ନେପାଳ ନେତ୍ରୀ: ସୁଶୀଳା କାର୍କି

ମାଳୟ ଦେଶ ନେପାଳ ରାଜତନ୍ତ୍ରରୁ ମୁକ୍ତି ପାଇବା ପରେ ୨୦୦୮ରେ ଗଣତନ୍ତ୍ରରେ ପାଦ ଦେଇଥିଲା। ରାଜତନ୍ତ୍ର ଉଚ୍ଛେଦ ପରେ ଆଶା କରାଯାଉଥିଲା ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ‘ନ୍ୟାୟ ନେପାଳ’ ଗଢ଼ି ଉଠିବ। ହେଲେ ଦୁଇ ଦଶନ୍ଧି ପୂରିବା ପୂର୍ବରୁ ଏହି ଛୋଟିଆ ଦେଶ ଦେଖିଲା ବୃହତ୍‌ ବିକ୍ଷୋଭ। ଏହାର ନେତୃତ୍ୱ ନେଇଥିବା ବର୍ଗ ‘ଜେନ୍‌ ଜେଡ୍‌’କୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଲାଗିରହିଛି। ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଏହି ତରୁଣ ପିଢ଼ି ଦେଶର ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ମାନ୍ଦାବସ୍ଥା, ଅସମ୍ଭାଳ ରୂପ ଧାରଣ କରିଥିବା ଦୁର୍ନୀତି ଓ ବେକାର ସମସ୍ୟାରେ ଅତିଷ୍ଠ ହୋଇପଡ଼ିବାରୁ ରାସ୍ତାକୁ ଓହ୍ଲାଇଲେ। ସରକାର ନିଜ ଅପରାଗତା ଲୁଚାଇବା ପାଇଁ ଫେସ୍‌ବୁକ୍‌, ଟୁଇଟର, ହ୍ବାଟ୍ସଆପ୍‌, ୟ୍ୟୁଟୁବ୍‌ ଭଳି ସୋସିଆଲ ମିଡିଆର ୨୬ଟି ସାଇଟ୍‌କୁ ବନ୍ଦ କରିଦେବା ପରେ ଯୁବପିଢ଼ିଙ୍କ କ୍ରୋଧ ପଞ୍ଚମକୁ ଚାଲିଯାଇଥିଲା। ଅତୀତର ଶ୍ରୀଲଙ୍କା ଓ ବାଂଲାଦେଶରେ ସଂଘଟିତ ହିଂସାତ୍ମକ ବିକ୍ଷୋଭର ପ୍ରତିରୂପ ଯେଭଳି ନେପାଳରେ ପ୍ରତିଫଳିତ ହୋଇଛି। ବିକ୍ଷୋଭକାରୀ ପାର୍ଲାମେଣ୍ଟ, ସୁପ୍ରିମକୋର୍ଟ, ରାଜନୈତିକ ବ୍ୟକ୍ତିଙ୍କ ବାସଭବନରେ ନିଆଁ ଲଗାଇ ଦେବାଠାରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ଜାଳିଦେବା ଭଳି କ୍ରୋଧ ପ୍ରକଟ କଲେ। ଏହାର ପରିଣତି ୫୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ ଅନେକ ଶହ ଆହତ ହୋଇଛନ୍ତି। ଜଳୁଥିବା ନେପାଳକୁ ଦେଖି ପ୍ରଧାନମନ୍ତ୍ରୀ ଥିବା କେ.ପି. ଶର୍ମା ଓଲି ଇସ୍ତଫା ଦେବା ପରେ କେତେକାଂଶରେ ସ୍ଥିତି ସ୍ବାଭାବିକ ଆଡ଼କୁ ଆସିଛି। ଗଣତନ୍ତ୍ରର ମୁରବୀବିହୀନ ଏହି ଭୂଖଣ୍ଡର ତତ୍‌କ୍ଷଣାତ୍‌ ନେତୃତ୍ୱ ନେବା ଲାଗି କିଏ ଯୋଗ୍ୟ ହେବେ ବୋଲି ଖୋଜା ଚାଲୁଥିବା ବେଳେ ସେହି ଦାୟିତ୍ୱ ଏବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କ ଉପରେ ନ୍ୟସ୍ତ କରାଯାଇଛି। ଫଳରେ ସେ ପ୍ରଥମ ମହିଳା ଭାବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୨୦୨୬ ମାର୍ଚ୍ଚରେ ସେଠାରେ ନିର୍ବାଚନ ହେବା ପରେ ଦେଶର ଗଣତାନ୍ତ୍ରିକ ଗତି କିଭଳି ରୂପ ନେବ ଜଣାପଡ଼ିବ। ତେବେ ଯୁବପିଢ଼ି ଯେଉଁ ମହିଳାଙ୍କ ଉପରେ ପ୍ରଚଣ୍ଡ ଭରସା କରି ତାଙ୍କୁ ଏହି ଦାୟିତ୍ୱ ସଅଁପି ଦେଇଛନ୍ତି, ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବ ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ସୁଶୀଳା ୭ ଜୁନ୍‌ ୧୯୫୨ରେ ନେପାଳର ସାର୍‌ଲାହି ଜିଲା ସାଙ୍କାରପୁରଠାରେ ଛେତ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରର ୭ ସନ୍ତାନଙ୍କ ମଧ୍ୟରେ ସେ ଜ୍ୟେଷ୍ଠା ଥିଲେ। ସେ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଅଧୀନ ମହେନ୍ଦ୍ର ମୋରାଙ୍ଗ କଲେଜରୁ ୧୯୭୨ରେ କଳାରେ ସ୍ନାତକ କରିଥିଲେ। ୧୯୭୫ରେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିବା ପରେ ସ୍ବଦେଶ ଫେରିଥିଲେ। ୧୯୭୮ରେ ତ୍ରିଭୁବନ ବିଶ୍ୱବିଦ୍ୟାଳୟରୁ ସୁଶୀଳା ଆଇନରେ ଡିଗ୍ରୀ ଅର୍ଜନ କରିଥିଲେ। ପଢ଼ା ଶେଷ ପରେ ଧରନ୍‌ସ୍ଥିତ ମହେନ୍ଦ୍ର ମଲ୍ଟିପୁଲ କ୍ୟାମ୍ପସରେ ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ତେବେ ୧୯୯୦ରେ ସେ ରାଜନୀତିରେ ସ୍ବଚ୍ଛତା ଆଣିବା ଲାଗି କରାଯାଇଥିବା ‘ପିପୁଲ୍ସ ମୁଭମେଣ୍ଟ’ରେ ନିଜକୁ ସାମିଲ କରିଥିଲେ। ସେତିକିବେଳେ ତାଙ୍କ ନେତୃତ୍ୱ ନେବାର ଆଭାସ ମିଳିଥିଲା। ସେହି ସମୟରେ ସେ ମଧ୍ୟ ବିରାଟନଗର ଜେଲରେ ବନ୍ଦୀ ଜୀବନ କଟାଇଥିଲେ। ଏଭଳି ଅଭିଜ୍ଞତାକୁ ନେଇ ସେ ‘କାରା’ ନାମରେ ଏକ ଉପନ୍ୟାସ ରଚନା କରିଥିଲେ। ୨୦୦୮ ସେ ଆଇନ ବ୍ୟବସାୟ କରିବାକୁ ଯାଇ ନେପାଳ ବାର୍‌ ଆସୋସିଏଶନରେ ସିନିୟର ଆଡ୍‌ଭୋକେଟ ହୋଇଥିଲେ। ଆଇନଗତ ବିଦ୍‌ବତ୍ତା ପ୍ରଦର୍ଶନ ପରେ ସେ ୨୦୦୯ ଜାନୁଆରୀରେ ନେପାଳ ସୁପ୍ରିମକୋର୍ଟର ଆଡ୍‌ହକ ଜଷ୍ଟିସ୍‌ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲେ। ପରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ଏପ୍ରିଲ ୨୦୧୬ରେ କଲ୍ୟାଣ ଶ୍ରେଷ୍‌ଥା ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବା ପରେ ସାମ୍ବିଧାନିକ ପରିଷଦ ସୁଶୀଳାଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିବା ଲାଗି ସୁପାରିସ କରିଥିଲା। ପରବର୍ତ୍ତୀ ସମୟରେ ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇଥିଲେ। ଅବଶ୍ୟ ତାଙ୍କ ନିଯୁକ୍ତିକୁ ନେଇ ସେ ବିରୋଧର ସମ୍ମୁଖୀନ ହୋଇଥିଲେ। ଏଭଳି କି ତାଙ୍କ ବିରୋଧରେ ମହାଭିଯୋଗ ଅଣାଯାଇଥିଲା। ନ୍ୟାୟିକ ଅଡ଼ୁଆରେ ଧନ୍ଦି ହୋଇଥିଲେ ହେଁ ୨୦୧୭ ଜୁନ୍‌ ୬ରେ ସେ ୬୫ ବର୍ଷରେ ପହଞ୍ଚତ୍ବା ପରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।
ଅବସର ଗ୍ରହଣ କରିବା ପରେ ସୁଶୀଳା ନିଜ ବାଲ୍ୟଜୀବନଠାରୁ ଆରମ୍ଭ କରି ବିଚାରପତି କ୍ୟାରିୟର ଯାଏ ଘଟଣାବଳୀକୁ ନେଇ ଆତ୍ମଜୀବନୀ ‘ନ୍ୟାୟ’ ଲେଖିଛନ୍ତି। ବିଭିନ୍ନ ମାମଲାରେ ସେ ଐତିହାସିକ ନିଷ୍ପତ୍ତି ନେଇ ଜନପ୍ରିୟତା ହାସଲ କରିଥିବାରୁ ସେ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ତେବେ କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ବିକ୍ଷୋଭକାରୀମାନେ ଅନ୍‌ଲାଇନ୍‌ ପ୍ଲାଟଫର୍ମ ‘ଡିସ୍‌କର୍ଡ’ ମାଧ୍ୟମରେ ଏକ ସର୍ଭେ କରିଥିଲେ, ଯେଉଁଥିରେ ସମ୍ଭାବ୍ୟ ପାଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ସୁଶୀଳାଙ୍କୁ ଚୟନ କରାଯାଇଥିଲା।
ସ୍ବାମୀ ଦୁର୍ଗା ପ୍ରସାଦ ସୁବେଦି ଓ ଝିଅକୁ ନେଇ ସୁଶୀଳାଙ୍କ ସଂସାର। ଏକଦା ନେପାଳୀ କଂଗ୍ରେସର ଯୁବ ଶାଖାର ନେତା ଭାବେ ଦୁର୍ଗା ଦେଶରେ ପରିଚିତ ଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ଦୁର୍ଗାଙ୍କ ସହ ସୁଶୀଳାଙ୍କ ସାକ୍ଷାତ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri