ନୂଆ ନୂଆ ଜବ୍‌

ବେଶ୍‌ କିଛି ମାସ ଧରି କରୋନା ଲାଗି ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ଲାଗି ରହିଛି ଅନେକ ସମସ୍ୟା। କେଉଁଠି କର୍ମଚାରୀଙ୍କ ଛଟେଇ ହେଉଛି ତ ଆଉ କେଉଁଠି ଆର୍ଥିକ ପରିସ୍ଥିତିକୁ ନେଇ ହେଉଛି ଦରମା କାଟ। ଆଉ ଏ ସମୟରେ ନୂଆ କର୍ମଚାରୀଙ୍କ ନିଯୁକ୍ତି ହେଉଛି ଖୁବ୍‌ କମ୍‌। ତେଣୁ ଏଭଳି ଏକ ସମୟରେ ନୂଆ ଜବ୍‌ ପାଇବାର ସୌଭାଗ୍ୟ ଅର୍ଜନ କରିଥିବା କର୍ମଚାରୀଙ୍କୁ ନିଜ ଜବ୍‌ ବଞ୍ଚାଇ ରଖିବା ସହ ଧୀରେ ଧୀରେ ଏଥିରେ ଆଗକୁ ବଢିବା ଲାଗି ବିଭିନ୍ନ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ…

