ଜନ୍ମ ପୂର୍ବରୁ ନେହାଙ୍କୁ ମାରିଦେବାକୁ ଚାହୁଁଥିଲେ ମା’

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସଫଳତାର ଶିଖରରେ ପହଞ୍ଚିଥିବା ନେହାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ଗୀତ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରୁ ଜଣେ ପ୍ରତିଯୋଗୀ ଭାବେ ସଙ୍ଗୀତ ଜୀବନ ଆରମ୍ଭ କରି ଜଣେ ବିଚାରପତି ହେବା ପର୍ଯ୍ୟନ୍ତ ନେହାଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ। ତାଙ୍କ ଜୀବନରେ ଏମିତି ଏକ ପର୍ଯ୍ୟାୟ ଥିଲା, ଯେତେବେଳେ ତାଙ୍କ ମା’ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ନେହା ଗର୍ଭରେ ଥିବାବେଳେ ମା’ ତାଙ୍କୁ ଦୁନିଆକୁ ଆଣିବାକୁ ଚାହୁଁ ନ ଥିଲେ। ନେହାଙ୍କ ବଡ଼ଭାଇ ଟୋନି କକ୍କର ଏନେଇ ଏକ ସାକ୍ଷାତ୍‌କାରରେ ଖୁଲାସା କରିଥିଲେ।
ନେହାଙ୍କ ଜନ୍ମ ପୂର୍ବରୁ ତାଙ୍କ ପରିବାର ଏକ ଛୋଟ ଭଡ଼ାଘରେ ରହୁଥିଲେ। ଟୋନି କକ୍କର ଏବଂ ସୋନୁ କକ୍କରଙ୍କ ଜନ୍ମ ପରେ ତାଙ୍କ ମାତାପିତା ତୃତୀୟ ସନ୍ତାନ ଜନ୍ମ ହେବାକୁ ଚାହୁଁ ନ ଥିଲେ। କିନ୍ତୁ ଭୁଲ୍‌ବଶତଃ ନେହା ରହିଯିବାରୁ ତାଙ୍କ ମା’ ଗର୍ଭପାତ କରାଇଦେବାକୁ ଚାହୁଁଥିଲେ। କିନ୍ତୁ ଗର୍ଭଧାରଣର ୮ସପ୍ତାହ ବିତିଯାଇଥିବାରୁ ତାଙ୍କ ମା’ ଗର୍ଭପାତ କରିପାରି ନ ଥିଲେ। ଜୁନ୍‌ ୬, ୧୯୮୮ରେ ନେହା ଜନ୍ମ ହୋଇଥିଲେ।
ପିଲାଦିନରୁ ଗୀତ ଗାଇବାକୁ ଆଗ୍ରହୀ ଥିବା ନେହା ତାଙ୍କ ବଡ଼ ଭଉଣୀ ସୋନୁ ଏବଂ ଭାଇ ଟୋନିଙ୍କ ସହ ମେଳାରେ ଭଜନ ଗାଉଥିଲେ। ଉଭୟ ଦୀର୍ଘ ସମୟ ଧରି ଭଜନ ଗାଇ ଟଙ୍କା ରୋଜଗାର କରିଥିଲେ। ପରେ ନେହା ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରେ ଅଂଶଗ୍ରହଣ କରିଥିଲେ। ଏହାପରେ ତାଙ୍କ ସଙ୍ଗୀତ କ୍ୟାରିୟର ବଦଳିଯାଇଥିଲା। ଯଦିଓ ଏହି ଶୋ’ରେ ସେ ଅଧିକ ସଫଳତା ପାଇ ନ ଥିଲେ, କିନ୍ତୁ ୨୦୦୮ରେ, ସେ ତାଙ୍କର ଆଲବମ ‘ନେହା ଦି ରକଷ୍ଟାର୍‌’ ଲଞ୍ଚ କରିଥିଲେ। ଏହା ପରେ ସେ ନିଜ ଲକ୍ଷ୍ୟ ହାସଲ କରିବା ପଥରେ ଧୀରେ ଧୀରେ ଅଗ୍ରଗତି କଲେ ଏବଂ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କଲେ।
ନେହା ତାଙ୍କ ଗୀତ ‘ସେକେଣ୍ଡ ହ୍ୟାଣ୍ଡ ଜବାନୀ’ ସହିତ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହି ଗୀତଟି ତାଙ୍କର ପ୍ରଥମ ହିଟ୍‌ ଗୀତ ବୋଲି ବିବେଚନା କରାଯାଏ। ଏହାପରେ ସେ ବଲିଉଡ୍‌କୁ ଅନେକ ହିଟ୍‌ ଗୀତର ସ୍ବର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri