ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି । ସବୁଠାରୁ ଅଧିକ ପ୍ରଭାବିତ ନୁଆକୋଟ ଜିଲାରୁ ଆସିଥିବା ଏକ ଘଟଣା ଉଦ୍ଧାରକାରୀ ଦଳକୁ ମଧ୍ୟ ହତବାକ୍ କରିଦେଇଛି।

ନୁଆକୋଟର ବିଦୁର ନଗରପାଳିକା ଅନ୍ତର୍ଗତ ବେତ୍ରାବତୀ ଗାଁରେ ଭୋଟେକୋଶୀ ନଦୀର ବନ୍ୟାଜଳ ସହ ଆସିଥିବା ମାଟି ଓ ଆବର୍ଜନା ତଳେ ଏକ ତିନି ମହଲା କୋଠା ଚାପି ହୋଇଯାଇଥିଲା। ସର୍ଚ୍ଚ ଅପରେସନ୍ ସମୟରେ ଏହି ଘରରୁ ୨୩ଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳର ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, ଘରର ଗୋଟିଏ କୋଠରୀରୁ ୨୧ଟି ମୃତଦେହ ମିଳିଥିବା ବେଳେ ଘର ବାହାରୁ ଆଉ ୨ଟି ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ସେମାନେ ତୀର୍ଥଯାତ୍ରୀ ହୋଇଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି।

ପୋଲିସ କହିବା ଅନୁସାରେ, ଭୋଟେକୋଶୀ ନଦୀରୁ ଆସିଥିବା ବନ୍ୟାଜଳ ତ୍ରିଶୂଳୀ ନଦୀରେ ପ୍ରବେଶ କରିବା ପରେ ଅଗଷ୍ଟ ୨୬ ତାରିଖରେ ଏହି ଘରଟି ବନ୍ୟାର ଶିକାର ହୋଇଥିଲା। ବନ୍ୟାଜଳ ବଢ଼ିବାରୁ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଘରର ଉପର ମହଲାକୁ ଯାଇଥିବା ଆଶଙ୍କା କରାଯାଉଛି। ନୁଆକୋଟ ଏସ୍‌ପି ବିପିନ ରେଗମୀ କହିଛନ୍ତି ଯେ, ଗୋଟିଏ କୋଠରୀରୁ ୨୧ ଏବଂ ବାହାରୁ ୨ ଜଣଙ୍କ ମୃତଦେହ ମିଳିଛି। ମୃତଦେହଗୁଡ଼ିକ ସହ କିଛି ବ୍ୟାଗ ମଧ୍ୟ ମିଳିଛି । ଏଥିରୁ ସେମାନେ ଗୋସାଇକୁଣ୍ଡ ଯାଉଥିବା ତୀର୍ଥଯାତ୍ରୀ ହୋଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।ସବୁଠାରୁ ହୃଦୟବିଦାରକ ଦୃଶ୍ୟ ହେଉଛି, ଜଣେ ମହିଳାଙ୍କ ମୃତଦେହ ଏକ ଛୋଟ ଶିଶୁକୁ ଜୋରରେ କୋଳରେ ଧରିଥିବା ଅବସ୍ଥାରେ ମିଳିଛି। ସେମାନେ ମାଆ-ଝିଅ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ନେପାଳର ରାସୁୱା ଜିଲାର ଉତ୍ତରଗୟା ଗାଁରେ ପ୍ରାୟ ୩୫୦ ଛାତ୍ର ନିଖୋଜ ଥିବା ଖବର ମିଳିଛି । ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି । ଏହା ସହିତ ତ୍ରିଶୂଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପରେ ନିୟୋଜିତ ପ୍ରାୟ ୪୦ରୁ ୪୨ ଜଣ ଇଞ୍ଜିନିୟରଙ୍କ ସନ୍ଧାନ ମଧ୍ୟ ଜାରି ରହିଛି। ତ୍ରିଶୂଳୀ-୩ବି ହାଇଡ୍ରୋପାୱାର ପ୍ରକଳ୍ପର ୧୧୮ ଜଣ କର୍ମଚାରୀଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ଏପଟେ ନେପାଳରେ ଭାରତୀୟ ଉଦ୍ଧାରକାରୀ ଦଳ ମଧ୍ୟ ଅଭିଯାନକୁ ଜୋରଦାର କରିଛି। ଖରାପ ପାଗ ଓ କଠିନ ଭୌଗୋଳିକ ପରିସ୍ଥିତି ସତ୍ତ୍ୱେ ଭାରତୀୟ ବିଶେଷଜ୍ଞ ଦଳ ନେପାଳ ସେନା ସହ ମିଶି ରେସ୍କ୍ୟୁ ଅପରେସନ୍ ଜାରି ରଖିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?