ଭଲ ଜବ୍‌ଟିଏ କରି ଅଧିକ ରୋଜଗାର କରିବାକୁ କିଏ ବା ନ ଚାହେଁ। ହେଲେ ବେଳେ ବେଳେ ବିଭିନ୍ନ ପରିସ୍ଥିତି ଏଥିରେ ବାଧକ ସାଜିଥାଏ। ଠିକ୍‌ ଯେମିତି ବର୍ତ୍ତମାନ କରୋନା ଲାଗି ନୂଆ ନିଯୁକ୍ତି ଖୁବ୍‌ କମ୍‌ ହେଉଥିବାରୁ ଅନେକଙ୍କୁ ଜବ୍‌ ମିଳିବା ହେଉଛି କଷ୍ଟକର। ଆଉ ଏମିତିରେ ଯେଉଁ କେତେଜଣଙ୍କୁ ନୂଆ ଚାକିରିର ସୁଯୋଗ ମିଳୁଛି ସେମାନେ ସୌଭାଗ୍ୟଶାଳୀ। ହେଲେ ବେଳେ ବେଳେ ଚାକିରି କରିବାର ପ୍ରାରମ୍ଭିକ ସମୟରେ କେତୋଟି ଭୁଲ୍‌ ଅନେକଙ୍କ କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହ ଜବ୍‌ ଚାଲିଯିବା ଏବଂ ପରବର୍ତ୍ତୀ ସମୟରେ ଭଲ ଜବ୍‌ ନ ପାଇବାର ବି କାରଣ ସାଜିପାରେ। ତେଣୁ ଏଭଳି ଏକ ବିଷମ ପରିସ୍ଥିତିରେ ମିଳିଥିବା ଜବ୍‌କୁ ରକ୍ଷା କରିବା ସହ ଏଦିଗରେ ଆଗକୁ ବଢିବା ଲାଗି କେଉଁ ସବୁ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ ଜାଣି ରଖନ୍ତୁ ସେ ସମ୍ପର୍କରେ…
– ବର୍ତ୍ତମାନ ଜବ୍‌ ମିଳିବା କଷ୍ଟ ହୋଇଥିବା ସମୟରେ ଯେଉଁ ଜବ୍‌ ମିଳିଛି ତାହାକୁ କେବେ ବି ଛୋଟ ମନେ ନ କରି ସକାରାତ୍ମକ ପୂର୍ବକ ଗ୍ରହଣ କରି ସେଥିରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ।
– କର୍ମକ୍ଷେତ୍ରରେ ଆଗକୁ ବଢିବା ଏବଂ ସଫଳତା ହାସଲ କରିବାକୁ ହେଲେ ସମୟାନୁବର୍ତ୍ତିତା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଯଥା ସମୟରେ କାର୍ଯ୍ୟ ସ୍ଥଳରେ ପହଞ୍ଚତ୍ବା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଠିକ୍‌ ସମୟରେ ସାରିବା ପର୍ଯ୍ୟନ୍ତ ସବୁଥିରେ ସମୟାନୁବର୍ତ୍ତୀ ହେବା ଆବଶ୍ୟକ।
– ସେହିପରି ଅଫିସ୍‌ରେ ବସ୍‌, ସିନିଅର୍‌, ସହକର୍ମୀଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ସମସ୍ତଙ୍କ ସହ କଥା ହେବା ବେଳେ ଶାଳିନତା ରକ୍ଷା କରିବା ସହ ନିଜ ବଡ଼ିଲାଙ୍ଗୁଏଜ୍‌ ପ୍ରତି ମଧ୍ୟ ଗୁରୁତ୍ୱ ଦିଅନ୍ତୁ।
– ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କୁ ଦିଆଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରିବାରେ ଅବହେଳା କରନ୍ତୁ ନାହିଁ। ନିଜର ଶତ ଚେଷ୍ଟା ସତ୍ତ୍ୱେ ବି ଯଦି କାର୍ଯ୍ୟ ସମ୍ପାଦନ କରିବାରେ ବିଫଳ ହେଉଛନ୍ତି, ତେବେ ହାର ନ ମାନି କିମ୍ବା ଏହାକୁ ଛାଡ଼ି ନ ଦେଇ କୌଣସି ସିନିଅରଙ୍କଠାରୁ ସହାୟତା ନିଅନ୍ତୁ। ଅନେକେ ସହାୟତା ନେବା ଦ୍ୱାରା କେହି କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇବେ କିମ୍ବା ଆତ୍ମସମ୍ମାନ ହାନି ହେବ ଭାବି ଚୁପ୍‌ ରହିଯାଆନ୍ତି, ହେଲେ କର୍ମକ୍ଷେତ୍ରରେ ଆଗକୁ ବଢିବାକୁ ହେଲେ ଅଧିକରୁ ଅଧିକ ଶିଖିବା ନିହାତି ଆବଶ୍ୟକ। ତେଣୁ ସଂକୋଚବୋଧ ନ କରି ସିନିଅର କିମ୍ବା ସହକର୍ମୀଙ୍କ ସହାୟତା ନିଅନ୍ତୁ। ହେଲେ ମନେରଖନ୍ତୁ, ଏହାଦ୍ୱାରା ସହଜରେ କାମ ହୋଇଯାଉଛି ଭାବି ବାରମ୍ବାର ଏପରି ନ କରି ପ୍ରଥମେ ନିଜେ କରିବାକୁ ଚେଷ୍ଟା କରନ୍ତୁ।
– ଆପଣ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ସବୁବେଳେ ଅପ୍‌ଡେଟ୍‌ ରହିବାକୁ ଚେଷ୍ଟାକରନ୍ତୁ।
– ସେହିପରି ଯଦି କୌଣସି ପ୍ରୋଜେକ୍ଟ କିମ୍ବା ଅଧିକ ଦିନିଆ କାମ ଥାଏ ତେବେ ଏତେ ଦିନ ଅଛି ପରେ କରିବି, ଭାବି ଅବହେଳା କରନ୍ତୁ ନାହିଁ। ନଚେତ୍‌ କାଲି କରିବି ଭାବିବା ଭିତରେ ସମୟ କମି ଯିବା ସହ କାର୍ଯ୍ୟର ଚାପ ବଢି ବଢି ଚାଲିବ ଏବଂ ଶେଷରେ କାର୍ଯ୍ୟ ନ ସାରିପାରିବା ଲାଗି କେବଳ ଅପମାନିତ ହେବାକୁ ପଡ଼ିବ ବରଂ ଏକ ଖରାପ କର୍ମଚାରୀର ପରିଚୟ ସୃଷ୍ଟି ହେବ। ତେଣୁ ସର୍ବଦା ଅଫିସିଆଲ୍‌ ଡେଡ୍‌ଲାଇନ୍‌ ଭିତରେ କାର୍ଯ୍ୟ ସମାପ୍ତ କରନ୍ତୁ।
– କୌଣସି ଆସାଇନ୍‌ମେଣ୍ଟ ବା ନୂଆ କାମ ଦିଆଗଲେ ଡରିବା କିମ୍ବା ପଛଘୁଞ୍ଚା ଦେବା ବଦଳରେ ସାହସର ସହ ଗ୍ରହଣ କରନ୍ତୁ। କାରଣ ମୁଁ କରିପାରିବି ନାହିଁ, କାହିଁକି କରିବି ଅବା ଏସବୁ କାର୍ଯ୍ୟ ଲାଗି ମୋ ପାଖରେ ସମୟ ନାହିଁ ଆଦି ଭଳି ଚିନ୍ତାଧାରା ଆପଣଙ୍କ ଜବ୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
– ସର୍ବଦା ନିଜ କର୍ମ ଏବଂ କର୍ମକ୍ଷେତ୍ର ପ୍ରତି ବିଶ୍ୱସ୍ତ ରୁହନ୍ତୁ। ନିଜ ସହକର୍ମୀ ହୁଅନ୍ତୁ ଅବା ବାହାର ଲୋକଙ୍କ ଆଗରେ ନିଜ ଅଫିସ୍‌ ବିରୋଧରେ କୌଣସି ଖରାପ ମନ୍ତବ୍ୟ ଦିଅନ୍ତୁ ନାହିଁ।
– ଅଫିସ୍‌ରେ କୌଣସି ଛୋଟ ଛୋଟ ସମସ୍ୟା ଉପୁଜିଲେ ଏହାର ସମାଧାନର ଉପାୟ ଖୋଜନ୍ତୁ। ଏଥିପାଇଁ ଝଗଡ଼ା, ବାରମ୍ବାର ଚାକିରି ଛାଡ଼ିଦେବାର ଧମକ ଦେବା ଭଳି ଭୁଲ୍‌ ଆଦୌ କରନ୍ତୁ ନାହିଁ। ଏହା ଆପଣଙ୍କ ବ୍ୟକ୍ତିତ୍ୱ ସହ କ୍ୟାରିୟର ଉପରେ ବି ନକାରାତ୍ମକ ପ୍ରଭାବ ପକାଇପାରେ।
– ଆରମ୍ଭରୁ ବାରମ୍ବାର ଛୁଟି ନେବା, ବିଭିନ୍ନ ବାହାନା କରିବା ଶୀଘ୍ର ଅଫିସ୍‌ରୁ ବାହାରିଯିବା ଭଳି ଭୁଲ୍‌ ଆଦୌ କରନ୍ତୁ ନାହିଁ।
– ଚାକିରି ଜୀବନ ଆରମ୍ଭରୁ ଅଧିକ ଟଙ୍କା ରୋଜଗାର ନିଶାରେ କୌଣସି ଭୁଲ୍‌ କରି ନ ବସି ପ୍ରଥମେ ଅଭିଜ୍ଞତା ହାସଲ କରିବାକୁ ଚେଷ୍ଟା କରନ୍ତୁ ଦେଖିବେ ପଦୋନ୍ନତି ସହ ଦରମା ବି ଧୀରେ ଧୀରେ ବଢିବ।

