କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ ଅପ୍ଟିକ ଫାଇବର ପ୍ରକଳ୍ପରେ ଭାରତୀୟ ସଂସ୍ଥାଗୁଡ଼ିକ ପାଇଁ ବାଧାସୃଷ୍ଟି: ନୀତି ଆୟୋଗ ସଦସ୍ୟ…

ନୂଆଦିଲ୍ଲୀ,୨୭।୯: କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ (କେଏଲ୍‌ଆଇ) ଅପ୍ଟିକ ଫାଇବର ପ୍ରକଳ୍ପ ପାଇଁ ଟେଣ୍ଡର ଡକା ଯାଇଛି। ତେବେ ୧,୦୭୨ କୋଟି ଟଙ୍କାର ଏହି ପ୍ରକଳ୍ପ ଭାରତୀୟ ସଂସ୍ଥାଗୁଡ଼ିକ ପ୍ରତି ବାଧା ସୃଷ୍ଟି କରିବା ପାଇଁ ଡିଜାଇନ ହୋଇଥିବା ବୈଜ୍ଞାନିକ ତଥା ନୀତି ଆୟୋଗ ସଦସ୍ୟ ଭି.କେ ସାରସ୍ବତ ଅଭିଯୋଗ କରିଛନ୍ତି। ଭାରତୀୟ କମ୍ପାନୀଗୁଡିକୁ ଯେପରି ଟେଣ୍ଡରରେ ଅଂଶଗ୍ରହଣରୁ ବଞ୍ଚିିତ ହେବେ ତାହାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି।

ପ୍ରକଳ୍ପର ସୁରକ୍ଷା, ବ୍ୟୟ-ପ୍ରଭାବଶାଳୀତା ଏବଂ ନିର୍ଭରଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଥିବା ସେ କହିଛନ୍ତି। ପୂର୍ବତନ ଡିଆର୍‌ଡିଓ ମୁଖ୍ୟ ସାରସ୍ବତ ଟେଣ୍ଡରର କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏପ୍ରିଲରେ ଟେଲିକମ ମନ୍ତ୍ରଣାଳୟକୁ ପଠାଯାଇଥିବା ଚିଠି ମାଧ୍ୟମରେ ଲବି ଗ୍ରୁପ ଟେଲିକମ ଉପକରଣ ଉତ୍ପାଦନକାରୀ ସଂଘ (ଟିଇଏମ୍‌ଏ) ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି।

ଯେତେବେଳେ ଭାରତ ଟେଲିକମ ସେକ୍ଟରରେ ନିଜର ସାମର୍ଥ୍ୟ ବିକଶିତ କରିବାକୁ ଚେଷ୍ଟା କରୁଛି, ସେତେବେଳେ ସ୍ବଦେଶୀ ସଂସ୍ଥାର ସାମର୍ଥ୍ୟର ବିକାଶକୁ ସହଜ ତଥା ସମର୍ଥନ କରିବା ପାଇଁ ଟେଣ୍ଡର କୌଣସି ବ୍ୟବସ୍ଥା ନାହିଁ। ଜଣାପଡିଛି ଯେ ଟେଣ୍ଡରରେ ଉଲ୍ଲେଖ କରାଯାଇଥିବା ଯୋଗ୍ୟତା ମାନଦଣ୍ଡ ଜାଣିଶୁଣି ଭାରତୀୟ କମ୍ପାନୀଗୁଡିକୁ ପ୍ରକଳ୍ପରେ ଅଂଶଗ୍ରହଣ ନ କରିବାକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଥିବା ସାରସ୍ବତ କହିଛନ୍ତି।

ଏହି ପ୍ରକଳ୍ପ ଦ୍ୱାରା ଦେଶର ମୁଖ୍ୟ ଭୂଖଣ୍ଡ ଏବଂ ଲକ୍ଷ୍ମୀଦୀପ ଦ୍ୱୀପପୁଞ୍ଜ ମଧ୍ୟରେ ସଂଯୋଗ ହେଉଛି । ରଣନୀତିକ ତଥା ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ଭାରତୀୟ କମ୍ପାନୀଗୁଡିକର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଟେଣ୍ଡରକୁ ସ୍ଥଗିତ ରଖିବା ଉଚିତ ବୋଲି ସାରସ୍ବତ କହିଛନ୍ତି।

ସୂଚନାଯୋଗ୍ୟ,ଏହି ୧,୭୭୨ କିଲୋମଟର ପ୍ରକଳ୍ପ କୋଚି ଏବଂ ଲକ୍ଷ୍ମୀଦ୍ୱୀପର ୧୧ ଟି ଦ୍ୱୀପପୁଞ୍ଜ ମଧ୍ୟରେ ପାଣିରେ ବୁଡ଼ି ରହିଥିବା କେବୁଲ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ୨୦୨୦ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିଲା।

ପ୍ରସ୍ତାବିତ ଅଞ୍ଚଳରେ ୧୦୦ଜିବିପିଏସ୍‌ର ବ୍ୟାଣ୍ଡୱିଡଥ ଯୋଗାଇବା, ମୋବାଇଲ ସେବାରେ ଉନ୍ନତି ଆଣିବା ଏବଂ ଇ-ଶାସନ ଏବଂ ଇ-ବାଣିଜ୍ୟ ପଦକ୍ଷେପକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣକୁ ନେଇ ଭବିଷ୍ୟବାଣୀ କଲେ ରାହୁଲ

ନୂଆଦିଲ୍ଲୀ,୧୪।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ...

‘ଆମେ ନରେନ୍ଦ୍ର ମୋଦିଙ୍କୁ ଡରିନାହୁଁ, ଯାହା କରିବାର ଅଛି କର’

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟକୁ ସିଲ କରାଯିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ‘ଶୁଣ, ଆମେ...

ସଂସଦୀୟ ଦଳ ବୈଠକରେ ମୋଦିଙ୍କ କଡ଼ା ସନ୍ଦେଶ: ଅହଂକାର, ଦୁର୍ବ୍ୟବହାର ବରଦାସ୍ତ କରାଯିବନି

ନୂଆଦିଲ୍ଲୀ,୩ା୭ (ପି.ଟି.): ସରକାରୀ ଅଧିକାରୀଙ୍କୁ ଭାଜପା ନେତା କୈଳାସ ବିଜୟଭର୍ଗୀୟଙ୍କ ବିଧାୟକ ପୁଅ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ...

ମାୟାବତୀଙ୍କୁ ଭେଟିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୪ ।୧୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଶନିବାର ମାୟାବତୀଙ୍କ...

୪ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୯।୧୧: ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁରୁବାର ହୋଇଥିବା ଗୁଳି ବିନିମିୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ...

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ନ ହେବାରୁ ଶିବସେନା ସମର୍ଥକଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ, ୨୪।୧୧: ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଭାଙ୍ଗି ଯାଇଛି। ଦେବେନ୍ଦ୍ର ଫଡନବୀଶ ଲଗାତର ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବା...

ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୧: ଆଜି ସାରା ଦେଶରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌...

ସପ୍ତାହେ ପରେ ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା, ଚିନ୍ତାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

Advertisement
Archives

Model This Week