ସପ୍ତାହନ୍ତ ଶଟ୍‌ଡାଉନ୍‌ ନେଇ ନୂଆ ଗାଇଡ୍‌ଲାଇନ୍‌

ପାରଳାଖେମୁଣ୍ଡି,୨୩।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶଟ୍‌ଡାଉନ୍‌ ସରକାର ଘୋଷଣା କରିଛନ୍ତି। ଏହି ଆଧାରରେ ଶନିବାର ଓ ରବିବାର ଦୁଇଦିନ ଗଜପତି ଜିଲା ସମେତ ପାରଳାଖେମୁଣ୍ଡି ସହର ମଧ୍ୟ ଶଟ୍‌ଡାଉନ ରହିବ। କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ଦିଆଯିବ ବୋଲି ଗଜପତି ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମେ ୧୫ ପର୍ଯ୍ୟନ୍ତ ପାର୍କ, ପାଠାଗାର, ଖେଳପଡ଼ିଆ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରହିବ ବୋଲି ପତ୍ରରେ ଉଲ୍ଲେଖ ରହିଛି ।
ଶଟ୍‌ଡାଉନ ସମୟରେ ହସ୍ପିଟାଲ, କ୍ଲିନିକ୍‌, ନର୍ସିଂହୋମ, ମେଡିସିନ ଷ୍ଟୋର ଓ ଆମ୍ବୁଲାନ୍ସ କଟକଣା ମୁକ୍ତ ରହିବ। ସାସ୍ଥ୍ୟ କର୍ମଚାରୀ, ଗଣମାଧ୍ୟମ ସଂସ୍ଥା କର୍ମଚାରୀ, ମ୍ୟୁନିସିପାଲିଟି, ପୋଲିସ ଅଗ୍ନିଶମ କର୍ମଚାରୀ, ଜରୁରୀ ସେବାରେ ନିୟୋଜିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ, ଟେଲିକମ, ଜଳ ଯୋଗାଣ ପରିମଳ, ବିଦ୍ୟୁତ୍‌ ବିଭାଗକୁ କଟକଣାରୁ ବାଦ୍‌ ଦିଆଯାଇଛି। ଏଥିପାଇଁ ସତନ୍ତ୍ର ପାସ ଦରକାର ନାହିଁ। ଟ୍ରେନ ଓ ବିମାନ ଯାତ୍ରୀ ନିଜ ନିଜର ଟିକେଟ ଦେଖାଇ ଯାତାୟାତ କରିପାରିବେ। ରୋଗୀ ଓ ତାଙ୍କ ସହାୟକ ବିଶ୍ୱାସଯୋଗ୍ୟ ପ୍ରମାଣପତ୍ର ଦେଖାଇ ଯାଇ ପାରିବେ। ଶଟ୍‌ଡାଉନରେ ମାଲବାହୀ ଗାଡି ମଧ୍ୟ ଚଳାଚଳ କରିପାରିବ। ଶିଳ୍ପାନୁଷ୍ଠାନ ଓ ଆଇଟି ସଂସ୍ଥା ଚାଲୁ ରହିବ। କୃଷି,ମତ୍ସ୍ୟ ଚାଷ କାମ ହୋଇପାରିବ । ଏଥିସହ ଘରେ ଖାଦ୍ୟ ପହଞ୍ଚାଉଥିବା ଅନ୍‌ଲାଇନ୍‌ ସଂସ୍ଥା କାମ କରିପାରିବେ। ଖାଦ୍ୟ ଓ ତେଜରାତି ଦୋକାନ ହୋମ୍‌ ଡେଲିଭରି ଦେଇପାରିବେ। ରାସ୍ତା ପାର୍ଶ୍ୱ ଢାବା ଖୋଲା ରହିବ କିନ୍ତୁ ସେଠାରେ ଖାଇବା ପାଇଁ ବାରଣ କରାଯାଇଛି। ହୋଟେଲଗୁଡିକରେ ଖାଦ୍ୟକୁ ପାର୍ଶଲ ଦିଆଯିବ ଏବଂ ପେଟ୍ରୋଲ ପମ୍ପ ଓ ଏଟିଏମ୍‌ କାଉଣ୍ଟର ଖୋଲା ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପତ୍ରରେ ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ବରଗଡ଼ରେ ଚଳିବନି ଅପରାଧୀଙ୍କ ଦାଦାଗିରି, ଦାୟିତ୍ୱ ନେଇ କଡ଼ା ଚେତାବନୀ ଦେଲେ ନୂତନ SP

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ବୁଧବାର ଦାୟିତ୍ୱ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

୨୪ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଯାତ୍ରା ମ୍ୟାନେଜରଙ୍କ ସ୍ବତନ୍ତ୍ର ପୂଜା, ବିରାଟ ପଟୁଆରରେ ସହର ପରିକ୍ରମା କଲେ…

ଛତ୍ରପୁର,୨୭।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏବେ ସାରା ସହର ଉଠୁଛି ପଡୁଛି। ମା’ଙ୍କ ଆଗମନରେ…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri