ରୁଷିଆରେ ସମସ୍ତ ସେବା ବନ୍ଦ କଲା ନେଟଫ୍ଲିକ୍ସ

ମସ୍କୋ,୭ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଦୀର୍ଘ ୧୨ ଦିନର ଘମାଘୋଟ ଲଢେଇ ଭିତରେ ଛାରଖାର ହୋଇଗଲାଣି ୟୁକ୍ରେନ୍ । ଏପଟେ ରୁଷିଆର ଜିଦ୍ ଯୋଗୁ ଯୁଦ୍ଧ ବେଳକୁ ବେଳ ଆହୁରି ଭୟଙ୍କର ହେବାରେ ଲାଗିଛି । ତେବେ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲାଗୁଥିବାରୁ ଏହାବି ରୁଷିଆ ପାଇଁ ଚିନ୍ତାର କାରଣ ହେଲାଣି । ମିଳିଥିବା ସୂଚନା ଅନୁଯାୟୀ, ଏବେ ନେଟଫ୍ଲିକ୍ସ ରୁଷିଆରେ ତା’ର ସମସ୍ତ ସେବାକୁ ବନ୍ଦ କରିଦେଇଛି । ତେବେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଦେଖି ନେଟଫ୍ଲିକ୍ସ ରୁଷିଆରେ ତା’ର ସମସ୍ତ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଜଣେ ପ୍ରବକ୍ତା କହିଛନ୍ତି, ୟୁେକ୍ରେନ୍ ମାଟିରେ ରୁଷିଆର ଆକ୍ରମଣକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଫେବୃୟାରୀ ୨୪ରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଫଳରେ ଉଭୟ ପଟରୁ ବହୁ ଧନଜୀବନ କ୍ଷୟକ୍ଷତି ହୋଇ ସାରିଲାଣି । ଯୁଦ୍ଧ ବନ୍ଦ କରିବାକୁ ସାରା ବିଶ୍ୱ ଅପିଲ କରୁଥିବା ବେଳେ ରୁଷିଆ କିନ୍ତୁ ତା’ ଜିଦରୁ ଓହରିବାକୁ ପ୍ରସ୍ତୁତ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

କରତାରପୁର କରିଡର: ମୋଦିଙ୍କ ଉଦ୍‌ଘାଟନ ପୂର୍ବରୁ ସଭାସ୍ଥଳରେ ପଶିଲା ପାଣି

ଇସ୍‌ଲାମାବାଦ,୮।୧୧: କରତାରପୁର କରିଡର ଉଦ୍‌ଘାଟନକୁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ଏହା ପୂର୍ବରୁ ଏକ ବଡ ସମସ୍ୟା ମୁଣ୍ଡ ଟେକିଲାଣି। ଏଥିପାଇଁ ଉଦ୍ଦିଷ୍ଟ...

ଟୁଇଟ୍‌ ପାଇଁ ସାଉଦି ମହିଳାଙ୍କୁ ୩୪ ବର୍ଷ ଜେଲ

ରିୟାଧ, ୧୭ା୮: କେତେକ ଟୁଇଟର ଆକାଉଣ୍ଟକୁ ଫଲୋ କରିବା, ସେଗୁଡ଼ିକର ଟୁଇଟ୍‌କୁ ରିଟୁଇଟ୍‌ କରିବା ଅଭିଯୋଗରେ ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷ ଜେଲ...

ବିଗ୍‌ବାଙ୍ଗ୍‌ ଭଳି ପୁଣି ଥରେ ମହାକାଶରେ ହେଲା ପ୍ରଚଣ୍ଡ ବିସ୍ଫୋରଣ !

ମେଲବୋର୍ନ,୨୯।୨: ମହାକାଶରେ ପୁଣିଥରେ ବିଗ୍‌ବାଙ୍ଗ୍‌ ଭଳି ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହା ପୃଥିବୀଠାରୁ ୩୯ କୋଟି ଆଲୋକ ବର୍ଷ ଦୂରରେ ହୋଇଥିବା ମହାକାଶ ବିଜ୍ଞାନୀ...

ନୁର ଖାନ ଏୟାର ବେସ୍‌ରୁ କ୍ୱିଭ୍‌ ଯାଉଛି ଗୋଳା ବାରୁଦ…

ଇସଲାମାବାଦ,୫।୧୦ : ପାକିସ୍ତାନ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ। ଏହା ୟୁକ୍ରେନକୁ...

ମରିୟମଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଲେ ଇମ୍ରାନ

ଇସଲାମାବାଦ,୨୨ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଇମ୍ରାନ ଖାନ୍‌ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି। ମୁଲତାନରେ ଏକ ସମାବେଶକୁ ସମ୍ବୋଧିତ...

ବାଇଡେନଙ୍କ ନିର୍ଦ୍ଦେଶରେ ନର୍ଡ ଷ୍ଟ୍ରିମ୍‌ ଉପରେ ହୋଇଛି ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୩।୧୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଦାବି କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବରରେ ବ୍ରିଟେନ...

ଶୁକ୍ରବାର ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା କରିବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ୟୁକ୍ରେନ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଆଲୋଚନା କରିବେ। ଗୁରୁବାର...

୧୦ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା

ମସ୍କୋ,୧୮।୮: କୋଭିଡ ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସୃଷ୍ଟି ହୋଇଥିବା ଦେଶର ଜନସଂଖ୍ୟା ସଙ୍କଟକୁ ପୁନଃସ୍ଥାପିତ କରିବା ଉଦ୍ଦେଶ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ...

Advertisement
Archives

Model This Week