ସଫଳତା ଦେଲା ନୂତନ ମିସୋନିକ୍ସ ଡିଭାଇସ୍‌

ଭୁବନେଶ୍ୱର,୨୨।୮(ବ୍ୟୁରୋ): ପ୍ରାୟ ୧୫ ଦିନ ତଳେ ଦୁର୍ଘଟଣାରେ ମେରୁଦଣ୍ଡରେ ଗଭୀର ଆଘାତ ଯୋଗୁ ପଶ୍ଚିମବଙ୍ଗର ଜଣେ ୪୫ ବର୍ଷୀୟ ବ୍ୟକ୍ତି ପକ୍ଷାଘାତର ଶିକାର ହେବା ସହ ତାଙ୍କର ମଳ ଓ ମୂତ୍ର ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ଏଭଳି ଜଣେ ଜଟିଳ ରୋଗୀ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେଠାକାର ମୁଖ୍ୟ ମେରୁଦଣ୍ଡ ଶଲ୍ୟ ବିଶେଷଜ୍ଞ ଡା. ସନାତନ ବେହେରା ତାଙ୍କର ସଫଳ ଅସ୍ତ୍ରୋପଚାର କରାଇଛନ୍ତି। ସେ ଏଥିପାଇଁ ପାରମ୍ପରିକ ପଦ୍ଧତି ବଦଳରେ ଏକ ନୂଆ ଡିଭାଇସ୍‌ ବ୍ୟବହାର କରି ଏଭଳି ବିରଳ ଅସ୍ତ୍ରୋପଚାରକୁ ସଫଳ ରୂପ ଦେଇଛନ୍ତି।
ସୂଚନା ଅନୁଯାୟୀ, ବେକରେ ଗଭୀର ଆଘାତ ଲାଗିବା କାରଣରୁ ଉକ୍ତ ବ୍ୟକ୍ତିଙ୍କ ଶରୀରର ଉପର ଓ ତଳଭାଗର ଅଙ୍ଗ ଅକାମୀ ହେବା ସହ ମଳ ଓ ମୂତ୍ର ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। କେତେକ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସମ୍ପୃକ୍ତ ବ୍ୟକ୍ତିଙ୍କ ମେରୁହାଡ଼ ଚାପିହୋଇ ଫୁଲିଯାଇଛି। ଏଭଳି ସ୍ଥିତିରେ ଏହାର ଚିକିତ୍ସା ଉପାୟ ଭାବେ ମେରୁହାଡ଼ ପଛଭାଗରୁ ଫୁଲିଥିବା ଅଂଶକୁ ଡ୍ରିଲ୍‌ ମେଶିନରେ କଟାଯାଏ, ଯାହା ଅତି ଜଟିଳ ଓ ସମୟସାପେକ୍ଷ। ମେରୁଦଣ୍ଡ ଆଘାତ ଚିକିତ୍ସା କ୍ଷେତ୍ରରେ ୨୧ ବର୍ଷର ଅଭିଜ୍ଞତା ରଖିଥିବା ଡା. ସନାତନ ବେହେରା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଡିଭାଇସ୍‌ ବ୍ୟବହାର କରିଥିଲେ ଯାହାର ନାଁ ହେଉଛି ଅଲଟ୍ରାସୋନିକ ବୋନ୍‌ ସ୍କାଲ୍‌ପେଲ୍‌ (ମିସୋନିକ୍ସ)। ଫଳରେ ମାତ୍ର ୨୦ ମିନିଟ୍‌ରେ ଫୁଲିଥିବା ଅସ୍ଥି ଅଂଶକୁ ଅପସାରଣ କରାଯାଇପାରିଲା। ଡା. ସନାତନ ବେହେରା କେବଳ ଅସ୍ଥିରୋଗ କ୍ଷେତ୍ରରେ ନୁହେଁ, ବରଂ ମେରୁଦଣ୍ଡଜନିତ ରୋଗର ଅସ୍ତ୍ରୋପଚାର ପାଇଁ ଜଣେ ଦକ୍ଷ ଓ ତାଲିମପ୍ରାପ୍ତ ଶଲ୍ୟ ଚିକିତ୍ସକ। ଏଯାବତ୍‌ ସେ ମେରୁଦଣ୍ଡଜନିତ ୨୫ଶହରୁ ଅଧିକ ଅସ୍ତ୍ରୋପଚାର ସର୍ବାଧିକ ସଫଳତାର ସହ କରିସାରିଛନ୍ତି।

କମ୍‌ ସମୟରେ ନିରାପଦ ଅସ୍ତ୍ରୋପଚାର

ମିସୋନିକ୍ସ ଡିଭାଇସ୍‌ ପୁରାତନ ପଦ୍ଧତି ଅପେକ୍ଷା ଖୁବ୍‌ କମ୍‌ ସମୟ ଭିତରେ କାମ କରିବା ସହ ଅସ୍ଥିକୁ ଆବଶ୍ୟକ ଓ ଉପଯୁକ୍ତ ଶୈଳୀରେ ଅପସାରିତ କରେ। ଏଥିରେ ଲିଗାମେଣ୍ଟ ବା ସ୍ନାୟୁବନ୍ଧନ ଭଳି ଆଭ୍ୟନ୍ତରୀଣ ନମନୀୟ କୋଷିକା କିମ୍ବା ମେରୁଦଣ୍ଡର କୌଣସି ପ୍ରକାର କ୍ଷତି ହୁଏନାହିଁ। ରକ୍ତସ୍ରାବ ଆଶଙ୍କାକୁ ମଧ୍ୟ ଏହା କମ୍‌ କରେ। ଗ୍ରୀବା ମେରୁହାଡ଼ (ବେକ), ପିଠି (ମଧ୍ୟ ମେରୁହାଡ଼) ଏବଂ ପିଠିର ନିମ୍ନଭାଗର କୌଣସି ଅସ୍ତ୍ରୋପଚାର ପାଇଁ ଏହା ସବୁଠାରୁ ନିରାପଦ ଅଟେ। ଏହି ଡିଭାଇସ୍‌ ବ୍ୟବହାର କରିବା କ୍ଷେତ୍ରରେ ଡା. ସନାତନ ବେହେରା ହେଉଛନ୍ତି ଓଡ଼ିଶାର ପ୍ରଥମ ଡାକ୍ତର। ଭାରତରେ ଏଭଳି ୪ଟି ମାତ୍ର ମେଶିନ ରହିଛି, ଯାହାକୁ ଦେଶର ହାତଗଣତି ସ୍ପାଇନ ସର୍ଜନ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri