Posted inଜାତୀୟ

ମହିଳାଙ୍କ ଉପରେ ଆକ୍ରମଣ: ପକ୍ଷ ରଖିଲେ ଜମାଟୋ ଡେଲିଭରି ବୟ

ବେଙ୍ଗାଲୁରୁ,୧୨।୩ : ସୋସିଆଲ ମିଡିଆରେ ଭିଡିଓରେ ଜମାଟୋ ଡେଲିଭରି ବୟଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ବେଙ୍ଗାଲୁରୁର ଜଣେ ମହିଳା ଅଭିଯୋଗ ଆଣିବାର ଦୁଇ ଦିନ ପରେ ନିଜ ପକ୍ଷ ରଖିଛନ୍ତି କାମରାଜ ( ଡେଲିଭରି ବୟ)। ଏହି ଘଟଣାର ତଦନ୍ତ ଜାରି ରହିଥିବାବେଳେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ। ଅଭିଯୁକ୍ତ କାମରାଜ କହିଛନ୍ତି, ମହିଳା ଜଣଙ୍କ ପ୍ରଥମେ ଗାଳି କରିବା ସହ ଚପଲରେ ମାରିଥିଲେ। ଆଉ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି କଥାକଥିତ ପୀଡ଼ିତା ହିତେଶ ଚନ୍ଦ୍ରାଣି। ଏହି ଘଟଣାରେ ଜମାଟୋ ଉଭୟଙ୍କୁ ସମର୍ଥନ କରୁଛି।

କଣ୍ଟେଣ୍ଟ ରାଇଟର ଭାବେ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ଚନ୍ଦ୍ରାଣୀ ଗତ ବୁଧବାର ନାକରୁ ରକ୍ତ ବାହାରୁ ଥିବା ଏକ ଭିଡିଓ ଟୁଇଟରରେ ଶେୟାର କରିଥିଲେ। ଆଉ ଜମାଟୋର ଡେଲିଭରି ବୟ କାମରାଜଙ୍କ ଆକ୍ରମଣରେ ସେ ଲହୁଲୁହାଣ ହୋଇଥିବା କରିଥିଲେ ଅଭିଯୋଗ।

ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରଥମେ ଗାଳି ଦେଇ ନ ଥିବା କହିଛନ୍ତି କାମରାଜ। ଡେଲିଭରିରେ ବିଳମ୍ବ ହେବାରୁ ପ୍ରଥମେ ଗାଳି ଦେଇଥିଲେ ମହିଳା। ଆଉ ଅର୍ଡର କରିଥିବା ଖାଦ୍ୟ ନେଲା ପରେ ମଧ୍ୟ ପେମେଣ୍ଟ କରି ନ ଥିଲେ। ମୁଁ ଖାଦ୍ୟ ଫେରାଇ ଦେବାକୁ କହିବାରୁ ମୋତେ ପିଟିଲେ ଚପଲରେ। ଦୁର୍ଘଟଣାବଶତଃ ତଥାକଥିତ ପୀଡ଼ିତାଙ୍କ ନାକ ଫାଟି ଯାଇଥିଲା। ଏହାପରେ ମୁଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲି। ବାଧ୍ୟହୋଇ ମୁଁ ତାଙ୍କ ଟେବୁଲରୁ ଖାଦ୍ୟ ଉଠାଇ ଆଣିଥିଲି। ମୋତେ ସେ ଆକ୍ରମଣ କରିଥିଲେ। ଏଥି ଯୋଗୁ ଲିପ୍ଟ ବଦଳରେ ସିଡିରେ ମୁଁ ତଳକୁ ଆସିଥିଲି ବୋଲି କାନ୍ଦି କାନ୍ଦି କହିଛନ୍ତି ଡେଲିଭରୀ ବୟ କାମରାଜ। ତେବେ ଏହି ଘଟଣା ପରେ ଜମାଟୋ ତାଙ୍କୁ ନିଲମ୍ବିତ କରି ଦେଇଛି। କିନ୍ତୁ ତାଙ୍କ ଦରମା ବନ୍ଦ କରାଯାଇ ନାହିଁ । ଆଉ ଆଇନଗତ ଲଢ଼େଇରେ ସାଥିରେ ଛିଡ଼ା ହୋଇଛି ଜମାଟୋ। କାମରାଜ ଏପର୍ଯ୍ୟନ୍ତ ୫ ହଜାର ଡେଲିଭରି କରି ସାରିଛନ୍ତି ଓ ତାଙ୍କୁ ୫ରୁ ୪.୭୫ ରେଟିଂ ମିଳିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri