ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅନେକ ଯୁବଗୋଷ୍ଠୀ ପସନ୍ଦ କରୁଥିବା ବେଳେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲାରେ ଦାୟିତ୍ୱ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ପସନ୍ଦ କରି ବିଭିନ୍ନ ଦାୟିତ୍ୱ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିରେ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଭାବେ ମିଟୁ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି ଭାଜପା ଦଳ।

ପ୍ରକାଶ ଯେ, ମିଟୁ ସାହୁ ମଣ୍ଡଳ ସଭାପତି ଦାୟିତ୍ୱ ନେବା ପରେ ତାଙ୍କ ଦଳରେ ସାଧାରଣ ସମ୍ପାଦକ ଭାବେ ରୁଦ୍ର ମାଧବ ସାହୁଙ୍କୁ ନୂତନ ଦାୟିତ୍ୱ ମିଳିଛି। କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଦଳର ଜିଲା ସଭାପତି ପଣ୍ଡିତ ବିଶିମାଝୀଙ୍କ ଅତି ବିଶ୍ୱାସ ଓ ଭରସା ଯୋଗ୍ୟ ବ୍ୟକ୍ତି ହେଉଛନ୍ତି ରୁଦ୍ରମାଧବ। ରୁଦ୍ର ମାଧବ ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରେ କାର୍ଯ୍ୟରତ ରହିଥିଲେ। ସେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ସ୍ନାତକ ପର୍ଯ୍ୟନ୍ତ ପାଠପଢ଼ା ସହ ସଂଘରେ ସେବକ ଭାବେ ଦାୟିତ୍ୱ ତୁଲାଉଥିଲେ। ପରେ ସେ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ଉତ୍କଳ ୟୁନିଭର୍ସିଟିରେ ମାଷ୍ଟର ଅଫ୍‌ ସୋସିଆଲ ଓ୍ବର୍କ ଅଧ୍ୟୟନ କରିଥିଲେ। ଏହି ପର୍ଯ୍ୟନ୍ତ ସେ ସ୍ବୟଂ ସେବକ ସଂଘରେ ସେବକ ଭାବେ ରହିଥିବା ବେଳେ ଅନେକ ସାମାଜିକ କାର୍ଯ୍ୟରେ ସେ ନିଜକୁ ଉତ୍ସବର୍ଗୀକୃତ କରିଥିଲେ। ରୁଦ୍ର ମାଧବଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ କନ୍ଧମାଳ ଏମ୍‌ପି, ଜିଲା ସଭାପତି ଏବଂ ମଣ୍ଡଳ ସଭାପତିଙ୍କୁ ସାଧୁବାଦ ଜଣାଇବା ସହ ଦାରିଙ୍ଗବାଡ଼ିରେ ଭାଜପା ସଂଗଠନକୁ ଅଧିକା ଶକ୍ତିଶାଳୀ କରିବାକୁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ପ୍ରକାଶ ଯେ, ରୁଦ୍ରମାଧବଙ୍କ ସମେତ ଏହି ଦାୟିତ୍ୱ ରଞ୍ଜନ କୁମାର ସାହୁଙ୍କୁ ମଧ୍ୟ ଏହି ଦାୟିତ୍ୱ ଜିଲା ସଭାପତି ଓ ମଣ୍ଡଳ ସଭାପତିଙ୍କ ପକ୍ଷରୁ ଦିଆଯାଇଛି। ସେହିପରି ମଣ୍ଡଳ ଉପସଭାପତି ଭାବେ ୬ ଜଣଙ୍କୁ ଓ ସମ୍ପାଦକ ୬ ଜଣ, କୋଷାଧ୍ୟକ୍ଷ ଭାବେ ଜଣଙ୍କୁ ଚୟନ କରି ଦାୟିତ୍ୱ ଦିଆଯାଇଛି। ସେହିପରି ଭାଜପାର ଯୁବମୋର୍ଚ୍ଚା ସଭାପତି ଭାବେ ରୁଦ୍ର ନାରାୟଣ ବେହେରାଙ୍କୁ ଚୟନ କରାଯାଇଥିବା ବେଳେ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଟୁନି ମୁଖୀ, କିଷାନ ମୋର୍ଚ୍ଚାର ସୁବଳ ନାୟକ, ଅନୁସୂଚିତ ଜାତି ମୋର୍ଚ୍ଚାର ଲେଙ୍କା ନାୟକ, ଜନଜାତି ମୋର୍ଚ୍ଚାର ଶାନ୍ତନୁ ପ୍ରଧାନ, ଓବିସି ମୋର୍ଚ୍ଚା ର ସୋଭାଗ୍ୟ ସୁବୁଦ୍ଧି, ସଂଖ୍ୟାଲଘୁ ମୋର୍ଚ୍ଚାର ଜିତେନ୍ଦ୍ର ପ୍ରଧାନଙ୍କୁ ଚୟନ କରାଯିବା ସହ ମଣ୍ଡଳ କାର୍ଯ୍ୟକାରୀ ସଦସ୍ୟଙ୍କୁ ମଧ୍ୟ ଚୟନ କରାଯାଇଛି। ଏହି ନୂତନ କର୍ମକର୍ତ୍ତାମାନେ ସମସ୍ତେ ଜିଲା ସଭାପତି ଓ ମଣ୍ଡଳ ସଭାପତିଙ୍କୁ ସାଧୁବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri