କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ ଅପ୍ଟିକ ଫାଇବର ପ୍ରକଳ୍ପରେ ଭାରତୀୟ ସଂସ୍ଥାଗୁଡ଼ିକ ପାଇଁ ବାଧାସୃଷ୍ଟି: ନୀତି ଆୟୋଗ ସଦସ୍ୟ…

ନୂଆଦିଲ୍ଲୀ,୨୭।୯: କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ (କେଏଲ୍‌ଆଇ) ଅପ୍ଟିକ ଫାଇବର ପ୍ରକଳ୍ପ ପାଇଁ ଟେଣ୍ଡର ଡକା ଯାଇଛି। ତେବେ ୧,୦୭୨ କୋଟି ଟଙ୍କାର ଏହି ପ୍ରକଳ୍ପ ଭାରତୀୟ ସଂସ୍ଥାଗୁଡ଼ିକ ପ୍ରତି ବାଧା ସୃଷ୍ଟି କରିବା ପାଇଁ ଡିଜାଇନ ହୋଇଥିବା ବୈଜ୍ଞାନିକ ତଥା ନୀତି ଆୟୋଗ ସଦସ୍ୟ ଭି.କେ ସାରସ୍ବତ ଅଭିଯୋଗ କରିଛନ୍ତି। ଭାରତୀୟ କମ୍ପାନୀଗୁଡିକୁ ଯେପରି ଟେଣ୍ଡରରେ ଅଂଶଗ୍ରହଣରୁ ବଞ୍ଚିିତ ହେବେ ତାହାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି।

ପ୍ରକଳ୍ପର ସୁରକ୍ଷା, ବ୍ୟୟ-ପ୍ରଭାବଶାଳୀତା ଏବଂ ନିର୍ଭରଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଥିବା ସେ କହିଛନ୍ତି। ପୂର୍ବତନ ଡିଆର୍‌ଡିଓ ମୁଖ୍ୟ ସାରସ୍ବତ ଟେଣ୍ଡରର କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏପ୍ରିଲରେ ଟେଲିକମ ମନ୍ତ୍ରଣାଳୟକୁ ପଠାଯାଇଥିବା ଚିଠି ମାଧ୍ୟମରେ ଲବି ଗ୍ରୁପ ଟେଲିକମ ଉପକରଣ ଉତ୍ପାଦନକାରୀ ସଂଘ (ଟିଇଏମ୍‌ଏ) ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି।

ଯେତେବେଳେ ଭାରତ ଟେଲିକମ ସେକ୍ଟରରେ ନିଜର ସାମର୍ଥ୍ୟ ବିକଶିତ କରିବାକୁ ଚେଷ୍ଟା କରୁଛି, ସେତେବେଳେ ସ୍ବଦେଶୀ ସଂସ୍ଥାର ସାମର୍ଥ୍ୟର ବିକାଶକୁ ସହଜ ତଥା ସମର୍ଥନ କରିବା ପାଇଁ ଟେଣ୍ଡର କୌଣସି ବ୍ୟବସ୍ଥା ନାହିଁ। ଜଣାପଡିଛି ଯେ ଟେଣ୍ଡରରେ ଉଲ୍ଲେଖ କରାଯାଇଥିବା ଯୋଗ୍ୟତା ମାନଦଣ୍ଡ ଜାଣିଶୁଣି ଭାରତୀୟ କମ୍ପାନୀଗୁଡିକୁ ପ୍ରକଳ୍ପରେ ଅଂଶଗ୍ରହଣ ନ କରିବାକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଥିବା ସାରସ୍ବତ କହିଛନ୍ତି।

ଏହି ପ୍ରକଳ୍ପ ଦ୍ୱାରା ଦେଶର ମୁଖ୍ୟ ଭୂଖଣ୍ଡ ଏବଂ ଲକ୍ଷ୍ମୀଦୀପ ଦ୍ୱୀପପୁଞ୍ଜ ମଧ୍ୟରେ ସଂଯୋଗ ହେଉଛି । ରଣନୀତିକ ତଥା ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ଭାରତୀୟ କମ୍ପାନୀଗୁଡିକର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଟେଣ୍ଡରକୁ ସ୍ଥଗିତ ରଖିବା ଉଚିତ ବୋଲି ସାରସ୍ବତ କହିଛନ୍ତି।

ସୂଚନାଯୋଗ୍ୟ,ଏହି ୧,୭୭୨ କିଲୋମଟର ପ୍ରକଳ୍ପ କୋଚି ଏବଂ ଲକ୍ଷ୍ମୀଦ୍ୱୀପର ୧୧ ଟି ଦ୍ୱୀପପୁଞ୍ଜ ମଧ୍ୟରେ ପାଣିରେ ବୁଡ଼ି ରହିଥିବା କେବୁଲ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ୨୦୨୦ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିଲା।

ପ୍ରସ୍ତାବିତ ଅଞ୍ଚଳରେ ୧୦୦ଜିବିପିଏସ୍‌ର ବ୍ୟାଣ୍ଡୱିଡଥ ଯୋଗାଇବା, ମୋବାଇଲ ସେବାରେ ଉନ୍ନତି ଆଣିବା ଏବଂ ଇ-ଶାସନ ଏବଂ ଇ-ବାଣିଜ୍ୟ ପଦକ୍ଷେପକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri