ଛୋଟ ହେଲେ ବି ଅବହେଳିତ

ବଅଁରପାଳ,୨୪ା୩(ଡି.ଏନ.ଏ.) – ଛୋଟିଆ ରାଜସ୍ବ ଗାଁ। ପରିବାର ସଂଖ୍ୟା ମାତ୍ର ୮। ହେଲେ ୩୦ ଲୋକ ରହୁଥିବା ଏହି ଗାଁରେ ଥିବା ସମସ୍ୟାର ସମାଧାନ କରିପାରୁନି ପ୍ରଶାସନ। ବର୍ଷ ବର୍ଷ ଧରି ଏହି ଗ୍ରାମବାସୀ ପାନୀୟ ଜଳ ପାଇଁ ହଇରାଣ ହରକତ ହେଉଥିବା ବେଳେ ସ୍ବଚ୍ଛ ଭାରତ ଯୋଜନାରେ କରାଯାଇଥିବା ପାଇଖାନା ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ପାଣି ପାଇଁ ପଡ଼ୋଶୀ ଗାଁ ଉପରେ ନିର୍ଭର କରୁଥିବା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତର ମଝିକା ଗ୍ରାମବାସୀ ଖୋଲା ପଡ଼ିଆକୁ ଶୌଚ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।
ରାଜସ୍ବ ଗ୍ରାମ ମଝିକାରେ ପୂର୍ବରୁ ୩ ପରିବାର ରହୁଥିଲେ। ପରବର୍ତ୍ତୀ ସମୟରେ ଏହା ୮ ପରିବାରକୁ ବୃଦ୍ଧି ପାଇଛି। ପାନୀୟ ଜଳ, ଶିକ୍ଷା, ଜଳସେଚନ, ପରିମଳ ସମେତ ବହୁ ସମସ୍ୟା ଏଠାରେ ଲାଗିରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିଶେଷକରି ଖରାଦିନେ ଜଳ କଷ୍ଟ ମୁଖ୍ୟ ସମସ୍ୟା ପାଲଟୁଛି। ଗ୍ରାମର ବହୁ ଦୂରରେ ଥିବା ଏକ ନଳକୂପରୁ କମ୍‌ ପରିମାଣର ପାଣି ବାହାରୁଛି। ଫଳରେ ଗ୍ରାମବାସୀଙ୍କୁ ପଡ଼ୋଶୀ ଗ୍ରାମରୁ ପାଣି ଆଣିବାକୁ ପଡ଼ୁଛି। ପାଇପ୍‌ ଯୋଗେ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲୋକେ ଦାବିକରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା କରାଯାଉ ନାହିଁ। କେବଳ ଦୀର୍ଘ ଦିନ ହେଲା ଜଳ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ କେତୋଟି ପାଇପ୍‌ ପଏଣ୍ଟ ପୋତାଯାଇଛି। ସେହିପରି ପିଲାମାନେ ନିକଟରେ ଥିବା ବଗଚର ଗ୍ରାମ ସ୍କୁଲକୁ ପଢ଼ିବା ପାଇଁ ଯାଉଛନ୍ତି। ଖୋଲା ମଳମୁକ୍ତ ଗ୍ରାମ ଲକ୍ଷ୍ୟରେ ଘରେ ଘରେ ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। କେଉଁଠି ଟାଙ୍କି ନିର୍ମାଣ ହୋଇନାହିଁ ତ ଆଉ କେଉଁ ଟାଙ୍କିରେ ନନ୍ଦ ବସାଯାଇନାହିଁ। ଫଳରେ ମହିଳାମାନେ ଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରଶାସନ ସମସ୍ୟା ଦୂର କରିବା ପାଇଁ ଲୋକେ ଦାବି କରିଛନ୍ତି। ବଅଁରପାଳ ଅତିରିକ୍ତ ବିଡିଓ ମାଧବ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଯଦି ଗ୍ରାମରେ ସମସ୍ୟା ରହିଥାଏ, ତେବେ ତାହାର ଅନୁଧ୍ୟାନ କରାଯାଇ ସମାଧନ କରାଯିବ।
ପଡ଼ୋଶୀ ଗ୍ରାମ ଭରସା
ଗ୍ରାମରେ ମାତ୍ର ୮ ପରିବାର ରହୁଛୁ। ହେଲେ ଛୋଟିଆ ଗାଁରେ ଥିବା ସମସ୍ୟାର ସମାଧାନ କରାଯାଉ ନାହିଁ। ବିଶେଷକରି ପିଇବା ପାଣି ପାଇଁ ପଡ଼ୋଶୀ ଗାଁ ଉପରେ ନିର୍ଭର କରିବାକୁ ପଡ଼ୁଛି। କେତେଜଣଙ୍କୁ ଭତ୍ତା ମଧ୍ୟ ମିଳୁନାହିଁ।
-ସିଦ୍ଧେଶ୍ୱର ନାୟକ, ଗ୍ରାମବାସୀ
ଶୌଚ ପାଇଁ ପଡ଼ିଆକୁ ଯାଉଛୁ
ସରକାରଙ୍କ ପକ୍ଷରୁ ପ୍ରତି ଘରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ଏହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଗ୍ରାମର ମହିଳା ପୁରୁଷମାନେ ବାଧ୍ୟ ହୋଇ ନିକଟସ୍ଥ ପଡିଆକୁ ଶୌଚ କରିବାକୁ ଯାଉଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆଗଲେ ଭଲ ହୁଅନ୍ତା।
-ବାସନ୍ତୀ ନାୟକ, ଗ୍ରାମବାସୀ
ସରକାର ଦୃଷ୍ଟି ଦିଅନ୍ତୁ
ସବୁ ଦୃଷ୍ଟିରୁ ଏହି ରାଜସ୍ବ ଗ୍ରାମ ଅବହେଲିତ। ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ ପିଇବା ପାଣିର ସୁବିଧା କରାଯାଉ ନାହିଁ। ଫଳରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେଜଣଙ୍କ ବୟସ ୬୫ରୁ ଅଧିକ ହୋଇଥିଲେ ମଧ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଉ ନାହିଁ।
-କେଶବ ନାୟକ, ଗ୍ରାମବାସୀ
ଉନ୍ନତି ପ୍ରତି ଧ୍ୟାନ ଦେବି
ଗ୍ରାମରେ ଥିବା ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଛି। ଗ୍ରାମବାସୀଙ୍କୁ ପାଇପ୍‌ ପାଣି ଯୋଗାଇ ଦେବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ପାଇଖାନା ତିଆରି ଶେଷହୋଇଛି। ଲୋକେ କିଭଳି ପଡିଆକୁ ନ ଯାଇ ପାଇଖାନା ବ୍ୟବହାର କରିବେ ସେ ନେଇ ଉଦ୍ୟମ କରିବି।
-ଉତ୍ସବ ଦେହୁରୀ, ବୁଢ଼ାପଙ୍କ ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହ : ମହିଳାଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଲେ

