Odisha Elections 2024

ଉଭା ହୋଇପାରନ୍ତି ନୂଆ ମୁହଁ

ଯାଜପୁର,୨୨ା୭(ହର୍ଷବର୍ଦ୍ଧନ ବେହେରା): ୨୦୦୦ ମସିହାରୁ ଯାଜପୁର ଲୋକ ସଭା ଓ ୨୦୦୯ରୁ ସମସ୍ତ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଆସୁଛି। କିନ୍ତୁ ୨୦୧୪ରେ ଯାଜପୁର ସଂସଦୀୟ କ୍ଷେତ୍ରରେ ବିଜେଡି ୫୫.୭୮ ପ୍ରତିଶତ ଭୋଟ ପାଇଥିଲାବେଳେ ୨୦୧୯ରେ ୪୯.୮୧ ପ୍ରତିଶତକୁ ଖସିଥିଲା। ଭାଜପା ୧୫.୫୩ ପ୍ରତିଶତରୁ ୪୦.୫ ପ୍ରତିଶତକୁ ଲମ୍ପ ମାରିଥିଲା। କଂଗ୍ରେସ ୨୨.୭୭ ପ୍ରତିଶତରୁ ୮.୩୯ ପ୍ରତିଶତରେ ସୀମିତ ରହିଥିଲା। ଜିଲାର ବଡ଼ଚଣା ଓ ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ବ୍ୟବଧାନ ଯଥାକ୍ରମେ ୧୪୮୫ ଓ ୪୨୦୫ ରହିଥିଲା। ଏହା ଜିଲାର ରାଜନୈତିକ ସମୀକରଣକୁ ଓଲଟପାଲଟ କରିଥିଲା। ଏହିକ୍ରମରେ ବଡ଼ଚଣାରେ ଏଥର ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଜେଡି ପ୍ରାର୍ଥୀ କରିବ କି ନାହିଁ ସେ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ମହାପାତ୍ର(ଲାଲୁ) ଗତ କିଛି ମାସ ହେଲା କଂଗ୍ରେସର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଭାଜପା ନେତା ଅମର ନାୟକ ଗତ ନିର୍ବାଚନରେ ୬୨,୫୯୯ ଭୋଟ ଅକ୍ତିଆର କରି କଡ଼ା ମୁକାବିଲା କରିଥିଲେ ହେଁ ଏହି ୫ ବର୍ଷରେ ଲୋକଙ୍କ ନିକଟତର ହେବାରେ ବିଫଳ ହୋଇଥିବା କୁହାଯାଉଛି। ଏଭଳିସ୍ଥିତିରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଭାବେ ନୂଆମୁହଁ ଦେଖିତ୍ବାକୁ ଚର୍ଚ୍ଚା ହେଉଛି।
ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ନେତା ନବକୃଷ୍ଣ ଚୌଧୁରୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ଜାତୀୟ କଂଗ୍ରେସରୁ ଚୌଧୁରୀ ୧୨,୭୯୫ ଭୋଟ ପାଇ ବିଜୟୀ ହୋଇଥିଲାବେଳେ ସ୍ବାଧୀନ ଭାବେ ଜଗନ୍ନାଥ ଦାଶ ୫୦୮୯ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହି ଦୃଷ୍ଟିରୁ ଯାଜପୁର ଜିଲାର ଏକ ସ୍ବତନ୍ତ୍ର ବ୍ଲକକୁ ନେଇ ଗଠିତ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ନିର୍ବାଚନ ମଣ୍ଡଳୀରେ ୧୯୮୦ ମସିହା ଠାରୁ କଂଗ୍ରେସ ୧୫ ବର୍ଷ ଏବଂ ଜନତା ଦଳ, ବିଜେଡି ଓ ଏନସିପି ମିଳିତ ଭାବେ ୨୫ ବର୍ଷ ଧରି ସଫଳତା ପାଇଛନ୍ତି। କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରେ ଅନେକ ଅସମାହିତ ସମସ୍ୟା ରହିଥିବାବେଳେ ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ଦୁର୍ନୀତି ଓ ଆପରାଧିକ ଲିଙ୍କ୍‌ ଭୋଟରଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି।
୧୯୮୦ରୁ ବଡଚଣା ନିର୍ବାଚନ ମଣ୍ଡଳୀର ଫଳାଫଳକୁ ଅବଲୋକନ କଲେ କଂଗ୍ରେସରୁ ସୀତାକାନ୍ତ ମହାପାତ୍ର ଓ ବିଜେଡିରୁ ଅମରପ୍ରସାଦ ଶତପଥୀ ଜିତି ଆସିଛନ୍ତି। ଇତି ମଧ୍ୟରେ ତୃତୀୟ ନେତାଙ୍କ ଆବିର୍ଭାବ ହୋଇ ପାରିନାହିଁିଁ। ୧୯୮୦-୮୫, ୧୯୮୫-୯୦ ଓ ୨୦୦୪-୦୯ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ମହାପାତ୍ର ବିଜୟୀ ହୋଇଛନ୍ତି। ସେହିପରି ଜନତା ଦଳରୁ ୧୯୯୦-୯୫ ଓ ୧୯୯୫-୨୦୦୦, ଏନସିପିରୁ ୨୦୦୯-୧୪ ଏବଂ ବିଜେଡିରୁ ୨୦୦୦-୦୪ ଓ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶତପଥୀ ବିଜୟୀ ହୋଇଛନ୍ତି। ଏହିକ୍ରମରେ ୨୦୧୯ରେ ଭାଜପାର ଅମର ନାୟକ କଡା ମୁକାବିଲା କରିଥିଲେ। ହେଲେ କେତେକ ତ୍ରୁଟି ଯୋଗୁ ବହୁତ କମ୍‌ ଭୋଟରେ ପରାଜିତ ହୋଇଥିଲେ ହେଁ ସେହି ଜନମତକୁ ଆଜିଯାଏ ନିଜ ମୁଣିରେ ସାଇତି ରଖି ପାରି ନଥିବା କୁହାଯାଉଛି। ଏବେ ବିଜେଡିରୁ ବିଧାୟକ ଶତପଥୀ ଏବଂ ଜନ୍ମେଜୟ ଲେଙ୍କା ଟିକେଟ ପାଇଁ ଲବି କରିବେ ବୋଲି ଜଣାପଡିଛି। ୨୦୧୯ରେ ସୀତାକାନ୍ତ ମହାପାତ୍ର କଂଗ୍ରେସ ଟିକେଟ ଫେରାଇ ଦେବା ପରେ ଅଜୟ ସାମଲଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ହେଲେ ସେ ପ୍ରାୟ ୫ ହଜାର ଭୋଟ ପାଇଥିଲେ। ଏବେ ରାଜନାରାୟଣ କଂଗ୍ରେସର ସମସ୍ତ ପୁରୁଖା ନେତାଙ୍କୁ ଏକଜୁଟ କରିବା ସମେତ ବିଜେଡି ଓ ଭାଜପାରୁ ବହୁ ନେତାଙ୍କୁ ଆଣିବାରେ ସଫଳ ହୋଇପାରିଛନ୍ତି। ଗତ ଫେବୃୟାରୀ ୧୫ରେ ବ୍ଲକ ଘେରାଉ କରି ପ୍ରାୟ ୧୫ହଜାର ଲୋକଙ୍କୁ ଏକଜୁଟ କରି ବଡଚଣା ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମନେ ହେଉଛି। ଏହିକ୍ରମରେ ବିଜେଡି ଓ ଭାଜପା ନେତାଙ୍କ ଆଖି ରାଜନାରାୟଣଙ୍କ ଉପରେ ରହିଛି। ତେବେ କଂଗ୍ରେସର ରାଜ୍ୟ ସ୍ଥିତିକୁ ଦେଖି ରାଜନାରାୟଣ ଭାଜପା କିମ୍ବା ବିଜେଡି ମୁହଁା ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଅପରପକ୍ଷେ ବିଜେଡି ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ସହ ସାଂଗଠନିକ ସ୍ଥିତିକୁ ଆହୁରି ମଜଭୁତ କରିବାରେ ସଫଳ ହେଉଥିବା ବିଜେଡି ନେତାମାନେ ଦାବି କରୁଛନ୍ତି। ବିଧାୟକ ଅମର କିମ୍ବା ତାଙ୍କ ପୁଅ ଟିକେଟ ଦୌଡ଼ରେ ରହିଛନ୍ତି। ଏହାବାଦ ରାଜ୍ୟ ବିଜେଡି ସମ୍ପାଦକ ଜନ୍ମେଜୟ ଲେଙ୍କା ମଧ୍ୟ ଟିକେଟ ପାଇଁ ଲବି କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି...

ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି...

୨୫ ପରିବାରକୁ ଗୋଟିଏ ନଳକୂପ

ଝରିଗାଁ,୧୯।୫(କିଶୋର ଚନ୍ଦ୍ର ମଣ୍ତଳ)ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦାବି ଜଣାଇଲେ ମଧ୍ୟ...

୧୦୦ ପିଲାଙ୍କୁ ୨ ଶିକ୍ଷକ

ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ...

ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ...

ଆସିକାର ବିକାଶ ଶୀର୍ଷ ଛୁଇଁବ: ମଞ୍ଜୁଳା

ଆସିକା/ବ୍ରହ୍ମପୁର,୧୯ା୫(ସୁରେନ୍ଦ୍ରନାଥ ସାହୁ/ଅଶୋକ କୁମାର ସାହୁ):ଆସନ୍ତା ୨୦ ତାରିଖରେ ଆସିକା ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri