ନେହା କକ୍କରଙ୍କ ବିବାହ ଖବର ଶୁଣି ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ କରିବେ। କୁହାଯାଉଛି, ନେହା ରୋହନପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଶୁଣି ନେହାଙ୍କ ପୂର୍ବତନ ପ୍ରେମିକ ହିମାଂଶ କୋହଲି ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଯଦି ନେହା ବିବାହ କରୁଛନ୍ତି ତେବେ ମୁଁ ତାଙ୍କ ପାଇଁ ଖୁସି ଅଟେ। ସେ ତାଙ୍କ ଜୀବନରେ ଆଗକୁ ବଢ଼ନ୍ତୁ। ତାଙ୍କ ସହ କେହି ଜଣେ ଅଛନ୍ତି, ଏହା ଦେଖିଲେ ଖୁସି ଲାଗୁଛି।

ନିକଟରେ ନେହାଙ୍କର ଜଣେ ବନ୍ଧୁ ଏକ ସାକ୍ଷାତକାରରେ କହିଥିଲେ, ନେହାଙ୍କ ବିବାହ ଖବର ମିଥ୍ୟା। ସେ ଏବେ ବିବାହ କରିବେ ନାହିଁ। ଏହି ଖବର ଏମିତି ଭୁଲ ଯେମିତି ଆଦିତ୍ୟ ନାରାୟଣ ଏବଂ ନେହାଙ୍କ ବିବାହ ଖବର ଥିଲା।

କହିରଖୁଛୁ, ନେହା ଏବଂ ହିମାଂଶଙ୍କ ମଧ୍ୟରେ ଦୀର୍ଘ ୪ ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ୨୦୧୮ରେ ଦୁହିଁଙ୍କର ବ୍ରେକ୍‌ଅପ ହୋଇଯାଇଥିଲା। ନେହା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ବ୍ରେକ୍‌ଅପ ବିଷୟରେ ଜଣାଇଥିଲେ। ବ୍ରେକ୍‌ଅପ ପରେ ସେ ଡିପ୍ରେସନରେ ଅଛନ୍ତି ବୋଲି ନେହା ମଧ୍ୟ ଏକ କଥା ପ୍ରଶଂସକମାନଙ୍କୁ ଜଣାଇଥିଲେ।

ଏଥିସହିତ, ୨୦୧୯ରେ ଏକ ସାକ୍ଷାତକାରରେ ନେହା କହିଥିଲେ, ‘ସିଙ୍ଗଲ ରହିବା ସବୁଠୁ ଭଲ। ଯେତେବେଳେ ମୁଁ ଲଭ୍‌ କରୁଥିଲି ମୋ’ ପରିବାର ଏବଂ ସାଙ୍ଗମାନଙ୍କୁ ସମୟ ଦେଇ ପାରୁ ନ ଥିଲି। ଏବେ ମୁଁ ମୋର ସମସ୍ତ ସମୟ ମୋ’ ପରିବାରକୁ ଦେଇପାରୁଛି। ଏଥିରେ ମୁଁ ଅତ୍ୟନ୍ତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri