ସୁଉଚ୍ଚ ପର୍ବତର ଉଚ୍ଚତା ମାପିବ ନେପାଳ

କାଠମାଣ୍ଡୁ୨୭।୧୧: ନେପାଳ ଓ ଚାଇନା ଏକାସାଙ୍ଗରେ ଖୁବ୍‌ଶ୍ରୀଘ୍ର ସୁଉଚ୍ଚ ପର୍ବତ କୁହାଯାଉଥିବା ମାଉଣ୍ଟ ଏଭରେଷ୍ଟର ସଠିକ୍‌ ଉଚ୍ଚତା ବିଷୟରେ ସାରା ଦୁନିଆକୁ ଜଣାଇବେ। ଏଥିପାଇଁ ଚାଇନା ଗୃହମନ୍ତ୍ରୀ ନଭେମ୍ବର ୨୯ରେ ନେପାଳ ଗସ୍ତ କରିବେ ବୋଲି ଗୁରୁବାର ନେପାଳ ମିଡିଆ ପକ୍ଷରୁ ଖବର ପ୍ରକାଶ ପାଇଛି। ଏହି ଦୁଇ ଦେଶ ମିଳିତ ଭାବେ ଏଭରେଷ୍ଟ ପର୍ବତର ମାପୁଚପ କରିବେ ଏବଂ ଏହାର ପ୍ରକୃତ ଉଚ୍ଚତା ସମସ୍ତଙ୍କୁ ଜଣାଇବେ। ସମସ୍ତ ବିବାଦ ମଧ୍ୟରେ ନିକଟରେ ନେପାଳ ସରକାର କହିଥିଲେ, ୨୦୧୫ରେ ଆସିଥିବା ଭୂକମ୍ପ ଓ ଅନ୍ୟ କାରଣରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତାରେ ହ୍ରାସ ହୋଇଛି।

ତେଣୁ ସରକାର ଏହାର ମାପଚୁପ କରିବାକୁ ଚାହୁଁଛନ୍ତି। ନେପାଳର ଏହି ମାପୁଚପ କାର୍ଯ୍ୟରେ ଚାଇନା ମଧ୍ୟ ସାମିଲ ହେବାକୁ ଯାଉଛି। ତେବେ ନେପାଳ ଗଣମାଧ୍ୟମର ସୂଚନା ଅନୁଯାୟୀ, ୧୯୫୪ରେ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଥିଲା। ସେତେବେଳେ ଏହାର ଉଚ୍ଚତା ୮ହଜାର ୮ଶହ ୪୮ ମିଟର ରହିଥିଲା। ସେହିପରି ୧୯୭୫ରେ ଚାଇନାର ଗୋଟିଏ ସଂସ୍ଥା ମଧ୍ୟ ଏହି ଏଭରେଷ୍ଟର ମାପଚୁପ କରିଥିଲା। ସେହି ସମୟରେ ଉକ୍ତ ସଂସ୍ଥା ଏହାର ଉଚ୍ଚତା ୮୮୪୮.୧୩ ମିଟର ବୋଲି ଦାବି କରିଥିଲା। ହେଲେ ଚଳିତ ବର୍ଷ ଚାଇନା ସରକାର ଏକ ନୂଆ ଖୁଲାସା କରି ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି। ଚାଇନା ସରକାର ଚଳିତ ବର୍ଷ ପୁଣିଥରେ ଏଭରେଷ୍ଟର ଉଚ୍ଚତା ମାପିଛନ୍ତି। ଏହି ମାପଚୁପରୁ ଜଣାପଡ଼ିଛି ଯେ, ସମୟକ୍ରମେ ଏଭରେଷ୍ଟର ଉଚ୍ଚତା ହ୍ରାସ ପାଇଛି। ବର୍ତ୍ତମାନ ସମୟରେ ଏହାର ଉଚ୍ଚତା ୮୮୪୪.୪୩ ମିଟର ରହିଛି। ଯାହା ପୂର୍ବ ଉଚ୍ଚତା ତୁଳନାରେ ୪ ମିଟର କମ୍‌।

ତେବେ ନେପାଳ ସଠିକ୍‌ ଭାବେ ଉଚ୍ଚତା ମାପି ନାହିଁ ବୋଲି ଚାଇନା ଅଭିଯୋଗ କରିଛି। ଚାଇନାର ଏଭଳି ଅଭିଯୋଗ ପରେ ଏବେ ନେପାଳ ସରକାର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୁଧବାର ମନ୍ତ୍ରୀସ୍ତରୀୟ ବୈଠକ ମଧ୍ୟ ବସିଥିଲା। ଏହି ବୈଠକରେ ଖୁବଶୀଘ୍ର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପଚୁପ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri