ଅବହେଳିତ କଡ୍ରୁସୋରୁ ଗାଁ: ରାସ୍ତା ନାହିଁ, ଝରଣା ପାଣି ଭରସା

ଭବାନୀପାଟଣା,୨୧ା୧୧(ଉତ୍ତମ କୁମାର ଦାଶ):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ ମଧ୍ୟ ଦୁର୍ଗମ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଫଳରେ ଆଜି ମଧ୍ୟ ସେମାନେ ଅବହେଳିତ ଭାବରେ ଜୀବନଯାପନ କରୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଯୁଗସାଇପାଟଣା ପଞ୍ଚାୟତର ବଣପାହାଡ଼ ଘେରରେ ଥିବା କଡ୍ରୁସୋରୁ ଗାଁରେ। ଏହି ଗାଁରେ ୧୩ ଆଦିବାସୀ ପରିବାର ଦୀର୍ଘବର୍ଷ ହେବ ରହୁଥିବାବେଳେ ଗାଁକୁ ଯିବାପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ଜଙ୍ଗଲିଆ ରାସ୍ତାରେ ଲୋକେ ଯା’ଆସ କରୁଛନ୍ତି। ଏପରି କି ଗାଁଠାରୁ ୩କି.ମି. ଦୂରରେ ଥିବା କଟଲଙ୍ଗ ସ୍କୁଲକୁ ଯିବାକୁ ହେଲେ ଉକ୍ତ ଜଙ୍ଗଲିଆ ରାସ୍ତା ଦେଇ କୋମଳମତି ଶିଶୁମାନଙ୍କୁ ଯିବାକୁ ପଡିଥାଏ। ବିପଦ ଆଶଙ୍କା ଥିବାରୁ ଶିଶୁଙ୍କୁ ପାଠ ପଢିବା ପାଇଁ ଛାଡିବାକୁ ଗ୍ରାମବାସୀ ଉଚିତ ମଣୁନାହାନ୍ତି। ସେହିପରି ଜରୁରିକାଳୀନ ପରିସ୍ଥିତିରେ ରୋଗୀ ବା ଗର୍ଭବତୀ ମହିଳାଙ୍କୁ ଖଟିଆ ସାହାଯ୍ୟରେ ବୋହି ୪କି.ମି. କମଲେଇ ଗାଁକୁ ନେଲାପରେ ଆମ୍ବୁଲାନ୍ସ ସେବା ମିଳିଥାଏ। ସବୁଠାରୁ ଆଶ୍ୱର୍ଯ୍ୟର ବିଷୟ ହେଲା ଏହି ଗାଁରୁ ପଞ୍ଚାୟତ ମୁଖ୍ୟାଳୟ ୮୦ କି.ମି. ଓ ବ୍ଲକ କାର୍ଯ୍ୟାଳୟ ୬୪ କି.ମି. ଦୂରରେ ରହିଛି। ଫଳରେ ଗାଁ ଲୋକଙ୍କ ପାଇଁ ପଞ୍ଚାୟତରୁ ପିଡ଼ିଏସ୍‌ ସାମଗ୍ରୀ ଆଣିବା ମୁସ୍କିଲ ହୋଇପଡୁଛି। ଗାଁରେ ଦୁଇଟି ନଳକୂପ ରହିଛି। ସେଥିମଧ୍ୟରୁ ଗୋଟିଏ ଅଚଳ ହୋଇ ଦୁଇବର୍ଷ ପରେ ମଧ୍ୟ ମରାମତି ହେଉ ନ ଥିବାବେଳେ ଅନ୍ୟ ଏକ ନଳକୂପ ପାହାଡ଼ ଜାଗା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁନାହିଁ। ଫଳରେ ନିକଟସ୍ଥ ଝରଣା ପାଣି ଗ୍ରାମବାସୀଙ୍କ ଭରସା ପାଲଟିଛି। ଏହି ଝରଣା ପାଣି ଏବେ ଶୋଷ ମେଣ୍ଟାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଏହି ଗାଁରେ ବିଜୁଳି ସଂଯୋଗ ହୋଇ ପାରିନି। ଯାହାଫଳରେ ଅନ୍ଧାରରେ ଜୀବନ କାଟୁଥିବା ନେଇ ଗ୍ରାମର ଇନ୍ଦ୍ର ମାଝୀ, ଡୁନି ମାଝୀ, ଡମ୍ବରୁ ମାଝୀ, ଲାକ୍ସା ମାଝୀ, ସାନ୍ଦା ମାଝୀ, ଜାମଦେଈ ମାଝୀ, ବନ ମାଝୀ, ଦୁରପି ମାଝୀ, ଲାଚନା ମାଝୀ, କମାଲ ଦେଈ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି। ଶୀଘ୍ର ଏହି ସମସ୍ୟା ପ୍ରତି ବ୍ଲକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri