ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୧,୦୫୦ ଟପିଲା

କାଠମାଣ୍ଡୁ,୨ା୯: ନେପାଳର ପ୍ରଳୟଙ୍କରୀ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୧,୦୫୦ ଟପିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକ ମୃତଦେହ ମିଳୁଥିବା ଅଧିକାରୀମାନେ କହିଛନ୍ତି। ଲଗାଣ ବର୍ଷା ସାଙ୍ଗକୁ ପୂର୍ବ ନେପାଳର ନଦୀଗୁଡ଼ିକର ଜଳପତ୍ତନ ବୃଦ୍ଧିକୁ ନେଇ ପୁଣି ବନ୍ୟା ଆସିବା ସମ୍ଭାବନା ରହିଛି। ଏଭଳି ପ୍ରତିକୂଳ ପାଗ ଓ ସ୍ଥିତି ମଧ୍ୟରେ ଉଦ୍ଧାରକାରୀମାନେ ମାଟିକାଦୁଅ ଓ ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକମାନଙ୍କୁ ଖୋଜି ବାହାର କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ୫୮୩ ବିଦେଶୀ ଓ ଅନେକ ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ ୪,୦୦୦ ଲୋକ ଏବେବି ନିଖୋଜ ଅଛନ୍ତି। ପାଖାପାଖି ୧୨,୦୦୦ ଲୋକଙ୍କୁ ଉଦ୍ଧାର କରାଗଲାଣି ବୋଲି ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଆର୍‌ଆର୍‌ଏମ୍‌ଏ) ପକ୍ଷରୁ କୁହାଯାଇଛି। ସେହିପରି ତିବ୍ବତରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୬ ହୋଇଥିବାବେଳେ ପ୍ରାୟ ୫୫୦ ଲୋକ ନିଖୋଜ ଅଛନ୍ତି।
ଗତ ମାସ ୨୬ରେ ଗ୍ଲେସିୟର ଧସିବା ବା ହିମସ୍ଖଳନ ଯୋଗୁ ନେପାଳ-ତିବ୍ବତ ସୀମାରେ ଅଚାନକ ବନ୍ୟା ମାଡ଼ିଆସି ଉତ୍ତର ଓ କେନ୍ଦ୍ରୀୟ ନେପାଳର ବହୁ ସହର ଓ ଗ୍ରାମରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଭୋଟେକୋଶୀ ନଦୀରେ ପ୍ରବଳ ବେଗରେ ବନ୍ୟାଜଳ ମାଡ଼ିଆସି ବହୁ ଘର, ଗାଡ଼ି, ରାସ୍ତା ଓ ବ୍ରିଜ୍‌କୁ ଭସାଇ ନେବା ସହ ଅନେକ
ନେପାଳ ବନ୍ୟା …
ଜଳବିଦ୍ୟୁତ୍‌ ପ୍ରକଳ୍ପକୁ କ୍ଷତିଗ୍ରସ୍ତ କରିଥିଲା। ନେପାଳର ଚିଟଓ୍ବାନ ଜିଲାରୁ ସର୍ବାଧିକ ୩୨୧ ମୃତଦେହ ମିଳିଥିବାବେଳେ ନଓ୍ବାଲପାରାସି ଇଷ୍ଟରୁ ୨୧୬, ନଓ୍ବାଲପାରାସି ଓ୍ବେଷ୍ଟରୁ ୧୭୦, ନୁଓ୍ବାକୋଟ୍‌ରୁ ୯୫, ଗୋର୍ଖାରୁ ୬୫, ଧଡ଼ିଙ୍ଗ୍‌ରୁ ୫୭, ରସୁଓ୍ବାରୁ ୪୧ ଏବଂ ତାନହୁନ୍‌ ଜିଲାରୁ ୩୮ ମୃତଦେହ ମିଳିଥିବା ଏନ୍‌ଡିଆର୍‌ଆର୍‌ଏମ୍‌ଏ କହିଛି।
ନେପାଳର ପୂର୍ବ, କେନ୍ଦ୍ରୀୟ ଏବଂ ପଶ୍ଚିମ ଭାଗରେ ଥିବା ବିଭିନ୍ନ ଜିଲାରେ ପୁଣି ବନ୍ୟା ଆସିବା ଆଶଙ୍କା ଥିବା ନେଇ ମଙ୍ଗଳବାର କର୍ତ୍ତୃପକ୍ଷ ସାନି ସତର୍କ ସୂଚନା ଜାରି କରିଛନ୍ତି। ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସତର୍କ ରହିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ବିଶେଷକରି ନୁଓ୍ବାକୋଟ୍‌ ଏବଂ ରସୁଓ୍ବା ଜିଲାରେ ଅଚାନକ ବନ୍ୟା ଆସିବା ସମ୍ଭାବନା ଅଧିକ। ସେଠାର ଛୋଟ ନଦୀ ଓ ଝରଣାଗୁଡ଼ିକରେ ଜଳ ପ୍ରବାହ ବଢ଼ିବା ଆଶଙ୍କା ରହିଛି ବୋଲି ଏନ୍‌ଡିଆର୍‌ଆର୍‌ଏମ୍‌ଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। କୋଶୀ, ନାରାୟଣୀ, ବାଗମତି, କରନାଳି, ମହାକାଳୀ ଓ ସେଗୁଡ଼ିକର ଶାଖାନଦୀଗୁଡ଼ିକର ଜଳପତ୍ତନ ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ରସୁଓ୍ବା ଜିଲାର ତିମୁରେଠାରେ ରିଅଲ-ଟାଇମ୍‌ ସିସିଟିଭି କ୍ୟାମେରା ଲଗାଯାଇ ଉକ୍ତ ଅଞ୍ଚଳର ନଦୀ ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରାଯାଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?