ନୂଆ ପଦକ୍ଷେପ: ଗୁରୁଙ୍କ ପ୍ରତିମୂର୍ତ୍ତି ତିଆରି କରି ପାଳିଲେ ଗୁରୁଦିବସ, ସମାଜ ପାଇଁ ପାଲଟିଲେ ଉଦାହରଣ

ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ଗଞ୍ଜାମ ବ୍ଲକର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀର ୟୁଥ୍‌ଫର୍‌ ଭିଲେଜ ପକ୍ଷରୁ ପବିତ୍ର ଗରୁଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଯାହାକି ଏହା ସମଗ୍ର ମାନବ ସମାଜ ଲାଗି ଏକ ଉଦାହରଣ ପାଲଟିବା ସହ ସଚେତନତାର ବାର୍ତ୍ତାଦେଇଛି। ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଭକ୍ତିଭରା ସ୍ନେହ ଶ୍ରଦ୍ଧାର ନିଚ୍ଛକ ଚିତ୍ରକୁ ଏଠାରେ ଦେଖିବାକୁ ମିଳିଛି। ସେହିଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ଏପରି ଜଣେ ପ୍ରଧାନଶିକ୍ଷକ ରହିଥିଲେ ଯେ, ତାଙ୍କର କାର୍ଯ୍ୟଶୈଳୀ ଓ ମହାନତାକୁ ମୃତ୍ୟୁ ପରେ ବି ଛାତ୍ରୀଛାତ୍ର ଓ ଗ୍ରାମବାସୀ ଭୁଲିପାରି ନାହାନ୍ତି। ଆଉ ଏହି ଶିକ୍ଷକ ଗୁରୁଙ୍କୁ ସର୍ବଦା ପାଖରେ ପାଇବା ଉଦ୍ଦେଶ୍ୟରେ ଗ୍ରାମରେ ପ୍ରତିମୂର୍ତ୍ତି ନିର୍ମାଣ କରି ସର୍ବଦା ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ସ୍ବର୍ଗତ ପ୍ରଧାନଶିକ୍ଷକ ଜଣକ ହେଉଛନ୍ତି ପୁରୁଷୋତ୍ତମପୁର ରଥସାହିର ଦ୍ୱିତୀକୃଷ୍ଣ ମିଶ୍ର। ତାଙ୍କର ନିତି ଆଦର୍ଶତା ଯୋଗୁ ଦେହାନ୍ତ ପରେ ବି ଅଞ୍ଚଳବାସୀ ଅମରକରି ରଖିଛନ୍ତ। ସ୍ବର୍ଗତ ମିଶ୍ର ଦୀର୍ଘ ୩୪ ବର୍ଷ ଏହି ତାରିଣିପଲ୍ଲୀ ଗ୍ରାମରେ ଶିକ୍ଷକ ଭାବେ ରହିଥିଲେ। ତାଙ୍କ କାର୍ଯ୍ୟାକାଳ ସମୟରେ ସେ କେବଳ ଶିକ୍ଷାଦାନ କରିବାରେ ସୀମିତି ରହି ନ ଥିଲେ। ସ୍କୁଲ ସମୟର ପୂର୍ବରୁ ଓ ପରେ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ନେଇ ଏକ ଯୁବକସଂଘ ଗଠନ କରି ଅଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟମାନ କରିବା ସହ ଶେଷନିଃଶ୍ୱାସ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ଅଞ୍ଚଳକୁ ଆସି ଗରିବ ଶ୍ରେଣୀର ଲୋକଙ୍କ ଘରକୁ ଘର ଯାଇ ସମସ୍ୟା ବୁଝିବା ସହ ଚିକିତ୍ସା କରି ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଲାଗିଥିଲେ। ଏଭଳି ମହତ କାର୍ଯ୍ୟ ଲାଗି ସେ ଗ୍ରାମବାସୀଙ୍କ ମନରେ ଅମର ହୋଇ ରହିଯାଇଥିବାର ଗ୍ରାମବାସୀ କହିଛନ୍ତି।

ଗୁରୁଦିବସ ଉସବରେ ୟୁଥ୍‌ ଫର୍‌ ଭିଲେଜର ସଭାପତି ଡି ଦେବହରି ରେଡ୍ଡୀ ପୌରୋହିତ୍ୟ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ବାଳ, ଅବସରପ୍ରାପ୍ତ ଶିକ୍ଷକ କାଳୀଚରଣ ଗୌଡ଼, ବରିଷ୍ଠ ସାମ୍ବାଦିକ ଶବର କୁମାର ତରେଇ, ଉମାକାନ୍ତ ବେହେରା, ଶିକ୍ଷକ ରଇବାରୀ ବେହେରା, ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଧାନଶିକ୍ଷକ ଦ୍ୱିତୀକୃଷ୍ଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରିଥିଲେ ଓ ଏହାସହ ଶିକ୍ଷକ କାଳୀଚରଣ ଗୌଡ଼ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଜ ନିଜର ଭବିଷ୍ୟତ ଗଢ଼ି ତୋଳିବା ଲାଗି ବିଭିନ୍ନ ପରାମର୍ଶ ଦେଇ କୃତୀ ଛାତ୍ରୀଛାତ୍ର ଓ ଦେଶମାତୃକା ପାଇଁ ସଂଗ୍ରାମ କରିଥିବା ସେନା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହାକୁ ଦୀପକ ସାହୁ, ଚୈତନ୍ୟ ରେଡ୍ଡୀ, ରବୀନ୍ଦ୍ର ଗୌଡ଼ଙ୍କ ସମେତ ୟଥ୍‌ ଫର୍‌ ଭିଲେଜର ସମସ୍ତ ସଭ୍ୟ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri