ସ୍ତ୍ରୀଙ୍କ ଯକୃତରୁ ନୂଆ ଜୀବନ

କାମାକ୍ଷାନଗର, ୨୧।୨(ଡି.ଏନ.ଏ.): ବଦଳିଯାଉଛି ଦାମ୍ପତ୍ୟ ଜୀବନର ପରିଭାଷା। ଛୋଟ ଛୋଟ କଥା, ସାମାନ୍ୟ ମନୋମାଳିନ୍ୟରେ ଭାଙ୍ଗି ଯାଉଛି ପରିବାର। ବଢ଼ିଯାଉଛି ସ୍ତ୍ରୀ-ସ୍ବାମୀ ଭିତରେ ଦୂରତା। ହେଲେ ଏମିତି ବି ଅନେକେ ଅଛନ୍ତି, ଯେଉଁମାନେ ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ନେଇଥିବା ଶପଥକୁ ଜୀବନର ଜଟିଳ ପରିସ୍ଥିତିରେ ମଧ୍ୟ ଭୁଲନ୍ତି ନାହିଁ। ଏଭଳି ଜଣେ ମହିଳା ହେଲେ କାମାକ୍ଷାନଗର ଅଞ୍ଚଳର ବିଜୟଲକ୍ଷ୍ମୀ ବେହେରା। ସ୍ବାମୀଙ୍କୁ ନିଜର ଯକୃତ ଦାନ କରି ଦାମ୍ପତ୍ୟ ଜୀବନରେ ସେ ପାଲଟିଛନ୍ତି ଭିନ୍ନ ଉଦାହରଣ।

ବିବାହରେ ଯୋଡ଼ି ହୁଅନ୍ତି ଦୁଇଜଣ ମଣିଷ। ହୋମ ନିଅଁାକୁ ସାକ୍ଷୀ ରଖି ସାଥୀ ହୋଇ ଚାଲିବାର ପ୍ରତିଜ୍ଞା କରନ୍ତି ସେମାନେ। ହେଲେ ପରିବର୍ତ୍ତିତ ସମୟରେ ଅନେକେ ଏଥିରୁ ଓହରିଯାଆନ୍ତି। ଦୁର୍ବଳ ସମୟରେ ଭୁଲିଯାଆନ୍ତି ଜଣଙ୍କ ପ୍ରତି ଆଉ ଜଣଙ୍କ କର୍ତ୍ତବ୍ୟ। ହେଲେ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ ଏବଂ କଠୋର ପରିସ୍ଥିତିରେ ହାତ ଛାଡ଼ନ୍ତି ନାହିଁ, ସେମାନେ ପାଲଟି ଯାଆନ୍ତି ଉଦାହରଣ। ଏଭଳି ଜଣେ ମହିଳା ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ବିଜୟଲକ୍ଷ୍ମୀ ବେହେରା (୩୦)। ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ସ୍ବାମୀ ପୃଥ୍ବୀରାଜ ବେହେରା (୩୮)ଙ୍କୁ ନିଜର ୪୦ ପ୍ରତିଶତ ଯକୃତ ଦାନ କରି ସ୍ତ୍ରୀ ହେବାର କର୍ତ୍ତବ୍ୟ ନିଭାଇଛନ୍ତି ବିଜୟଲକ୍ଷ୍ମୀ।
୨୦୧୨ ଫେବୃୟାରୀରେ ଭୁବନ ବ୍ଲକ ଜମୁନାକୋଟ ଗ୍ରାମର ଧ୍ରୁବଚରଣ ବେହେରାଙ୍କ ପୁଅ ପୃଥ୍ବୀରାଜଙ୍କ ହାତ ଧରିଥିଲେ କାମାକ୍ଷାନଗର ବାସିନ୍ଦା ଲକ୍ଷ୍ମୀଧର ନାୟକଙ୍କ ଝିଅ ବିଜୟଲକ୍ଷ୍ମୀ। ପୃଥ୍ବୀରାଜ ପ୍ରଥମେ କୋଲକାତା ଏବଂ ପରେ ବଡବିଲରେ ଘରୋଇ ଖଣିରେ କାର୍ଯ୍ୟ କରି ଭଲ ରୋଜଗାର କରୁଥିଲେ। ଏକମାତ୍ର ପୁଅ ପ୍ରିନ୍ସ ବିଶ୍ୱଜିତ୍‌ଙ୍କୁ ନେଇ ଦୁହେଁ ବେଶ୍‌ ଖୁସିରେ ଥିବାବେଳେ ହଠାତ୍‌ ପରିବାର ଉପରକୁ ଘୋଟି ଆସିଲା ଦୁଃଖର କଳାବାଦଲ। ୨୦୧୯ ମେ ମାସରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ ପୃଥ୍ବୀରାଜ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଏବଂ ବର୍ଷେ ଧରି ଚିକିତ୍ସା ସତ୍ତ୍ୱେ ସୁଫଳ ମିଳି ନ ଥିଲା। ୨୦୧୯ରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କରାଯାଇଥିବା ପରୀକ୍ଷଣରୁ ସେ କ୍ରିଟିକାଲ ଲିଭର ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଓଡ଼ିଶାରେ ଚିକିତ୍ସା ଫଳପ୍ରଦ ନ ହେବାରୁ ୨୦୨୦ ଜାନୁୟାରୀରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ ଲିଭର ଓ ବାଓଲୋଜିକାଲ ସାଇନ୍ସରେ ଲିଭର ପ୍ରତିରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ କରୋନା ସାଜିଥିଲା ଏଥିରେ ବାଧକ। ଗାଇଡ୍‌ ଲାଇନ୍‌ କୋହଳ ପରେ ୨୦୨୦ ସେପ୍ଟେମ୍ବର ୭ରେ ବିଜୟଲକ୍ଷ୍ମୀ ସ୍ବାମୀଙ୍କୁ ଧରି ଦିଲ୍ଲୀ ଯାଇଥିଲେ। ସେଠାରେ ଡିସେମ୍ବର ୨୧ରେ ସଫଳତାର ସହ ଅସ୍ତ୍ରୋପଚାର ସରିଥିଲା। ବିଜୟଲକ୍ଷ୍ମୀଙ୍କ ୪୦% ଯକୃତ ପ୍ରତିରୋପଣ ହୋଇଥିଲା ପୃଥ୍ବୀରାଜଙ୍କ ଶରୀରରେ। ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ଉଭୟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏ ସଂକ୍ରାନ୍ତରେ ବିଜୟଲକ୍ଷ୍ମୀ କୁହନ୍ତି, ସ୍ବାମୀଙ୍କ ଚିକିତ୍ସାରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଡାକ୍ତରଖାନାର ଫି’ ଥିଲା ୧୫ ଲକ୍ଷ। ସ୍ବାମୀ ନୂତନ ଜୀବନ ପାଇଥିବାରୁ ଏଥିଲାଗି ସେ ଈଶ୍ୱରକୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ପୃଥ୍ବୀରାଜ କୁହନ୍ତି, ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ। ସ୍ତ୍ରୀ ପାଇଁ ସେ ନୂଆ ଜୀବନ ପାଇଛନ୍ତି। ଏଭଳି କାର୍ଯ୍ୟ ପାଇଁ ଧନ୍ୟବାଦ ଦେଲେ ବିଜୟଲକ୍ଷ୍ମୀଙ୍କୁ ଅପମାନ ହେବ। କାରଣ ନୂଆ ଜୀବନ ସମ୍ପୂର୍ଣ୍ଣ ତାଙ୍କର ଅବଦାନ ବୋଲି ସେ କଥାଛଳରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri