କାର୍ଯ୍ୟରେ ଅବହେଳା: ଫାଣ୍ଡି ଅଧିକାରୀ ସମେତ ୪ କନଷ୍ଟେବଳ ନିଲମ୍ବିତ

ମାଲକାନଗିରି/କୁଡୁମୁଲୁଗୁମ୍ମା,୧୮ା୮(ଡି.ଏନ.ଏ.): କାର୍ଯ୍ୟରେ ଅବହେଳା ଯୋଗୁ ମାଲକାନଗିରି ଜିଲା ଓର୍କେଲ ଥାନା ଅଧୀନରେ ଥିବା କୁଡୁମୁଲୁଗୁମ୍ମା ଫାଣ୍ଡିର ଫାଣ୍ଡି ଅଧିକାରୀ କମଳ ଲୋଚନ ନାୟକ ଓ ୪ ଜଣ କନଷ୍ଟେବଳଙ୍କୁ ଗୁରୁବାର ନିଲମ୍ବିତ କରାଯାଇଛି। ଏ ସମ୍ପର୍କରେ ଓର୍କେଲ ଥାନା ଭାରପ୍ରାପ୍ତ ଅଧିକାରୀ ଜନ୍‌ ଖୁଜୁର୍‌ କହିଛନ୍ତି ଯେ, ସେ କୁଡୁମୁଲୁଗୁମ୍ମା ଆଉଟ୍‌ ପୋଷ୍ଟକୁ ଅନେକ ଥର ପରିଦର୍ଶନ ସମୟରେ ସେଠାରେ ଥିବା ଫାଣ୍ଡି ଅଧିକାରୀ ଓ କନଷ୍ଟେବଳମାନଙ୍କୁ କାର୍ଯ୍ୟରେ ଅବହେଳା କରୁଥିବା ଦେଖି ତାଗିଦ କରିଥିଲେ। ମାତ୍ର କର୍ମଚାରୀମାନେ ନ ସୁଧୁରିବାରୁ ଏନେଇ ମାଲକାନଗିରି ଏସ୍‌ପିଙ୍କ ଦୃଷ୍ଟିକୁ ନେଇଥିଲେ। ଏହାକୁ ଭିତ୍ତି କରି ଏସ୍‌ପି ନିତିଶ୍‌ ଓ୍ବାଧ୍ୱାନୀ କୁଡୁମୁଲୁଗୁମ୍ମା ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।