କ’ଣ କରନ୍ତି ଏମାନେ…

ଉଷାରାଣୀ ପାଣି( କର୍ମଜୀବୀ, ମଧୁପାଟଣା, କଟକ)- ବର୍ତ୍ତମାନ କରୋନା ସମୟରେ ଖୁବ୍‌ କମ୍‌ ସ୍ଥାନରେ ନିଯୁକ୍ତି ହେଉଥିବାରୁ ଅଧିକାଂଶ ଯୁବପିଢି ଜବ୍‌କୁ ନେଇ ଟେନ୍‌ଶନ୍‌ରେ ରହୁଛନ୍ତି। ଏମିତିରେ ଜବ୍‌ଟିଏ ମିଳିଥିବାରୁ ଖୁବ୍‌ ଖୁସି ମନେକରୁଛି। ନିଜ ଜବ୍‌କୁ ବଞ୍ଚାଇ ରଖି ଏଥିରେ ଆଗକୁ ବଢିବା ଲାଗି ଯଥା ସମୟରେ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ କରିବା ସହ ସବୁବେଳେ ଅଧିକରୁ ଅଧିକ ଜାଣିବା ପ୍ରତି ଗୁରୁତ୍ୱ ଦେଉଛି। କୌଣସି କାରଣରୁ ଯେପରି ନିଜ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ନ ଆସେ ତେଣୁ କର୍ମକ୍ଷେତ୍ରରେ ସମସ୍ତଙ୍କ ସହ ଉତ୍ତମ ବ୍ୟବହାର କରୁଛି।

ସିଦ୍ଧାର୍ଥ ପ୍ରଧାନ(କର୍ମଜୀବୀ, ନୟାପଲ୍ଲୀ, ଭୁବନେଶ୍ୱର)- ବର୍ତ୍ତମାନ ସମୟରେ ଅନେକେ ଜବ୍‌ଲେସ୍‌ ହୋଇ ଘରେ ବସିଥିବା ବେଳେ ନୂଆ କାମଟିଏ ମିଳିବା ହିଁ ଭାଗ୍ୟର କଥା। ତେଣୁ ନିଜ କର୍ମକୁ ସମ୍ମାନ ଦେଇ ଏଥିରେ ଆଗକୁ ବଢିବା ଲାଗି ଉଦ୍ୟମ କରିବାରେ ମୁଁ ବିଶ୍ୱାସ ରଖେ। ତା’ ଛଡ଼ା ସମୟାନୁବର୍ତ୍ତିତା ଅବଲମ୍ବନ କରିଥାଏ। କାମରେ ଆଦୌ ଅବହେଳା କରେନାହିଁ କିମ୍ବା ଅନାବଶ୍ୟକ ସ୍ଥଳେ ଅଯଥା ଛୁଟି ମଧ୍ୟ ନିଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri