Posted inଖେଳ

ଏଲ୍‌ପିଏଲ୍‌ରୁ ଓହରିଲେ ଗେଲ୍‌, ମାଲିଙ୍ଗା

କଲମ୍ବୋ, ୨୦ା୧୧ (ପି.ଟି.)-କ୍ରିସ୍‌ ଗେଲ୍‌ ଓ ଲସିଥ୍‌ ମାଲିଙ୍ଗାଙ୍କ ଭଳି ଟି୨୦ର ଦୁଇ ଷ୍ଟାର ଖେଳାଳି ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରୁ ଓହରିଯାଇଛନ୍ତି। ଇଂଲଣ୍ଡ ପେସ୍‌ ବୋଲର ଲିଆମ୍‌ ପ୍ଲଙ୍କେଟ ମଧ୍ୟ ଖେଳିବେ ନାହିଁ। ଟୁର୍ନାମେଣ୍ଟ ଆରମ୍ଭ ନ ହେଉଣୁ ଏହି ଖେଳାଳିମାନେ ଓହରିଯିବା ଆୟୋଜକଙ୍କୁ ଶକ୍ତ ଧକ୍କା ହୋଇଛି। ଗେଲ୍‌ ଓ ପ୍ଲଙ୍କେଟଙ୍କ ଓହରିଯିବା ସମ୍ପର୍କରେ ସେମାନଙ୍କ ଫ୍ରାଞ୍ଚାଇଜ୍‌ କାଣ୍ଡି ଟସ୍କର ସ୍ପଷ୍ଟ କରିଛି। ଯଥେଷ୍ଟ ପ୍ରସ୍ତୁତି ସମ୍ଭବ ନ ଥିବା ଦର୍ଶାଇ ମାଲିଙ୍ଗା ଆସମର୍ଥ୍ୟତା ପ୍ରକାଶ କରିଛନ୍ତି। ଜାମାଇକାର ୪୧ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗେଲ୍‌ ଟି୨୦ ଫର୍ମାଟରେ ସର୍ବାଧିକ ଛକା ମାରି ରେକର୍ଡ କରିଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ତରଫରୁ ଖେଳୁଥିଲେ। ମାଲିଙ୍ଗା ହେଉଛନ୍ତି ଶ୍ରୀଲଙ୍କା ଟି୨୦ ଦଳର ଅଧିନାୟକ। ସେ ଜାଲେ ଗତଲାଡିଅର୍ସ ଦଳର ଅଧିନାୟକତ୍ୱ କରିଥାନ୍ତେ। ମାତ୍ର ସେ ମାର୍ଚ୍ଚ ମାସ ପରଠାରୁ କୌଣସି ଟ୍ରେନିଂ ନେଇ ନ ଥିବାରୁ ବିନା ପ୍ରାକ୍ଟିସରେ ଉଚ୍ଚସ୍ତରୀୟ କ୍ରିକେଟ ଖେଳିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି ଦର୍ଶାଇଥିଲେ। ଦିନକ ପୂର୍ବେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଏହି ଟୁର୍ନାମେଣ୍ଟରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଓହରିଯାଇଥିଲେ। ସର୍ଫରାଜ ଗାଲେ ଗ୍ଲାଡିୟର୍ସ ଫ୍ରାଞ୍ଚାଇଜ୍‌ର ଅଧିନାୟକ ଥିଲେ। ପୂର୍ବରୁ ଅନ୍ୟ କେତେଜଣ ଖେଳାଳି ଟୁର୍ନାମେଣ୍ଟରୁ ଓହରିସାରିଥିଲେ। ସେମାନେ ହେଲେ ଭାରତର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ୍‌, ମୁନାଫ ପଟେଲ, ସ୍ଥାନୀୟ ଆଇକନ୍‌ କୁସାଲ ପେରେରା, ଶ୍ରୀଲଙ୍କା ଟି୨୦ ସ୍ପେଶାଲିଷ୍ଟ କୁସାଲ ମେଣ୍ଡିସ ଓ ନୁଓ୍ବାନ ପ୍ରଦୀପ। ଜାଫନା ଷ୍ଟାଲିଅନ୍ସ ଫ୍ରାଞ୍ଚାଇଜ୍‌ରେ ଖେଳିବାକୁ ଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ରବି ବୋପାରା ମଧ୍ୟ ଓହରିଯାଇଛନ୍ତି। ସେ ଖେଳିବେ ନାହିଁ ବୋଲି ଫ୍ରାଞ୍ଚାଇଜ୍‌କୁ ଜଣାଇ ସାରିଛନ୍ତି। ଅନ୍ୟପକ୍ଷରେ କଲମ୍ବୋ କିଙ୍ଗ୍ସ ଫ୍ରାଞ୍ଚାଇଜ୍‌ କବିର ଅଲିଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ହର୍ଶେଲ ଗିବ୍ସଙ୍କୁ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି। କବିର ଅଲି କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ତାଙ୍କ ସ୍ଥାନରେ ଗିବ୍ସଙ୍କୁ ନିଆଯାଇଛି। ଏଲପିଏଲ୍‌ ନଭେମ୍ବର ୨୬ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବ। ଉଦ୍‌ଘାଟନୀ ମ୍ୟାଚ କଲମ୍ବୋ କିଙ୍ଗ୍ସ ଓ କାଣ୍ଡି ଟସ୍କର୍ସ ମଧ୍ୟରେ ହେବ। ଟୁର୍ନାମେଣ୍ଟରେ ୫ଟି ଦଳ କଲମ୍ବୋ, କାଣ୍ଡି, ଗାଲେ, ଦାମ୍ବୁଲା ଓ ଜାଫନା ଅଂଶଗ୍ରହଣ କରିବେ। ବଲିଉଡ୍‌ ଅଭିନେତା ସଲମନ ଖାଁଙ୍କ ଭାଇ ସୋହେଲ କାଣ୍ଡି ଫ୍ରାଞ୍ଚାଇଜ୍‌ର ମାଲିକ ଅଛନ୍ତି। ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ହସନ ତିଳକରତ୍ନେ ଏହି ଦଳର କୋଚ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?