ନେପାଳରେ ଆକସ୍ମିକ ବନ୍ୟା: ୯୫ ମୃତ

କାଠମାଣ୍ଡୁ, ୨୭ା୮: ତିବ୍ବତ-ରସୁୱାଗଢ଼ି ସୀମାରୁ ୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଅସ୍ଥିର ପାହାଡ଼ ଧସିବା ଏବଂ ସୀମାନ୍ତରେ ଥିବା ଲେନ୍ଦେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନେପାଳର ଭୁତକୋଶୀ ଓ ତ୍ରିଶୂଳୀ ନଦୀରେ ଏକ ଭୟଙ୍କର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଛି। ବୁଧବାର ସକାଳ ପ୍ରାୟ ୯ଟାରେ ସୃଷ୍ଟ ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୯୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୦୫ ଜଣ ଭାରତୀୟ ନାଗରିକଙ୍କ ସମେତ ପ୍ରାୟ ୫୦୦ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଚିତାୱାନ୍‌ରୁ ୧୮, ଧାଡିଙ୍ଗ୍‌ରୁ ୧୬, ନୁୱାକୋଟ୍‌ରୁ ୧୧ ଏବଂ ରସୁୱା ଜିଲାରୁ ଜଣଙ୍କର ମୃତଦେହ ଜବତ କରାଯାଇଛି।
ନେପାଳ ପର୍ଯ୍ୟଟନ ବୋର୍ଡ (ଏନ୍‌ଟିବି) ଅନୁଯାୟୀ ମୋଟ ୩୮୪ ଜଣ ପର୍ଯ୍ୟଟକ (୨୯୧ ଜଣ ବିଦେଶୀ ଓ ୯୩ ଜଣ ନେପାଳୀ) ନିଖୋଜ ଅଛନ୍ତି। ଏଥିରେ କୈଳାସ ମାନସରୋବର ଯାତ୍ରା ପାଇଁ ଯାଇଥିବା ୧୦୫ ଜଣ ଭାରତୀୟ (ସମ୍ରାଟ ଟୁର୍ସ ଅନୁଯାୟୀ ୫୯ ଜଣ ମାନସରୋବର ତୀର୍ଥଯାତ୍ରୀ) ଏବଂ ୩୭ ଜଣ ଏନଆର୍‌ଆଇ ସାମିଲ ଅଛନ୍ତି। ଏହାଛଡ଼ା ଆମେରିକା, ବ୍ରିଟେନ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସର ପର୍ଯ୍ୟଟକ ମଧ୍ୟ ନିଖୋଜ ଅଛନ୍ତି। ସେହିପରି ୪୪ ଜଣ ନେପାଳ ସେନା ଯବାନ ଏବଂ ୪ ଜଣ ସଶସ୍ତ୍ର ପୋଲିସ ବଳ ଙ୍କ ସମେତ ମୋଟ ୮୦ ଜଣ ସୁରକ୍ଷାକର୍ମୀ ନିଖୋଜ ହୋଇଯାଇଛନ୍ତି।
ଆକସ୍ମିକ ବନ୍ୟାରେ ନୁୱାକୋଟ୍‌ର ବେତ୍ରାବତୀରୁ ରସୁୱାଗଢ଼ି ସୀମାକୁ ସଂଯୋଗ କରୁଥିବା ୪୨ କିଲୋମିଟର ଦୀର୍ଘ ରାସ୍ତା, ଅନେକ କଂକ୍ରିଟ ସେତୁ ଏବଂ ଚାଇନା-ତିବ୍ବତ ବାଣିଜ୍ୟ ପରିଚାଳନା କରୁଥିବା ରସୁୱା ସୀମା ଶୁଳ୍କ ପରିସରରେ ଥିବା ଗାଡ଼ି ଓ ସାମଗ୍ରୀ ଭାସିଯାଇଛି। ନେପାଳ ସ୍ବାଧୀନ ବିଦ୍ୟୁତ୍‌ ଉତ୍ପାଦକ ସଂଘ ଅନୁଯାୟୀ କାର୍ଯ୍ୟକ୍ଷମ ଥିବା ୮ଟି ପ୍ରକଳ୍ପ ରସୁୱାଗଢ଼ି (୧୧୧ ଏମ୍‌ଡବ୍ଲ୍ୟୁ), ସାଞ୍ଜେନ ଖୋଲା (୭୮ ଏମ୍‌ଡବ୍ଲ୍ୟୁ), ଅପର ତ୍ରିଶୂଳୀ ୩-ଏ (୬୦ ଏମ୍‌ଡବ୍ଲ୍ୟୁ) ଏବଂ ନିର୍ମାଣାଧୀନ ୫ଟି ପ୍ରକଳ୍ପ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ସ୍ୟାଫ୍ରୁବେସି, ବେତ୍ରାବତୀ, ମାଇଲୁଙ୍ଗ, ସାଲ୍ଲେତାର, ଶାନ୍ତିବଜାର, ପାଇରେବେସି, ଖାଲ୍ଟି ବସ୍ତି, ସୋଲେ, ତ୍ରିଶୂଳୀ ଓ ବଟ୍ଟାର ଭଳି ପ୍ରାୟ ଗୋଟିଏ ଡଜନ ଜନବସତି କ୍ଷତିଗ୍ରସ୍ତ ହୋଇଛି।
କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସହାୟତା ଟେଲିଫୋନ ନମ୍ବର ଜାରି କରାଯାଇଛି। ତାହା ହେଲା +୯୭୭ ୯୮୫ ୧୩୧ ୬୮୦୭ ଏବଂ +୯୭୭ ୯୭୦ ୯୧୦ ୭୫୦୦। ସେହିପରି ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ଟୋଲ-ଫ୍ରି ୧୨୩୪, ହଟ୍‌ଲାଇନ୍‌ ୧୧୪୪, ଟୁରିଷ୍ଟ ପୋଲିସ ୯୮୫୧୨୮୯୪୪୫ ନମ୍ବର ଜାରି ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରିକାଳୀନ ବୈଠକ ପରେ ନେପାଳ ସେନା ୧୨ ହେଲିକପ୍ଟର (ଏମ୍‌ଆଇ୧୭ ସମେତ), ୫ଟି ଡ୍ରୋନ୍‌ ଏବଂ ୩ଟି ସ୍ନିଫର୍‌ ଡଗ୍‌ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତ୍ରିଶୂଳୀ ସେନା ତାଲିମ କେନ୍ଦ୍ରଠାରେ ଏକ ଜରୁରିକାଳୀନ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୦ ଜଣ କାଠମାଣ୍ଡୁର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଫିଜିସିଆନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?