ଢେଙ୍କିକୋଟ, ୨୬।୫(ଡି.ଏନ୍‌.ଏ.)- ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ଆମ୍ବୁଆପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ବୁଧବାର ଅପରାହ୍ନରେ ଉଲଗ୍ନ...

ରାଜ୍ୟ ଦଳରେ ଗଞ୍ଜାମର ୫ ପ୍ରତିଯୋଗୀ

ବ୍ରହ୍ମପୁର ଅଫିସ,୨୮।୩: ୩୨ତମ ଜାତୀୟସ୍ତରୀୟ ଟେନିସ ବଲ କ୍ରିକେଟ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଆସନ୍ତା ୨୮ରୁ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁରଠାରେ ଅନୁଷ୍ଠିତ ହେବ।...

ନାହିଁ ବିଦ୍ୟୁତ୍‌ ସଂଯୋଗ, ଡିବିରି ଆଲୁଅ ଭରସା

କୋକସରା, ୧୭।୧୨ (ଡି.ଏନ.ଏ.) ବିଦ୍ୟୁତ୍‌ ସେବାରୁ ବଞ୍ଚିତଲୋକଙ୍କ ନିକଟରେ ବିଦ୍ୟୁତ୍‌ ସେବା ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଛି। ହେଲେ ଆଜି...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ମୃତ

ଖପ୍ରାଖୋଲ, ୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଧପ୍ତାମୁଣ୍ଡା ପଞ୍ଚାୟତ କଟାପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ସକାଳେ ଜଣଙ୍କୁ ଅତି ନିର୍ମମଭାବେ ହତ୍ୟା...

ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାରରେ ବୁଲୁଛନ୍ତି ଭାଜପା ନେତା

ଗଞ୍ଜାମ,୨୧ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗଞ୍ଜାମ ସହର। ନିଜ ଦଳୀୟ ପାର୍ଥୀଙ୍କୁ ଜିତାଇବାକୁ ଲାଗିପଡ଼ିଛନ୍ତି ଆଗଧାଡ଼ିର...

ସବୁଠି ‘ଓଁ ନମଃ ଶିବାୟ’: ଭୁଷଣ୍ଡେଶ୍ୱର ଓ ଚନ୍ଦନେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୨୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଏସିଆର ସର୍ବବୃହତ ଶିବ ଲିଙ୍ଗ ଭୁଷଣ୍ଡେଶ୍ୱର ଓ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ...

କାମ ନ କରି ୬୩ ଲକ୍ଷ ଟଙ୍କାର ବିଲ୍‌

ପଟ୍ଟାମୁଣ୍ଡାଇ,୨୬ା୧୧(ସ୍ବ.ପ୍ର.): ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କଡ଼ାକଡ଼ି ଲାଗୁ କରିବା ସହ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ ରଖିଥିଲେ। ହେଲେ ପଟ୍ଟାମୁଣ୍ଡାଇ ପୂର୍ତ୍ତ...

ଗୋରୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ, ପୋଲିସର ତଦନ୍ତ ଆରମ୍ଭ

ଆନନ୍ଦପୁର,୨। ୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ହୁଡ଼ି ସାହିରେ ଏକ ଜିଅନ୍ତା ଗୋରୁକୁ ହତ୍ୟା କରିବା ଓ କାଟିବା ଅଭିଯୋଗରେ ଶୁକ୍ରବାର ପୋଲିସ...

Advertisement
Archives

Model This Week