ବିବାହର ୨ ମାସ ପରେ ନେହାଙ୍କ ବେବି ବମ୍ପ ଦେଖି, ଶାଶୁ କହିଥିଲେ…

ବଲିଉଡ ଗାୟିକ ନେହା କକ୍କରଙ୍କ ଗର୍ଭବତୀ ଥିବା ଖବର ଆଜିକାଲି ଚର୍ଚ୍ଚା ହେଉଛି। ନିକଟରେ ନେହା ତାଙ୍କ ଭାଇ ଟୋନି କକ୍କରଙ୍କ ସହ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ସେ ତାଙ୍କ ଗୀତ କାଣ୍ଟା ଲଗାର ପ୍ରମୋଶନ ପାଇଁ ଏଠାକୁ ଆସିଥିଲେ। ଏହି ସମୟରେ ନେହା ଗର୍ଭବତୀ ଖବରକୁ ନେଇ ଏକ ଖୁଲାସା କରିଥିଲେ। ବିବାହର ୨ ମାସ ପରେ ତାଙ୍କ ଗୀତ ‘ଖ୍ୟାଲ୍‌ ରଖିଆ କର’ ଆସିଥିଲା। ଏଥିରେ ନେହା ବେବି ବମ୍ପ ସହ ନଜର ଆସିଥିଲେ। ତାଙ୍କ ଫଟୋ ଭାଇରାଲ ହୋଇଥିଲା, ଯାହା ଦେଖି ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶାଶୁ ମଧ୍ୟ ତାଙ୍କ ବେବି ବମ୍ପ ଦେଖି ଚକିତ ହୋଇପଡିଥିବା ନେହା କହିଛନ୍ତି।
ନେହା କକ୍କର ଗତ ବର୍ଷ ଅକ୍ଟୋବରରେ ପଞ୍ଜାବୀ ଗାୟକ ରୋହନପ୍ରୀତଙ୍କୁ ବିବାହ କରିତତ୍ଲେ। ଏହା ପରେ ତାଙ୍କ ଗୀତ ‘ଖ୍ୟାଲ୍‌ ରଖିଆ କର’ ଡିସେମ୍ବରରେ ଆସିଥିଲା। ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କ ଗର୍ଭବତୀ ହେବାର ଖବର ବିଷୟରେ ଅନେକ ଗୁଜବ ସୃଷ୍ଟି ଥିଲା। ଏପରିକି ତାଙ୍କ ଶାଶୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। କପିଲ ଶର୍ମା ଶୋ’ରେ ନେହା କହିଛନ୍ତି, ସତ କହିବାକୁ ଗଲେ, ‘ଖ୍ୟାଲ୍‌ ରଖିଆ କର’ ଗୀତ ଆସିବା ପରେ ମାମା ଜୀ ମୋ ପେଟକୁ ଦେଖି ତାଙ୍କୁ (ରୋହନ)ମଧ୍ୟ କହିଥିଲେ ଯେ ପୁଅ, ଖୁସି ଖବର ଖୁବ ଶୀଘ୍ର ହୋଇଗଲା ନୁହେଁ କି? ଏହା ଉପରେ ମୁଁ କହିଲି, ମାମା ଜୀ, ଅନ୍ତତଃ ପକ୍ଷେ ଆପଣ ତ ଏମିତି କଥାବାର୍ତ୍ତା କରନ୍ତୁ ନାହଁି, ଆପଣ ତ ସବୁ କଥା ଜାଣନ୍ତି। ଆମେ ଏବେ ବିବାହ କରିଛୁ, ଆପଣ ଜାଣନ୍ତି ଯେ ଆମେ ନିକଟରେ ସାକ୍ଷାତ କରି ବିବାହ କରିଛୁ’।
‘ଖ୍ୟାଲ୍‌ ରଖିଆ କର’ ଗୀତ ଆସିବା ପୂର୍ବରୁ ନେହା ଏବଂ ରୋହନପ୍ରୀତ ପ୍ରମୋଶନ ପାଇଁ ନେହା ବେବି ବମ୍ପ ସହିତ ଏକ ଫଟୋ ଶେୟାର କରିଥିଲେ। ନେହା ଏବଂ ରୋହନ ଖୁବଶୀଘ୍ର ଏକ ଗୀତ ‘ପିନେ ଲଗେ ହୋ…’ ରିଲିଜ୍‌ ହେବାର ଅଛି। ଏହି ଗୀତରେ ତାଙ୍କ ସହ ଜସ୍ମିନ୍‌ ଭସୀନ ନଜର ଆସିବେ


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri