ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ? ପ୍ରେମଜୀବନକୁ ସଫଳ କରୁଥିବା ଏହି ୪ କଥା ଜାଣିରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ ସନ୍ଦେହ ନାହିଁ।

-ଚାଣକ୍ୟ ନୀତି ଅନୁଯାୟୀ, ଯେଉଁ ବ୍ୟକ୍ତି ନିଜ ପ୍ରେମିକା ନଚେତ ସ୍ତ୍ରୀଙ୍କୁ ସମ୍ମାନପୂର୍ଣ୍ଣ ଚକ୍ଷୁରେ ଦେଖିଥାଏ, ସର୍ବଦା ତାଙ୍କୁ ସମ୍ମାନ କରିଥାଏ, ତାଙ୍କ ସମ୍ପର୍କ କେବେ ବି ଭାଙ୍ଗି ନ ଥାଏ। ଏଭଳି ବ୍ୟକ୍ତିକୁ ସବୁ ସ୍ଥାନରେ ସମ୍ମାନ ମଧ୍ୟ ମିଳିଥାଏ।

-ସେହିଭଳି ଯେଉଁ ବ୍ୟକ୍ତି ଆନ୍ତରିକତାର ସହ ପ୍ରେମ କରନ୍ତି ତାଙ୍କର ସମ୍ପର୍କ କେବେ ବି ତୁଟି ନ ଥାଏ। ଅର୍ଥାତ ଯେଉଁ ବ୍ୟକ୍ତି ନିଜ ପ୍ରେମିକା ଛଡ଼ା ଅନ୍ୟ ମହିଳାଙ୍କ ବିଷୟରେ ଭାବି ନ ଥାଏ, ସେ ସମ୍ପର୍କକୁ ମଜଭୂତ ରଖିବାରେ ସଫଳ ହୁଏ। ଅପରପକ୍ଷେ ଯିଏ ନିଜ ପ୍ରେମିକା କିମ୍ବା ସ୍ତ୍ରୀଙ୍କ ବ୍ୟତିତ ଅନ୍ୟ ମହିଳାଙ୍କ ବିଷୟରେ ଖରାପ ଭାବନା ମନକୁ ଆଣିଥାଏ, ତେବେ ତାଙ୍କ ପ୍ରେମ ସଫଳ ହୋଇପାରି ନ ଥାଏ। ସାରା ଜୀବନ ପ୍ରେମକୁ ବଞ୍ଚାଇ ରଖିଲେ ସମ୍ପର୍କ ଭଲରେ ଚାଲିଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଏହାଛଡ଼ା ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ପାଖରେ ମହିଳାଟିଏ ସୁରକ୍ଷିତ ମନେ କରେ, ତାଙ୍କର ପ୍ରେମ ଜୀବନ ବେଶ ଭଲରେ ଚାଲିଥାଏ। ଜଣେ ମହିଳା ସର୍ବଦା ନିଜ ଜୀବନସାଥୀଙ୍କ ମଧ୍ୟରେ ନିଜ ବାପାଙ୍କ ପ୍ରତିଛବିଙ୍କୁ ଖୋଜିଥାନ୍ତି। ଏପରିସ୍ଥଳେ ସେହିଭଳି ସୁରକ୍ଷିତ ବ୍ୟବହାର ଦ୍ୱାରା ସାଥୀଙ୍କ ହୃଦୟ ଜିତିପାରିବେ। କାରଣ ତାଙ୍କ ପାଖରେ ରହିବା ସମୟରେ ସାଥୀ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଉକ୍ତ ବ୍ୟକ୍ତି ପ୍ରେମରେ ବିଫଳ ହୁଅନ୍ତି ନାହିଁ।

-ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ନିଜ ଜୀବନରେ ଶାରୀରିକ ଏବହ ଭାବନାତ୍ମକ ସୁଖ ସହ ସାଥୀଙ୍କୁ ଶାରୀରିକ ସୁଖ ପ୍ରଦାନ କରିବାରେ ସଫଳ ହୁଅନ୍ତି, ତାଙ୍କ ଦାମ୍ପତ୍ୟ ଜୀବନରେ କୌଣସି ପ୍ରତିବନ୍ଧକ ଆସି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ବିକ୍ରମ

”ବିକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ କରିବା । ବିଗତ ଅଭିଯାନ ସବୁରୁ ସୂଚନା ମିଳେ...

ଇନ୍‌ସୁଲିନ୍‌ ସ୍ତର ସନ୍ତୁଳିତ ରଖେ ପିଆଜ ଶଣ୍ଢା

ପିଆଜ ଶଣ୍ଢା କାହାକୁ ବା ନାପସନ୍ଦ କହିଲେ। ଏହା କେବଳ ସ୍ବାଦିଷ୍ଟ ନୁହେଁ ବରଂ ସ୍ବାସ୍ଥ୍ୟପ୍ରଦ ମଧ୍ୟ। ପିଆଜ ଶଣ୍ଢାରେ ଭରପୂର୍‌ ଥିବା ଆଣ୍ଟିଅକ୍ସିଡାଣ୍ଟ ଡିଏନ୍‌ଏକୁ...

ଧଳା ଜହର ଲୁଣ

”ଆମେ ଖାଉଥିବା ଲୁଣର ରାସାୟନିକ ନାମ ହେଲା ‘ସୋଡିୟମ କ୍ଲୋରାଇଡ୍‌’। ଏଥିରେ ଥିବା ସୋଡିୟମ୍‌ ହିଁ ଆମ ସ୍ବାସ୍ଥ୍ୟ ଉପରେ ଭଲମନ୍ଦ ପ୍ରଭାବ ଲାଗି ଦାୟୀ।...

ଘରୁ ସୁଖଶାନ୍ତି ହଜିଛି କି ? ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଅନେକ ସମୟରେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, କ୍ରମେ ସମ୍ପର୍କରେ ଫାଟ ସୃଷ୍ଟି...

ତଥାପି ସକ୍ଷମ : ଦୃଢ଼ ମନୋବଳ ବାଟ ଦେଖାଇଛି

ଦିବ୍ୟାଙ୍ଗ ହେଲେ ମଧ୍ୟ ଏମାନେ ଅନ୍ୟମାନଙ୍କଠାରୁ କମ୍‌ ନୁହନ୍ତି। ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇ ଚାଲିଛନ୍ତି । ଚଳିତ ମାସ ୮...

ନିଦ ନ ହେବାରୁ ଔଷଧ ଖାଉଛନ୍ତି କି …

ପରିବର୍ତ୍ତିତ ଜୀବନଶୈଳୀ ଲାଗି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ରାତିସାରା ଅନିଦ୍ରା ରହିବା ବା ନିଦ ନ ହେବା ଲାଗି ଅନେକ ଲୋକ...

ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା...

ସୁସ୍ଥ କିଡନୀ ପାଇଁ ଖାଆନ୍ତୁ…

ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ପାଇଁ ସମୟ ବାହର କରିବା କଷ୍ଟକର ହୋଇପଡ଼ୁଛି। ଖାଦ୍ୟ ଖାଇବାର ଅନିୟମିତତା ଯୋଗୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ମାଡିବସୁଛି।...

Advertisement
Archives

Model This Week