ନେପାଳରେ ତେଜିଲା ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.):ଭାରତ-ନେପାଳ ମଧ୍ୟରେ ନିକଟ ଅତୀତରେ ଦେଖାଦେଇଥିବା ବିବାଦ ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଥିଲା। ଏହାକୁ ସୁଧାରିବା ଲାଗି ଦୁଇଦେଶ ଉଦ୍ୟମ ଆରମ୍ଭ କରୁଥିବାବେଳେ ନେପାଳରେ ପୁଣି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫା ଲାଗି ପି.କେ. ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱରେ ଶାସକ କମ୍ୟୁନିଷ୍ଟ ପାର୍ଟିର ବିଦ୍ରୋହୀ ଗୋଷ୍ଠୀ ଚାପ ପକାଇଛି। ସଙ୍କଟ ଟାଳିବା ଲାଗି ମଙ୍ଗଳବାର କାଠମାଣ୍ଡୁରେ ଥିବା ଚାଇନା ରାଷ୍ଟ୍ରଦୂତ ହୁ ୟାନ୍‌କି ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭେଟିଥିଲେ। ତେବେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ଜଣାପଡିନାହିଁ। ଚଳିତ ମାସ ଶେଷ ଭାଗରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ଶ୍ରିଙ୍ଗଲା ନେପାଳ ଗସ୍ତ କରିବାକୁ ଥିବାବେଳେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ। ଏଥିସହିତ ଦୁଇଦେଶର ବାଣିଜ୍ୟ ଓ ଶକ୍ତି ସଚିବଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ପାଇଁ ମଧ୍ୟ ଆଲୋଚନା ଚାଲିଛି। ସୀମା କାର୍ଯ୍ୟକାରୀ ଗ୍ରୁପ୍‌ର ବୈଠକ ଚଳିତ ମାସରେ କରିବା ଲାଗି ନେପାଳ ପ୍ରସ୍ତାବ ଦେଇଥିଲେ ହେଁ ମହାମାରୀ ଯୋଗୁ ଏହା ସମ୍ଭବ ହୋଇ ନ ପାରେ ବୋଲି କୁହାଯାଉଛି।
କାଲାପାନି ସୀମା ବିବାଦରେ ଓଲି ଓ ତାଙ୍କ ମନ୍ତ୍ରୀମାନେ ନରମିଥିବାବେଳେ ଭାରତର ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେ ନିକଟରେ କାଠମାଣ୍ଡୁ ଗସ୍ତରେ ଯାଇ ସାମରିକ ସହଯୋଗ ବୃଦ୍ଧି ଲାଗି ଆହ୍ବାନ ଦେଇଥିଲେ।
ନେପାଳ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଦଳକୁ ରକ୍ଷା କରିବା ଲାଗି ଓଲି ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାକୁ ପ୍ରଚଣ୍ଡ ଚାପ ପକାଉଛନ୍ତି। ତେବେ ଓଲି ଏତେ ସହଜରେ ପଦ ଛାଡ଼ୁ ନ ଥିବାରୁ ଦଳରେ ବିଭାଜନକୁ ଏଡାଯାଇ ନ ପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri