଶନ ଆଣ୍ଡ୍‌ ବିଜ୍‌ନେସ୍‌ ଡେଭଲପ୍‌ମେଣ୍ଟର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ମଞ୍ଜୁ୍‌ଳା ରଙ୍ଗରାଜନଙ୍କୁ ଫାଇନାନ୍ସ ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି। ବୋର୍ଡର ନୂଆ ସଂରଚନାରେ ଚେୟାରମ୍ୟାନ ସବୁ ପଦର ନିୟନ୍ତ୍ରକ ଭାବେ ମାନବ ସମ୍ବଳ (ଏଚ୍‌ଆର୍‌) ପାଇଁ ଉତ୍ତରଦାୟୀ ରହିବେ। ତିନୋଟି ଶୀର୍ଷ ପଦ ରେଲ୍‌ଓ୍ବେ ବୋର୍ଡରୁ ପୂରଣ ହେବ। ବୋର୍ଡର ଆଉସବୁ ପଦ ଅନ୍ୟ ଅଧିକାରୀ (ଯେଉଁ ସେବାରେ ଥାଆନ୍ତୁ ପଛେ)ମାନଙ୍କ ଲାଗି ଉନ୍ମୁକ୍ତ ରହିବ। ସରକାର କହୁଛନ୍ତି, ଏଭଳି ପୁନର୍ଗଠନ ରେଳ ବିଭାଗ ମଧ୍ୟରେ ଥିବା ଆନ୍ତଃ ବିଭାଗୀୟ ବିବାଦକୁ ଶେଷ କରିଦେବ। କିନ୍ତୁ ସବୁ ରେଲଓ୍ବେ ବାବୁ ସରକାରଙ୍କ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି। ମୌଳିକ ରୂପେ ଭିନ୍ନ ଭିନ୍ନ ସଂସ୍ଥାକୁୁ ଓ ସବୁ କ୍ୟାଡରକୁ ମିଶାଇ ଦେବା ପାଇଁ ସରକାରଙ୍କ ପ୍ରସ୍ତାବକୁ ଏମାନେ ପ୍ରଥମେ ବିରୋଧ କରିଛନ୍ତି। ଗୋଟିଏ ପରିବର୍ତ୍ତେ ସେମାନେ ସିଭିଲ୍‌ ସର୍ଭିସ ଓ ଇଞ୍ଜିନିୟରିଂ ଓ୍ବିଙ୍ଗ୍‌ ଭଳି ଦୁଇଟି ଅଲଗା ସର୍ଭିସ ଦାବି କରୁଛନ୍ତି। ଏବେ ଏହା ବିରୋଧରେ ପ୍ରତିବାଦର ସ୍ବର ଉଠୁଥିବା ଶୁଣିବାକୁ ମିଳୁଛି। ରେଲଓ୍ବେ ୟୁନିୟନ ସରକାରଙ୍କ ଏଭଳି ପଦକ୍ଷେପ ବିରୋଧରେ ଏକ ଜୋର୍‌ଦାର ପ୍ରତିବାଦ କିରିବାକୁ ଯୋଜନା କରୁଥିବା ବି ସୂତ୍ରରୁ ଜଣାପଡ଼ିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?