ଆନ୍ଧ୍ରରେ ବିକ କୋଟିଆ ଶସ୍ୟ: ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଇଲେ ପଡ଼ୋଶୀ ରାଜ୍ୟ ଅଧିକାରୀ,ଏପଟେ…

ପଟ୍ଟାଙ୍ଗି,୩ା୨(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ସୀମାନ୍ତବାସୀଙ୍କୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପକ୍ଷରୁ ବୈଠକକରି ସଚେତନ କରାଯାଉଛି। ଏଥିରେ ଉକ୍ତ ପଞ୍ଚାୟତର ସୀମାନ୍ତବାସୀ ହଇରାଣ ହେଉଥିବା ଜଣାପଡ଼ିଛି। କୋଟିଆ ପଞ୍ଚାୟତ ସୀମାନ୍ତ ନେରିଡିବାଲସା ଗ୍ରାମରେ ଆନ୍ଧ୍ର ପିଆଇଟିଡିଏ ବିଭାଗ ପକ୍ଷରୁ ନିର୍ମିତ ସ୍ଥାୟୀ ଗୃହ ବାରଣ୍ଡାରେ ଲୋକଙ୍କୁ ମଙ୍ଗଳବାର ଏକତ୍ର କରାଯାଇଛି। ଆନ୍ଧ୍ର ପାର୍ବତୀପୁରମ ମାନ୍ୟାମ ଜିଲା ଅଧୀନ ସାଲୁର ବ୍ଲକ୍‌ରେ ଥିବା ଜିସିସି ବିଭାଗର ସି.ଏଚ୍‌. ରାମୁଲୁଙ୍କ ସହ ଅନ୍ୟ କର୍ମଚାରୀ ସୀମାନ୍ତ ଗ୍ରାମରେ ପହଞ୍ଚି ଲୋକଙ୍କୁ ଉତ୍ପାଦିତ ବିରି, ଅଳସୀ ଆଦି ଶସ୍ୟକୁ ସୁଲଭ ମୂଲ୍ୟରେ ବିକ୍ରିକରି ରୋଜଗାରକ୍ଷମ ହେବା ନେଇ ବୁଝାଇଛନ୍ତି। ନିଜ ରାଜ୍ୟରେ ଥିବା ସରକାରୀ ଦରରେ ବିକ୍ରି କରିବାକୁ କହିଛନ୍ତି। କୋଟିଆ ପଞ୍ଚାୟତର ପ୍ରତି ଗ୍ରାମ ଓ ପାହାଡ଼ରେ ପ୍ରଚୁର ପରିମାଣରେ ଥିବା ତେନ୍ତୁଳି ଗଛରୁ ତେନ୍ତୁଳି ଅମଳ କରି ଆନ୍ଧ୍ରର ଉକ୍ତ ସଂସ୍ଥାକୁ ବିକ୍ରିକରି ଲାଭବାନ୍‌ ହୋଇପାରିବେ ବୋଲି କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୀମାନ୍ତବାସୀଙ୍କୁ ତେନ୍ତୁଳି କିଲୋ ପିଛା ୩୬ଟଙ୍କାରେ କିଣିବା ବ୍ୟବସ୍ଥା ରହିଛି ବୋଲି ବୁଝାଇଛନ୍ତି।

ସୀମାନ୍ତବାସୀ କୁଆଡ଼େ ଯିବା ଆବଶ୍ୟକ ନାହିଁ ପ୍ରତି ସପ୍ତାହରେ ନେରିଡିବାଲସା ଗ୍ରାମରେ ହେଉଥିବା ସାପ୍ତାହିକ ହାଟରୁ ଆମ ସଂସ୍ଥା କିଣିବ ବୋଲି ଆନ୍ଧ୍ରର ଉକ୍ତ ସଂସ୍ଥାର ଅଧିକାରୀ ସୀମାନ୍ତବାସୀଙ୍କୁ ବୁଝାଇ ଜଙ୍ଗଲ ଜାତୀୟ ଆମଦାନୀ ଫସଲକୁ ମଧ୍ୟ ସୁଲଭ ମୂଲ୍ୟରେ କିଣିବ ବୋଲି ପ୍ରତିଶ୍ରୁତି ଦେବା ସହ ଆନ୍ଧ୍ର ସରକାର ତୁମମାନଙ୍କ ସହ ସର୍ବଦା ରହିଛି ଓ ରହିଥିବ ବୋଲି ବୁଝାଇଛନ୍ତି। ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନର ଜନସମ୍ପର୍କ ବୈଠକର ୨୪ ଘଣ୍ଟା ପରେ ଆନ୍ଧ୍ରର ସରକାରୀ ସଂସ୍ଥାର ଅଧିକାରୀ କର୍ମଚାରୀ ଅନୁପ୍ରବେଶକରି ସୀମାନ୍ତବାସୀଙ୍କୁ ସଚେତନକରି ଫେରିଛନ୍ତି। ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା ଜନସମ୍ପର୍କ କାର୍ଯ୍ୟକ୍ରମକୁ ନେଇ କୋଟିଆ ସରପଞ୍ଚ ଲିଉ ଗେମେଲ କହିଛନ୍ତି, ପଞ୍ଚାୟତର ସୀମାନ୍ତ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ଜନସମ୍ପର୍କ ବୈଠକ କରି ସୀମାନ୍ତବାସୀଙ୍କୁ ସରକାରଙ୍କ କାର୍ଯ୍ୟକ୍ରମ ନେଇ ସଚେତନତା କରାଯାଉଛି। କିନ୍ତୁ ମୋତେ ଅବଗତ କରାଯାଉନାହିଁ ବୋଲି ସରପଞ୍ଚ ଗେମେଲ ଅସନ୍ତୋଷ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ନନ୍ଦିନୀ ଦେବୀ ଥିଲେ ପ୍ରବୀଣ ନାରୀ ନେତ୍ରୀ

ଭୁବନେଶ୍ୱର, ୫ା୮(ବନ୍ଦନା ସେଠୀ):ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ବରେଣ୍ୟ ସାହିତ୍ୟ ସାଧିକା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଅବସରରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri