ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୧,୦୫୦ ଟପିଲା

କାଠମାଣ୍ଡୁ,୨ା୯: ନେପାଳର ପ୍ରଳୟଙ୍କରୀ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୧,୦୫୦ ଟପିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକ ମୃତଦେହ ମିଳୁଥିବା ଅଧିକାରୀମାନେ କହିଛନ୍ତି। ଲଗାଣ ବର୍ଷା ସାଙ୍ଗକୁ ପୂର୍ବ ନେପାଳର ନଦୀଗୁଡ଼ିକର ଜଳପତ୍ତନ ବୃଦ୍ଧିକୁ ନେଇ ପୁଣି ବନ୍ୟା ଆସିବା ସମ୍ଭାବନା ରହିଛି। ଏଭଳି ପ୍ରତିକୂଳ ପାଗ ଓ ସ୍ଥିତି ମଧ୍ୟରେ ଉଦ୍ଧାରକାରୀମାନେ ମାଟିକାଦୁଅ ଓ ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକମାନଙ୍କୁ ଖୋଜି ବାହାର କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ୫୮୩ ବିଦେଶୀ ଓ ଅନେକ ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ ୪,୦୦୦ ଲୋକ ଏବେବି ନିଖୋଜ ଅଛନ୍ତି। ପାଖାପାଖି ୧୨,୦୦୦ ଲୋକଙ୍କୁ ଉଦ୍ଧାର କରାଗଲାଣି ବୋଲି ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଆର୍‌ଆର୍‌ଏମ୍‌ଏ) ପକ୍ଷରୁ କୁହାଯାଇଛି। ସେହିପରି ତିବ୍ବତରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୬ ହୋଇଥିବାବେଳେ ପ୍ରାୟ ୫୫୦ ଲୋକ ନିଖୋଜ ଅଛନ୍ତି।
ଗତ ମାସ ୨୬ରେ ଗ୍ଲେସିୟର ଧସିବା ବା ହିମସ୍ଖଳନ ଯୋଗୁ ନେପାଳ-ତିବ୍ବତ ସୀମାରେ ଅଚାନକ ବନ୍ୟା ମାଡ଼ିଆସି ଉତ୍ତର ଓ କେନ୍ଦ୍ରୀୟ ନେପାଳର ବହୁ ସହର ଓ ଗ୍ରାମରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଭୋଟେକୋଶୀ ନଦୀରେ ପ୍ରବଳ ବେଗରେ ବନ୍ୟାଜଳ ମାଡ଼ିଆସି ବହୁ ଘର, ଗାଡ଼ି, ରାସ୍ତା ଓ ବ୍ରିଜ୍‌କୁ ଭସାଇ ନେବା ସହ ଅନେକ
ନେପାଳ ବନ୍ୟା …
ଜଳବିଦ୍ୟୁତ୍‌ ପ୍ରକଳ୍ପକୁ କ୍ଷତିଗ୍ରସ୍ତ କରିଥିଲା। ନେପାଳର ଚିଟଓ୍ବାନ ଜିଲାରୁ ସର୍ବାଧିକ ୩୨୧ ମୃତଦେହ ମିଳିଥିବାବେଳେ ନଓ୍ବାଲପାରାସି ଇଷ୍ଟରୁ ୨୧୬, ନଓ୍ବାଲପାରାସି ଓ୍ବେଷ୍ଟରୁ ୧୭୦, ନୁଓ୍ବାକୋଟ୍‌ରୁ ୯୫, ଗୋର୍ଖାରୁ ୬୫, ଧଡ଼ିଙ୍ଗ୍‌ରୁ ୫୭, ରସୁଓ୍ବାରୁ ୪୧ ଏବଂ ତାନହୁନ୍‌ ଜିଲାରୁ ୩୮ ମୃତଦେହ ମିଳିଥିବା ଏନ୍‌ଡିଆର୍‌ଆର୍‌ଏମ୍‌ଏ କହିଛି।
ନେପାଳର ପୂର୍ବ, କେନ୍ଦ୍ରୀୟ ଏବଂ ପଶ୍ଚିମ ଭାଗରେ ଥିବା ବିଭିନ୍ନ ଜିଲାରେ ପୁଣି ବନ୍ୟା ଆସିବା ଆଶଙ୍କା ଥିବା ନେଇ ମଙ୍ଗଳବାର କର୍ତ୍ତୃପକ୍ଷ ସାନି ସତର୍କ ସୂଚନା ଜାରି କରିଛନ୍ତି। ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସତର୍କ ରହିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ବିଶେଷକରି ନୁଓ୍ବାକୋଟ୍‌ ଏବଂ ରସୁଓ୍ବା ଜିଲାରେ ଅଚାନକ ବନ୍ୟା ଆସିବା ସମ୍ଭାବନା ଅଧିକ। ସେଠାର ଛୋଟ ନଦୀ ଓ ଝରଣାଗୁଡ଼ିକରେ ଜଳ ପ୍ରବାହ ବଢ଼ିବା ଆଶଙ୍କା ରହିଛି ବୋଲି ଏନ୍‌ଡିଆର୍‌ଆର୍‌ଏମ୍‌ଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। କୋଶୀ, ନାରାୟଣୀ, ବାଗମତି, କରନାଳି, ମହାକାଳୀ ଓ ସେଗୁଡ଼ିକର ଶାଖାନଦୀଗୁଡ଼ିକର ଜଳପତ୍ତନ ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ରସୁଓ୍ବା ଜିଲାର ତିମୁରେଠାରେ ରିଅଲ-ଟାଇମ୍‌ ସିସିଟିଭି କ୍ୟାମେରା ଲଗାଯାଇ ଉକ୍ତ ଅଞ୍ଚଳର ନଦୀ ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରାଯାଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?