ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ଇଂ ରୋହିତ ପୂଜାରୀ। ସାମାଜିକ ଗଣମାଧ୍ୟମରେ ସେ ଏକ ପୋଷ୍ଟ କରି କହିଛନ୍ତି ଯେ, ୨୦୧୪ରେ ସେ ପ୍ରଥମ ଥର ରେଢ଼ାଖୋଲର ବିଧାୟକ ହେବା ପରେ ଅଞ୍ଚଳବାସୀଙ୍କ ଭ୍ରମଣ ଓ ମନୋରଞ୍ଜନ ପାଇଁ ଉପଯୁକ୍ତ ସ୍ଥାନର ଅଭାବ ଲକ୍ଷ୍ୟ କରିଥିଲେ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୫ରେ ତତ୍କାଳୀନ ଜଙ୍ଗଲ ସଚିବ ଆର୍‌ କେ ଶର୍ମାଙ୍କୁ ୯ ଏକର ୪୦ ଡେସିମିଲି ପରିମିତ ଜମିରେ ଏକ ଇକୋ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସୁରେଶ ମହାପାତ୍ର ଓ ମୁନା ଶର୍ମାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ପ୍ରକଳ୍ପକୁ ଆଗକୁ ବଢ଼ାଯାଇଥିଲା।
ପ୍ରାୟ ୨ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଇକୋ ପାର୍କରେ ନକ୍ଷତ୍ର ବନ, ସୁଗନ୍ଧ ଉଦ୍ୟାନ, ଶିଶୁ ଉଦ୍ୟାନ, ବାଉଁଶ ଉଦ୍ୟାନ, ଫୁଆରା, ଜଳାଶୟ, ଓଷଧୀୟ ଏବଂ ଫଳ ବୃକ୍ଷ ରୋପଣ କରାଯାଇ ୨୦୨୩ ମସିହାରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହା ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ପାର୍କ ଭାବେ ଗଢ଼ିଉଠିଥିଲା।
ତେବେ ଗତ ଦୁଇ ବର୍ଷ ମଧ୍ୟରେ ଏହି ପାର୍କର ସଠିକ ରକ୍ଷଣାବେକ୍ଷଣ ଅଭାବରୁ ଏହା ଜଙ୍ଗଲ ଓ ଖଣ୍ଡରରେ ପରିଣତ ହେବାକୁ ବସିଛି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ଓ ଜିଲା ପ୍ରଶାସନକୁ ତୁରନ୍ତ ଏହାର ପୁନଃରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ତେବେ ଇଂ ରୋହିତଙ୍କ ଏଭଳି ପୋଷ୍ଟିଂକୁ ନେଇ ଏହା ପରୋକ୍ଷରେ ରେଢ଼ାଖୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଓ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଇଂ ରୋହିତ ପୂଜାରୀଙ୍କ ଟାର୍ଗେଟ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଗତ ୮ ତାରିଖରେ ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରସନ୍ନ ଆଚାର୍ଯ୍ୟ ଗୋଟିଏ ମଞ୍ଚରେ ଉପସ୍ଥିତ ହେବା ପରେ ଇଂ ରୋହିତଙ୍କ ଏଭଳି ପୋଷ୍ଟିଂକୁ ନେଇ ସାଧାରଣରେ ଏହା ପ୍ରସନ୍ନଙ୍କ ପ୍ରତି ଇଂ ରୋହିତଙ୍କ କଟାକ୍ଷ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ଉଭୟ ନେତା ଏଭଳି ଚର୍ଚ୍ଚାକୁ ଭିତ୍ତିହୀନ ବୋଲି କହିଛନ୍ତି।
ବିରୋଧୀ ଦଳର ଉପନେତା, ଓଡ଼ିଶା ବିଧାନସଭା ଓ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଲେ ଯେ
‘ରକ୍ଷଣାବେକ୍ଷଣ କରିବା ସରକାରଙ୍କ ଦାୟିତ୍ୱ, ଜଣେ ବିଧାୟକଙ୍କର ନୁହେଁ। ଆମ ବିଜେଡି ସରକାର ସମୟରେ ଅନେକ ପ୍ରକଳ୍ପ ନିର୍ମାଣ କରାଯାଇଥିଲା, କିନ୍ତୁ ବର୍ତ୍ତମାନର ସରକାର ସେଗୁଡ଼ିକର ରକ୍ଷଣାବେକ୍ଷଣ ନ କରି ଅବହେଳା କରୁଛନ୍ତି। ଆମେ ମଧ୍ୟ ଏହିସବୁ ପ୍ରକଳ୍ପର ଅବହେଳା ବିରୋଧରେ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛୁ। ଯଦି ମୁଁ ଶାସକ ଦଳର ବିଧାୟକ ଥାଆନ୍ତି, ତେବେ ମୋର ଦାୟିତ୍ୱ ରହିଥାନ୍ତା ଓ ଅନୁଦାନ ଆଣି କାମ କରାଇଥାନ୍ତି। କିନ୍ତୁ ଏହା କୌଣସି ଦଳର ନୁହେଁ, ବରଂ ସରକାରଙ୍କର ଦାୟିତ୍ୱ।’

ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲା ସଭାପତି ଇଂ. ରୋହିତ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତାଙ୍କ ପୋଷ୍ଟିଂରେ ସେ ରେଢ଼ାଖୋଲ ବିଧାୟକଙ୍କୁ ନୁହେଁ ବରଂ ସମ୍ବଲପୁର ବିଧାୟକ ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ରଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି। ସମ୍ବଲପୁର ଜିଲାର ବିକାଶମୂଳକ କାର୍ଯ୍ୟ ଏବଂ ସହରର ଭିତ୍ତିଭୂମିକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ବିପର୍ଯ୍ୟୟ ପରିଚାଳନା ଓ ସହରର ଜନସାଧାରଣଙ୍କ ସୁବିଧା ସୁଯୋଗକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ପ୍ରଶ୍ନ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ବିରୋଧରେ ନୁହେଁ, ବରଂ କେବଳ ସମ୍ବଲପୁରର ବିକାଶ ଓ ଜନସ୍ବାର୍ଥକୁ ନେଇ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ସେ କହିଛନ୍ତି, ବିଜେଡି ଶାସନ କାଳରେ ନିର୍ମିତ ହୋଇଥିବା ପ୍ରକଳ୍ପଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ହେବା ଆବଶ୍ୟକ। ନିଜର ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ କରାଯାଇଥିବା ବିକାଶମୂଳକ କାମଗୁଡ଼ିକର ତାଲିକା ଦେବାକୁ ସେ ପ୍ରସ୍ତୁତ ଥିବା ବେଳେ ଶାସକ ଦଳ ଭାଜପା ନେତାମାନେ ନିଜର ଦୀର୍ଘ ବର୍ଷର କାର୍ଯ୍ୟକାଳରେ କ’ଣ କରିଛନ୍ତି ସେ ନେଇ ଜନସାଧାରଣଙ୍କୁ ହିସାବ ଦିଅନ୍ତୁ ବୋଲି ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?