Posted inଜାତୀୟ

ମହିଳାଙ୍କ ଉପରେ ଆକ୍ରମଣ: ପକ୍ଷ ରଖିଲେ ଜମାଟୋ ଡେଲିଭରି ବୟ

ବେଙ୍ଗାଲୁରୁ,୧୨।୩ : ସୋସିଆଲ ମିଡିଆରେ ଭିଡିଓରେ ଜମାଟୋ ଡେଲିଭରି ବୟଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ବେଙ୍ଗାଲୁରୁର ଜଣେ ମହିଳା ଅଭିଯୋଗ ଆଣିବାର ଦୁଇ ଦିନ ପରେ ନିଜ ପକ୍ଷ ରଖିଛନ୍ତି କାମରାଜ ( ଡେଲିଭରି ବୟ)। ଏହି ଘଟଣାର ତଦନ୍ତ ଜାରି ରହିଥିବାବେଳେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ। ଅଭିଯୁକ୍ତ କାମରାଜ କହିଛନ୍ତି, ମହିଳା ଜଣଙ୍କ ପ୍ରଥମେ ଗାଳି କରିବା ସହ ଚପଲରେ ମାରିଥିଲେ। ଆଉ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି କଥାକଥିତ ପୀଡ଼ିତା ହିତେଶ ଚନ୍ଦ୍ରାଣି। ଏହି ଘଟଣାରେ ଜମାଟୋ ଉଭୟଙ୍କୁ ସମର୍ଥନ କରୁଛି।

କଣ୍ଟେଣ୍ଟ ରାଇଟର ଭାବେ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ଚନ୍ଦ୍ରାଣୀ ଗତ ବୁଧବାର ନାକରୁ ରକ୍ତ ବାହାରୁ ଥିବା ଏକ ଭିଡିଓ ଟୁଇଟରରେ ଶେୟାର କରିଥିଲେ। ଆଉ ଜମାଟୋର ଡେଲିଭରି ବୟ କାମରାଜଙ୍କ ଆକ୍ରମଣରେ ସେ ଲହୁଲୁହାଣ ହୋଇଥିବା କରିଥିଲେ ଅଭିଯୋଗ।

ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରଥମେ ଗାଳି ଦେଇ ନ ଥିବା କହିଛନ୍ତି କାମରାଜ। ଡେଲିଭରିରେ ବିଳମ୍ବ ହେବାରୁ ପ୍ରଥମେ ଗାଳି ଦେଇଥିଲେ ମହିଳା। ଆଉ ଅର୍ଡର କରିଥିବା ଖାଦ୍ୟ ନେଲା ପରେ ମଧ୍ୟ ପେମେଣ୍ଟ କରି ନ ଥିଲେ। ମୁଁ ଖାଦ୍ୟ ଫେରାଇ ଦେବାକୁ କହିବାରୁ ମୋତେ ପିଟିଲେ ଚପଲରେ। ଦୁର୍ଘଟଣାବଶତଃ ତଥାକଥିତ ପୀଡ଼ିତାଙ୍କ ନାକ ଫାଟି ଯାଇଥିଲା। ଏହାପରେ ମୁଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲି। ବାଧ୍ୟହୋଇ ମୁଁ ତାଙ୍କ ଟେବୁଲରୁ ଖାଦ୍ୟ ଉଠାଇ ଆଣିଥିଲି। ମୋତେ ସେ ଆକ୍ରମଣ କରିଥିଲେ। ଏଥି ଯୋଗୁ ଲିପ୍ଟ ବଦଳରେ ସିଡିରେ ମୁଁ ତଳକୁ ଆସିଥିଲି ବୋଲି କାନ୍ଦି କାନ୍ଦି କହିଛନ୍ତି ଡେଲିଭରୀ ବୟ କାମରାଜ। ତେବେ ଏହି ଘଟଣା ପରେ ଜମାଟୋ ତାଙ୍କୁ ନିଲମ୍ବିତ କରି ଦେଇଛି। କିନ୍ତୁ ତାଙ୍କ ଦରମା ବନ୍ଦ କରାଯାଇ ନାହିଁ । ଆଉ ଆଇନଗତ ଲଢ଼େଇରେ ସାଥିରେ ଛିଡ଼ା ହୋଇଛି ଜମାଟୋ। କାମରାଜ ଏପର୍ଯ୍ୟନ୍ତ ୫ ହଜାର ଡେଲିଭରି କରି ସାରିଛନ୍ତି ଓ ତାଙ୍କୁ ୫ରୁ ୪.୭୫ ରେଟିଂ ମିଳିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri