ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବି ଜାଳିଦେଲେ, ଦେଖନ୍ତୁ ଭିଡିଓ…

କାଠମାଣ୍ଡୁ,୯।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ପ୍ରତିବାଦକାରୀମାନେ ଅନେକ ମନ୍ତ୍ରୀଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କ ଘର ମଧ୍ୟ ଟାର୍ଗେଟ କରାଯାଇଛି।

ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇ ପ୍ରତିବାଦ କରୁଥିବା ଜେନେରାଲ-ଜେଡ ପୋଲିସ ଏବଂ ସେନା ଉପରକୁ ମଧ୍ୟ ପଥର ମାଡ଼ କରିଥିଲେ। ପ୍ରତିବାଦକାରୀମାନେ ସଂସଦ ଭବନରେ ମଧ୍ୟ ପ୍ରବେଶ କରିଥିଲେ। ସେମାନେ ଗେଟରେ ଟାୟାର ରଖି ନିଆଁ ଲଗାଇ ଦେଇଥିଲେ। ଏହାର ଅନେକ ଭିଡିଓ ସାମ୍ନାକୁ ଆସିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିବାଦକାରୀମାନେ ରାଷ୍ଟ୍ରପତି ପୌଡେଲଙ୍କ ଘରକୁ ମଧ୍ୟ ଛାଡି ନଥିଲେ। ତାଙ୍କ ଘରକୁ ନିଆଁ ଲଗାଇ ଦିଆଯାଇଛି।

କାଠମାଣ୍ଡୁର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ତିନୋଟି ଜିଲା ପ୍ରଶାସନିକ କାର୍ଯ୍ୟାଳୟ (ଡିଏଓ) ସହରର ପ୍ରମୁଖ ପ୍ରବେଶ ସ୍ଥାନ ସମେତ ଅନେକ ସ୍ଥାନରେ କର୍ଫ୍ୟୁ ଜାରି କରିବା ପାଇଁ ପୃଥକ ବିଜ୍ଞପ୍ତି ଜାରି କରିଛନ୍ତି। କାଠମାଣ୍ଡୁ ଡିଏଓ ମଙ୍ଗଳବାର ଦିନ ରାଜଧାନୀରେ ଅର୍ନିଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି। ଲୋକଙ୍କୁ ଯିବା ଆସିବା, ପ୍ରଦର୍ଶନ, ଏକାଠି ହେବା କିମ୍ବା ଧାରଣା ଦେବାରୁ ନିଷେଧ କରିଛି। କର୍ଫ୍ୟୁ ସମୟରେ, ଆମ୍ବୁଲାନ୍ସ, ଅଗ୍ନିଶମ ଯାନ, ଶବବାହନ, ସ୍ବାସ୍ଥ୍ୟ କର୍ମୀ, ପର୍ଯ୍ୟଟକ ଯାନ, ବିମାନ ଯାତ୍ରୀ ଏବଂ ମାନବାଧିକାର ଏବଂ କୂଟନୈତିକ ମିଶନର ଯାନବାହନ ପରି ଅତ୍ୟାବଶ୍ୟକୀୟ ସେବାଗୁଡ଼ିକର ଚଳାଚଳକୁ ଅନୁମତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri