ସୁସ୍ଥ କିଡ୍‌ନୀ ପାଇଁ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ଆମେ କେତେକ ରୋଗକୁ ପରୋକ୍ଷରେ ନିମନ୍ତ୍ରଣ କରିଥାଉ। ତେଣୁ କିଡ୍‌ନୀ କିପରି ସୁରକ୍ଷିତ ରହିବା ସହ ଠିକ୍‌ ଭାବରେ କାର୍ଯ୍ୟ କରିବ ସେ ନେଇ ଜଣେ ସଚେତନ ରହିବା ନିହାତି ଦରକାର। ତେବେ ଏ ବିଷୟରେ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା ମନେରଖନ୍ତୁ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ପାଦ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ମଧ୍ୟ ହୁଏ। ଶ୍ୱାସକ୍ରିୟାରେ ବାଧା ଉପୁଜେ, ଫଳରେ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦିଏ। ତେଣୁ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣର ପାଣି ପିଅନ୍ତୁ। କିଡ୍‌ନୀଜନିତ ରୋଗର ଲକ୍ଷଣ ବିଷୟରେ ଅବଗତ ହେବା ମାତ୍ରେ ବିଳମ୍ବ ନ କରି କିଡ୍‌ନୀ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଏହାକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ଘିଅ, କ୍ଷୀର, ମାଛ, ମାଂସ, ପନିର, ସୋୟାବିନ୍‌୍‌ ଆଦିିରେ ପ୍ରୋଟିନ୍‌ ଅଧିକ ଥାଏ। ଏହାକୁ ଆପଣ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଦୈନିକ ୫ଗ୍ରାମ୍‌ ଲୁଣ ମଧ୍ୟ ଖାଇପାରନ୍ତି। ଯଦି ଆପଣ ନିଶାଦ୍ରବ୍ୟ ସେବନ ସହ ଜଡ଼ିତ ତେବେ ତୁରନ୍ତ ଏପରି ଅଭ୍ୟାସ ତ୍ୟାଗ କରନ୍ତୁ। କାରଣ ନିଶାଦ୍ରବ୍ୟ ସେବନ ଦ୍ୱାରା କିଡ୍‌ନୀର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଥାନ୍ତି ୫ ମା’: ଜାଣନ୍ତୁ କିପରି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କର ୫ ପିତା ଥିବା ଉଲ୍ଲେଖ କରିଥିବା ବେଳେ ୫ ଜଣ ମାତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ତେବେ...

ମଧୁର ସମ୍ପର୍କ ଅନ୍ତରାଳେ…

ମିଛ, ସବୁ କଥାରେ ଯେମିତି ସ୍ପଷ୍ଟ ବାରିହୁଏ ମିଛକୁ। ହେଲେ ଇଏ ଏମିତି ଏକ ମିଛ ଯାହା ସମ୍ପର୍କକୁ ନିବିଡ଼ କରିଥାଏ, ଆଉ ସମସ୍ତଙ୍କୁ ଏକାଠି...

ସୁସ୍ଥ ରହିବାକୁ ଚାହୁଁଥିଲେ ଚାଣକ୍ୟଙ୍କ ଏସବୁ କଥାକୁ ଦିଅନ୍ତୁ ଧ୍ୟାନ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନଶୈଳୀକୁ ନେଇ ଅନେକ କିଛି କହିଛନ୍ତି। ଚାଣକ୍ୟ ତାଙ୍କ ପୁସ୍ତକ ଚାଣକ୍ୟ ନୀତିରେ ଜୀବନର...

ଶାଢ଼ି ଫ୍ୟାଶନ୍‌

ଶାଢ଼ି ଗେଟ୍‌ଅପ୍‌ ପ୍ରତିଟି ଅକେଜନ ପାଇଁ ପରଫେକ୍ଟ ଲାଗିବା ସହ ପର୍ସନାଲିଟିକୁ ଦ୍ୱିଗୁଣିତ କରିଥାଏ। ତେବେ ଯୁଗ ବଦଳିବା ସହ ଏବେ ଶାଢି ନୂଆ ରୂପରେ...

ଫୁସ୍‌ଫୁସ୍‌ କ୍ୟାନ୍‌ସର ଚିହ୍ନଟ କରିବ ସଫ୍ଟଓ୍ବେର

ଆଜିକାଲି କ୍ୟାନ୍‌ସରକୁ କିପରି ସହଜରେ ଚିହ୍ନଟ କରାଯାଇପାରିବ ସେ ନେଇ କ୍ୟାନ୍‌ସର ବିଶେଷଜ୍ଞମାନେ ଚେଷ୍ଟା ଜାରି ରଖିଛନ୍ତି। ଏକ୍ଷେତ୍ରରେ ଆଉ ପାଦେ ଆଗକୁ ଆଗେଇଛନ୍ତି ଲଣ୍ଡନ...

ଦାମୀ ମୁଦି

ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମୁଦିର ବି ରହିଥାଏ ବିଶେଷ ଭୂମିକା। ବେଳେବେଳେ କେତେକ ମୁଦି ବ୍ୟକ୍ତିଙ୍କର ଆଭିଜାତ୍ୟକୁ ମଧ୍ୟ ଦର୍ଶାଇଥାଏ। କାରଣ ସେଥିରେ ଲାଗିଥାଏ...

କୁଆଁରୀ ଝିଅ ସ୍ବପ୍ନ ଦେଖିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନରେ ଦେଖୁଥିବା ଘଟଣା ବ୍ୟକ୍ତିର ଜୀବନ ସହ ଗଭୀର ସଂଯୋଗ ରହିଥାଏ। ନିଦରେ ଦେଖାଯାଉଥିବା ଘଟଣାଗୁଡିକ ଭବିଷ୍ୟତ ଜୀବନ ବିଷୟରେ ସଚେତନ...

ପିଲାଙ୍କ ପାଇଁ

ଏବେ ବି କରୋନା ଲାଗି ଅଧିକାଂଶ ମା’ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ବାହାର କିଣା ଖାଦ୍ୟ ଦେଉ ନାହାନ୍ତି। ଏମିତିରେ ପ୍ରତିଦିନ ପିଲାଙ୍କୁ ସେମାନଙ୍କର ମନପସନ୍ଦର...

Advertisement
Archives

Model This Week