ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ପଟ୍ଟାମୁଣ୍ଡାଇ, ୨୨ା୨(କଳ୍ପତରୁ ନାୟକ)ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରାଣୀଧନ ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦିଆଯାଉଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ସମୟୋପଯୋଗୀ ଋଣ ବ୍ୟବସ୍ଥା କରାଯାଉ ନ ଥିବାରୁ ରାଜ୍ୟ ପ୍ରାଣୀଧନ ପାଳନକାରୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ନିଜସ୍ବ ପ୍ରାଣୀଧନ ପାଳନ କରୁଛନ୍ତି, ସେହି ପ୍ରାଣୀଙ୍କ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇର ବିଭିନ୍ନ ଅଞ୍ଚଳରେ ପ୍ରାଣୀ ଚିକିତ୍ସାଳୟ ଥିଲେ ହେଁ କେଉଁଠି ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ତ ଆଉ କେଉଁଠାରେ ଡାକ୍ତର, କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି।
କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ପ୍ରାଣୀ ସମ୍ପଦ ହେଉଛି କୃଷି ବିଭାଗର ମେରୁଦଣ୍ଡ। ଗାଈ, ଛେଳି, ମେଣ୍ଢା, କୁକୁଡ଼ା, ବତକ, ଘୁଷୁରି ଆଦି ପ୍ରାଣୀ ପାଳନ କରି ବହୁ ପରିବାର ପ୍ରତିପୋଷଣ ହେଉଛନ୍ତି। କିନ୍ତୁ ପ୍ରାଣୀ ସମ୍ପଦର ଚିକିତ୍ସା କ୍ଷେତ୍ରରେ ଦେଖାଯାଇଥିବା ଅବହେଳାରୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ପରି ମନେହେଉଛି। ପ୍ରାଣୀ ଚିକିତ୍ସାଧିକାରୀଠାରୁ ଆରମ୍ଭ କରି ନିରୀକ୍ଷକ ପର୍ଯ୍ୟନ୍ତ ପ୍ରାୟ ୭୦% ପଦବୀ ଖାଲି ପଡ଼ିଥିବାରୁ ପ୍ରାଣୀ ଚିକିତ୍ସା ସଙ୍କଟ ମଧ୍ୟରେ ଗତି କରୁଛି। ଫଳରେ ପ୍ରାଣୀ ସମ୍ପଦକୁ ଜୀବିକା ଭାବେ ଗ୍ରହଣ କରିଥିବା ଲୋକ ଏବେ ଏହି ବୃତ୍ତିରୁ ମୁହଁ ଫେରାଇବାକୁ ଲାଗିଲେଣି। ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର କୃଷକ ନେତା ଚିତ୍ତରଞ୍ଜନ ମଲ୍ଲିକ, ନରେନ୍ଦ୍ର ଧଳ, ଖଡିଅଣ୍ଟାର ପ୍ରଭାକର ସେଠୀ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଅଣ୍ଢରା, ଦାଣ୍ଡିସାହି, ନପଙ୍ଗ, ଅଠରବାଟିଆ, ଡାମରପୁର, ଶ୍ରୀରାମପୁର ପ୍ରଭୃତି ଅଞ୍ଚଳରେ ଏଲ୍‌ଆଇ ସେଣ୍ଟର ରହିଛି। ସେହିପରି ବଡପଡ଼ା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅରଡପଲ୍ଲୀ, ବିଲିକଣା, ସାନଜରିଆ, ଖଡ଼ଇଣ୍ଟା ଏଲ୍‌ଆଇ ସେଣ୍ଟର ଅଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨ଟି ପ୍ରାଣୀ ଚିକିତ୍ସାଳୟ ଓ ୧୦ ଏଲ୍‌ଆଇ ସେଣ୍ଟର ରହିଥିବା ବେଳେ ୪ ଜଣ ଡାକ୍ତର, ୪ ଜଣ ଏଲ୍‌ଆଇରେ ସମସ୍ତ କେନ୍ଦ୍ର ଚାଲିଛି। ୧୦ବର୍ଷ ତଳେ ଖଡ଼ଇଣ୍ଟା ଏଲ୍‌ଆଇ ସେଣ୍ଟର ୪ ଲକ୍ଷ ଟଙ୍କା ବ୍ୟୟରେ ଗୃହ ନିର୍ମାଣ ହୋଇଥିଲା। ମାତ୍ର ସରକାର ଡାକ୍ତର କିମ୍ବା ଏଲ୍‌ଆଇ ନିଯୁକ୍ତ କରିବାକୁ ଭୁଲିଗଲେ। ଗୃହ ନିର୍ମାଣ ପରଠୁ ଏହି ପ୍ରାଣୀ ସହାୟକ କେନ୍ଦ୍ର ଜବରଦଖଲ ହୋଇରହିଥିବା ବେଳେ କବାଟ, ଝରକା ନଷ୍ଟ ହେବାକୁ ବସିଲାଣି। ନିମ୍ନମାନର କାର୍ଯ୍ୟ ଯୋଗୁ ଛାତରୁ ପାଣି ଗଳୁଥିବା ଅଭିଯୋଗ ହେଉଛି। ଚତୁଃପାଶର୍‌ବରେ ପାଚେରି ନିର୍ମାଣ ହୋଇ ନ ଥିବା ବେଳେ ଭଲ ରାସ୍ତା ନାହିଁ। ସେହିପରି ଅଳପୁଆ କେନ୍ଦ୍ର ୧୦ ବର୍ଷ ହେବ ହସ୍ତାନ୍ତର ନ ହୋଇ ତାଲା ଝୁଲୁଛି। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲେ ଅଳପୁଆ, ତରଡ଼ିପାଳ ପଞ୍ଚାୟତର ୨୩ଟି ଗ୍ରାମ ଓ ପଡ଼ାର ପ୍ରାୟ ୧୦ ହଜାରରୁ ଅଧିକ ଗୃହପାଳିତ ପ୍ରାଣୀ ଉପକୃତ ହୋଇଥାନ୍ତେ। ତେଣୁ ଖଡିଅଣ୍ଟା ଓ ଅଳପୁଆ ପ୍ରାଣୀଧନ ଚିକିତ୍ସାଳୟରେ ଜଣେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ପ୍ରାଣୀ ଚିକିତ୍ସାଳୟଗୁଡ଼ିକରେ ଡାକ୍ତର ନିଯୁକ୍ତ କରିବା ସହ ତୁରନ୍ତ କୋଠା ମରାମତି କରିବାକୁ ଦାବି କରିଛନ୍ତି। ପଟ୍ଟାମୁଣ୍ଡାଇ ପ୍ରାଣୀ ଚିକିତ୍ସକ ପ୍ରଦୀପ ଜେନାଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ଓ ବଡପଡ଼ା ଚିକିତ୍ସାଳୟରେ ୪ଜଣ ଡାକ୍ତର ୨ରୁ ୩ ସେଣ୍ଟର ପାଇଁ ଜଣେ ଲେଖାଏଁ ଏଲ୍‌ଆଇ କାର୍ଯ୍ୟ ତୁଲାଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?