ନବ ଦକ୍ଷିଣପନ୍ଥୀ ଓ ଅଧୋଗତ

ସାଲ୍‌ଭୋଜ ଜିଜେକ୍‌

ନିକଟରେ ଉତ୍ତର କୋସୋଭୋରେ ସଙ୍କଟ ପ୍ରକାଶ ପାଇ ଶୀଘ୍ର ଶେଷ ହୋଇଗଲା। ଏହା ପଛର କାରଣ ହେଉଛି, ଏହାକୁ କେହି ବଢ଼ାଇଲେ ନାହିଁ। କିନ୍ତୁ ରୁଷିଆ ବାଲକନ୍‌ ପ୍ରଚ୍ଛଦରେ ରହି ଏହାକୁ ସଞ୍ଚାଳନ କରି ଉତ୍ତେଜନା ସୃଷ୍ଟି କରି ତାହାକ୍‌ୁ ବଢ଼ାଇବାକୁ ଚାହଁୁଥିବାରୁ ଏହି ସଙ୍କଟ ପୁଣି ଫେରିବ। କିନ୍ତୁ କ୍ଷୀଣ ଅଗ୍ନିଶିଖା କିଭଳି ପବନରେ ଏକ ବିଧ୍ୱଂସକ ଅଗ୍ନି ବଳୟରେ ପରିଣତ ହୋଇପାରେ ତାହା ଉକ୍ତ ମାମୁଲି ସଙ୍କଟର ପ୍ରାରମ୍ଭରୁ ଜଣାପଡ଼ୁଛି। କୋସୋଭୋ ସରକାର ଉତ୍ତର କୋସୋଭୋରେ ରହୁଥିବା ସର୍ବୀୟପାଇଁ ସର୍ବିୟାନ ନମ୍ବର ପ୍ଳେଟ୍‌ ବଦଳରେ ସ୍ଥାନୀୟ ନମ୍ବର ପ୍ଲେଟ୍‌ ପାଇଁ ଆବେଦନ କରିବା ଏକ ପ୍ରମୁଖ ଆବଶ୍ୟକତା ବୋଲି ଘୋଷଣା କରିଥିଲା। ସର୍ବୀୟମାନେ ଏହା ବିରୋଧରେ ପ୍ରତିବାଦ ଓ ରାସ୍ତା ଅବରୋଧ କରିଥିଲେ। ଫଳରେ ପରବର୍ତ୍ତୀ ଆଲୋଚନା ପର୍ଯ୍ୟନ୍ତ କୋସୋଭୋ ସରକାର ନମ୍ବର ପ୍ଲେଟ ଉପରେ ପଦକ୍ଷେପ ଗ୍ରହଣ କରିବା କାର୍ଯ୍ୟକୁ ଏକ ମାସ ପର୍ଯ୍ୟନ୍ତ ବିଳମ୍ବ କରିବାକୁ କହିଛନ୍ତି। ସର୍ବିୟାରେ ଥିବା କୋସୋଭୋ ଲାଇସେନ୍ସ ପ୍ଲେଟ୍‌ ରଖିଥିବା କୋସୋଭୋ ଲୋକଙ୍କ ଲାଗି ମଧ୍ୟ ଦୀର୍ଘଦିନରୁ ସମାନ ପ୍ରକାର ନିୟମ ରହିଥିଲା ଏବଂ କୋସୋଭୋ ସମାନ ପ୍ରକାର ମାନଦଣ୍ଡ ଲାଗୁ କରିବାକୁ ଚେଷ୍ଟା କରୁଥିଲା। ଏବେ ତାହା କଲା । କିନ୍ତୁ ସମସ୍ୟା ହେଉଛି କୋସୋଭୋକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ସର୍ବିୟା ସ୍ବୀକୃତି ଦେଇନାହିଁ। ଏପରିକି, ବିଶ୍ୱରେ ଆମେରିକା ସହ ଅନ୍ୟ ୧୦୦ ଦେଶ ଏହାକୁ ଏଭଳି ସ୍ବୀକୃତି ପ୍ରଦାନ କରିନାହାନ୍ତି। ଏହା ଏକ ସମ୍ପୂର୍ଣ୍ଣ ସ୍ଥାନୀୟ ସମସ୍ୟା ହେଲେ ବି ୟୁକ୍ରେନ୍‌ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧଜନିତ ଉତ୍ତେଜନା ସହ ଏହାର ଭୂ ରାଜନୈତିକ ଗତିଶୀଳତା ସମ୍ପର୍କ ରହିଛି। କିନ୍ତୁ ସର୍ବିୟାର ଶାସକ ଦଳ ସର୍ବିୟାନ ପ୍ରୋଗ୍ରେସିଭ ପାର୍ଟିର ଜଣେ ସାଂସଦ ଭ୍ଲାଡିମିର ଡୁକାନୋଭିକ୍‌ ୟୁକ୍ରେନ୍‌କୁ ଲୁଣ୍ଠନ କରିବା ପାଇଁ ରୁଷିଆର ମନୋଭାବକୁ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ନିକଟରେ ସେ କହିଛନ୍ତି ଯେ ବାଲକାନ୍‌ ଅଞ୍ଚଳରେ ଥିବା ଲୋକମାନଙ୍କୁ ଅସ୍ବୀକାର କରିବା ଲାଗି କାର୍ଯ୍ୟରେ ସମ୍ପୃକ୍ତ ହେବାକୁ ସର୍ବିୟାକୁ ନିଶ୍ଚିତ ଭାବେ ଚାପ ପକାଯାଇଛି। ସମ୍ପୃକ୍ତ ହେବା ଲାଗି ଚାପ ପକାଯାଉଛି କୁହାଯିବା ରୁଷିଆ ଲାଗି ହାସ୍ୟାସ୍ପଦ। ଏହା ୟୁକ୍ରେନ୍‌ ଆକ୍ରମଣ ପ୍ରତି ପ୍ରକାଶ ପାଇଥିବା ନଟୋର ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟକୁ ଦୋହରାଉଛି। ଏଥିରୁ ବୁଝାପଡ଼ୁଛି, ସମଗ୍ର ୟୁରୋପ ପତନ ବା ଅଧୋଗତି ଭଉଁରୀ (ଏଲଜିବିଟି ପ୍ଲସ୍‌, ସମଲଙ୍ଗୀ ବିବାହ, ସ୍ପଷ୍ଟ ଲିଙ୍ଗ ନିର୍ଦ୍ଧାରଣ ପ୍ରକ୍ରିୟାର ଅଭାବ ଓ ଏହି ଭଳି ଅନେକ ସମସ୍ୟା)ରେ ପଡ଼ିଛି। ଭ୍ଲାଡିମିର ପୁଟିନ୍‌ଙ୍କ କୋର୍ଟ ଫିଲୋସଫର ଆଲେକ୍‌ଜାଣ୍ଡ୍ର ଡୁଗିନଙ୍କ ମତରେ, ପାଶ୍ଚାତ୍ୟ ସଭ୍ୟତାରେ ରହିଥିବା ବାସ୍ତବ ଶତ୍ରୁ ସହ ଆମେ ଲଢେଇ କରୁଛୁ ଏବଂ ୟୁକ୍ରେନୀୟ ନାଜିବାଦରେ ଥିବା ଏହାର ଉଦାର- ବହୁବାଦୀ ନେତୃତ୍ୱ ବିପକ୍ଷରେ ବି ସଂଗ୍ରାମ କରାଯାଉଛି। ଏହି ସଂସ୍କତି ଯୁଦ୍ଧରେ ଅଗ୍ର ନେତୃତ୍ୱ ନେଇ ରୁଷିଆ ଲଗାତର ହସ୍ତକ୍ଷେପ କରିଆସୁଛି। କୋସୋଭୋ ଏବଂ ବୋସ୍‌ନିଆରେ ଏହା ଛାୟାଯୁଦ୍ଧ ଚଳାଉଛି, ଯାହା ନାଟୋ ସଦସ୍ୟମାନଙ୍କୁ ସତର୍କ ରହିବାକୁ ବାଧ୍ୟ କରିଛି। ଦୁର୍ଭାଗ୍ୟବଶତଃ ପାଶ୍ଚାତ୍ୟ ବାମବାଦୀମାନେ ଶାନ୍ତିବାଦୀ ଭାବେ ପୁଟିନଙ୍କ ‘ ନାଜିକରଣ ମୁକ୍ତ ଯୋଜନାର ଭୂରାଜନୈତିକ ଦିଗକୁ ଅଣଦେଖା ବା ଦୂର କରିବାକୁ ଚାହଁିଛନ୍ତି। ବ୍ରିଟିଶ ଲେବର ପାର୍ଟିର ପୂର୍ବତନ ନେତା ଜେରିମ କୋର୍‌ବିନ ନିକଟରେ ପ୍ରକାଶ କରିଛନ୍ତି ଯେ, ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଅଜାଡ଼ି ଦେଲେ ସମାଧାନର ପନ୍ଥା ବାହାରିବ ନାହିଁ ବରଂ ଏହି ଯୁଦ୍ଧ ଦୀର୍ଘଦିନ ଲାଗି ରହିବ ଓ ଚଳିତ ବର୍ଷ ଏହା ଅଧିକ ହେବ। ଏପରି କି ଆମେ ୟୁକ୍ରେନ୍‌ ଯୁଦ୍ଧସ୍ଥିତିରେ ବର୍ଷବର୍ଷ ଧରି ରହିବା।
ଏହି ସ୍ଥିତିରେ ଶାନ୍ତିବାଦୀଙ୍କ ମତରୁ ଏହା ସ୍ପଷ୍ଟ ଯେ, ପାଶ୍ଚାତ୍ୟ ସରକାରଗୁଡ଼ିକ ରୁଷିଆକୁ ୟୁକ୍ରେନ୍‌ ସହଜରେ ଦଖଲ କରିବାକୁ ଛାଡିଦେବା ଦରକାର। ତଥାପି ଏବେ ଏକ ଭିିନ୍ନ ପ୍ରକାର ଶାନ୍ତିବାଦ ଆକ୍ରମଣକାରୀଙ୍କ ପରିବର୍ତ୍ତେ ପୀଡ଼ିତ ଓ ଏହାର ସମର୍ଥକଙ୍କ ଉପରେ ଚାପ ପକାଉଛି। ପୁଟିନଙ୍କୁ ଶତ୍ରୁ ଭାବେ ଚିତ୍ରଣ କରିବା କିମ୍ବା ସମାଲୋଚନା କରିବା କଥା ନୁହେଁ ବୋଲି ପାଶ୍ଚାତ୍ୟା ଶାନ୍ତିବାଦୀମାନେ ଜୋର୍‌ରେ କହୁଛନ୍ତି। ସେଥିପାଇଁ ଏବେ ହେଉ କିମ୍ବା ଭବିଷ୍ୟତରେ କିଛି ଚୁକ୍ତି କରିବା ଦରକାର, ଯାହାଦ୍ୱାରା ଆମେ ଭବିଷ୍ୟତର ଅଂଶୀଦାର ଭାବେ ତାହାକୁ ବ୍ୟବହାର କରିପାରିବ। ଅବଶ୍ୟ ଆମେ ଏହାର ବିପରୀତ କରୁଛୁ ଏବଂ ୟୁକ୍ରେନ୍‌ ଆକ୍ରମଣରେ ପୁଟିନଙ୍କୁ କଡ଼ା ସମାଲୋଚନା କରୁଛୁ, ଶତ୍ରୁ ଭାବେ ଦେଖୁଛୁ। କେବଳ ବ୍ୟକ୍ତିିଗତ ଭାବେ ନୁହେଁ ବରଂ ଏକ ବିପଜ୍ଜନକ ଭୂ-ରାଜନୈତିକ ଏବଂ ବିଚାରଗତ ଦିଗରୁ ଜଣେ ସମର୍ଥକ ଭାବେ ପ୍ରତିପାଦିତ କରୁଛୁ। ଏହାବାଦ୍‌ ଯଥେଷ୍ଟ ପ୍ରମାଣ ରହିଛି ଯେ,ଏବକାର ପାଶ୍ଚାତ୍ୟ ଦେଶଗୁଡ଼ିକର ବିଦେଶୀ ନାଗରିକମାନଙ୍କୁ ଚରମ ସାମାଜିକ ଓ ରାଜନୈତିକ ବ୍ୟବହାର ପ୍ରଦର୍ଶନ କରାଯାଉଛି। ରୁଷିିଆର ଏଭଳି ଏକ ଭିନ୍ନ ପରିବର୍ତ୍ତନ ଦେଖାଯାଉଛି।
ତେବେ ଏବେ ଦେଖାଯାଇଥିବା ନବ ଦକ୍ଷିଣପନ୍ଥୀର ମୁଖ୍ୟ ବିଚାରଧାରର ଲକ୍ଷ୍ୟ ହେଉଛି ପାଶ୍ଚାତ୍ୟର ପତନ। ମଜଭୁତ ଶାସନ, ଅଶ୍ଳୀଳ ଭାଷାର ଆଚରଣ ପ୍ରତି ଏହାର ଆକର୍ଷଣ ଅଧିକ। ଆରିଜୋନାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରିପବ୍ଲାକାନ ପାର୍ଟି ପ୍ରାର୍ଥୀ କାରି ଲେକ୍‌ ନିକଟରେ ଏକ ପ୍ରଚାର ସଭାରେ ତାଙ୍କ ସାଥୀ ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ଏବଂ ଫ୍ଲୋରିଡା ଗଭର୍ନର ରୋନ ଡିସାଣ୍ଟିସ ପ୍ରଶଂସା କଲା ଭଳି ମନ୍ତବ୍ୟ ଦେଇଥିଲେ , ଯେଉଁଥିରେ ଅଶ୍ଳୀଳତା ବା ଅଶୋଭନୀୟତା ରହିଥିଲା। ଅଧିକ ସମର୍ଥକଙ୍କୁ ଆକର୍ଷିତ କରିବା ଲାଗି ଏହାର ନେତାମାନଙ୍କୁ ଏଭଳି ଅଧିକ ଅଶ୍ଳୀଳତାର ମନୋରଞ୍ଜନ ଯୋଗାଇବା ଦରକାର ପଡ଼ୁଛି। ଏହା ଏକ ବିଚାରଧାରା ଯାହା ସେମାନଙ୍କ ଖରାପ ଆବେଗ ସହ କାର୍ଯ୍ୟ କରିବାକୁ ଅନେକ ଲକ୍ଷ ସମର୍ଥନଙ୍କୁ ଏକାଠି କରାଯାଇପାରୁଛି। ଆଉ ଏକ ଦୃଷ୍ଟାନ୍ତ। ୨୦୧୨ରେ ମିଶୌରିରୁ ଆମେରିକାର ରିପବ୍ଲିକାନ ସିନେଟ ନେମିନ ଟୋଡ ଆକିନ୍‌‘ଲେଜିଟିମେଟ ରେଫ୍‌’ୁ ବା ବୈଧ ବଳାକତ୍ାର ଉପରେ ଯାହା କହିଥିଲେ ୟୁକ୍ରେନ୍‌ରେ କାର୍ଯ୍ୟ କରୁଥିବା ରୁଷିଆର ‘ପିସ୍‌କିପିଂ ମିଲିଟାରି ଇଣ୍ଟରଭେନସନ’ ଦୃଷ୍ଟିରେ ତାହା ନୁହେିଁ। ସେ ବୈଧ ବଳାକତ୍ାର ଉପରେ ଯାହା କହିଥିଲେ ତାହାକୁ ନେଇ ପ୍ରତିବାଦ ହେବା ଫଳରେ ପରେ ସେ ଭୁଲ୍‌ରେ ଏହା କହିଥିବା ସ୍ବୀକାର କରିଥିଲେ ଓ ଏହାର ଅର୍ଥ ମଧ୍ୟ ବୁଝାଇଥିଲେ। କିନ୍ତୁ ତାଙ୍କ ମୂଳ ବାର୍ତ୍ତା ସେଭଳି ଅର୍ଥ ସହ ରହିଗଲା। ସମାନ ପ୍ରକାରେ ପୁଟିନ ୟୁକ୍ରେନ୍‌କୁ ସୂଚିତ କରିଛନ୍ତି। ଫେବୃୟାରୀ ୭ରେ ଏକ ପ୍ରେସ୍‌ କନ୍‌ଫରନ୍ସେରେ ସେ ମିନ୍‌ସ୍କ ଚୁକ୍ତିକୁ ୟୁକ୍ରେନ୍‌ ସରକାରଙ୍କ ବିରୋଧକୁ ନେଇ ସେ ଉପହାସ କରିଥିଲେ। ‘ଏହାକୁ ଭଲପାଅ କି ନ ପାଅ. ମୋ ପ୍ରିୟେ ଏହା ହିଁ ତୁମ କର୍ତ୍ତବ୍ୟ ’ବୋଲିି କହିଥିଲେ। ଏହି ବାକ୍ୟର ଯୌନ ସମ୍ବନ୍ଧ ସମ୍ପର୍କରେ ରୁଷୀୟ ଓ ୟୁକେନୀମାନଙ୍କୁ ଭଲ ଭାବେ ଜଣା। ଏହା ‘ସ୍ଲିପିଂ ବିଉଟି ଇନ୍‌ ଏ କଫିନ୍‌’ରୁ ଆସିଛି। ବୁଝାପଡ଼ୁଛି ଯେ, ଏକ ଦେଶର ବଳାକତ୍ାର ବେଳେବେଳେ ନ୍ୟାୟସଙ୍ଗତ ହୋଇଯାଉଛି। ପୀଡ଼ିତ ଏହା ପାଇଁ ଜବାବ ମାଗୁଛନ୍ତି, ମୁହଁ ଖୋଲୁଛନ୍ତି। ବଳାକତ୍ାରରେ ପ୍ରେମର ମାନେ ଯେମିତି କିଛି ନାହିଁ, ଠିକ୍‌ ସେମିତି ନବ ଦକ୍ଷିଣପନ୍ଥୀଙ୍କୁ ଯାହା ପ୍ରେରିତ କରୁଛି ତାହା ପ୍ରେମ ନୁହେଁ, ତାହା ହେଉଛି ଦମନ ଓ ପ୍ରଭୁତ୍ୱ।
ଫିଲୋସୋଫି ପ୍ରଫେସର୍‌, ୟୁରୋପିଆନ୍‌ ଗ୍ରାଜୁଏଟ୍‌ ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri